ଆସନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଗୁଡ଼ ଫ୍ରାଇଡେ?

ଗୁଡ଼ ଫ୍ରାଇଡେ, ଅର୍ଥାତ୍ ଜୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦିବସ । ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ କୁଶବିଦ୍ଧ ବା ହତ୍ୟା କରାଯାଇଥିଲା । ତେବେ ଏଭଳି ଏକ ଦିନକୁ ଗୁଡ଼ ଫ୍ରାଇଡେ କାହିଁକି କୁହାଯାଏ?
ଏପରି ନାମକରଣ ସମ୍ପର୍କରେ କୌଣସି ଦୃଢ ମତ ନ ଥିଲେ ମଧ୍ୟ କିଛି କହନ୍ତି, ଏହା ସେହି ଦିନ ଯେଉଁଦିନ ଦେବଦୂତ ମାନବଙ୍କ ପାପ ପାଇଁ ମୃତ୍ୟୁବରଣ କରିଥିଲେ ଓ ଏହା ତାଙ୍କ ପୁନର୍ବାର ଜୀବନର ଶୁଭାରମ୍ଭ ।

ଖ୍ରୀଷ୍ଟମାସଠୁ ପୁରାତନ ଏହି ଗୁଡ଼ ଫ୍ରାଇଡେ । ଜୀଶୁଙ୍କ ଜନ୍ମକୁ ନେଇ ବାଇବେଲ କୌଣସି ନିର୍ଦ୍ଦିଷ୍ଟ ଦିନ ଘୋଷଣା କରିନଥିବା ବେଳେ କିନ୍ତୁ କୁଶବିଦ୍ଧ ଦିନଟିକୁ ବହନ କରିଛି ।
ୟୁହୁଦା, ଯେକି ଜୀଶୁଙ୍କ ୧୨ ଜଣ ଅନୁଗାମୀଙ୍କ ମଧ୍ୟରେ ଜଣେ ଥିଲେ, ସେ ରୂପା ଖଣ୍ଡ ପାଇଁ ତାଙ୍କ ସହ ବିଶ୍ୱାସ ଘାତକ କରିଥିଲେ । ବିଶ୍ୱାସଘାତକତା ହେବା ପରେ ଯୀଶୁ ଯିରୁଶାଲମରେ ଗେଥସେମାନ ବଗିଚାରେ ରାଜକର୍ମଚାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ।