ଆସନ୍ତୁ ଜାଣିବା କମ୍ ନିବେଶରେ କିପରି କରିବା କୃଷି ବ୍ୟବସାୟ !
ଭାରତର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ହିଁ ନିର୍ଭର କରିଥାଏ। ଏହା ସହିତ କୃଷି ସହ ଜଡିତ ବିଭିନ୍ନ ବ୍ୟବସାୟ ମଧ୍ୟ ଆମେ କରିପାରିବା । ଯଦି ଆପଣ ଏହିଭଳି କିଛି ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଲେଖାଟି ଆପଣ ନିଶ୍ଚିତ ପଢନ୍ତୁ l ଏହା ଆପଣଙ୍କୁ ଅନେକ ସାହାଯ୍ୟ କରିପାରିବ ।
ଜୈବିକ କୃଷି :
ଫାର୍ମର-ଦି-ବ୍ରାଣ୍ଡ କାର୍ଯ୍ୟକ୍ରମ ଦ୍ୱାରା ସଫଳ କୃଷକମାନଙ୍କ ସହିତ ଆଲୋଚନାରୁ ଆମକୁ ଏହା ଜାଣିବାକୁ ମିଳିଛି ଯେ, ପ୍ରତି ୧୦ ରୁ ୯ ଜଣ କୃଷକ ଏହି ଜୈବିକ କୃଷିରୁ ଲାଭାନ୍ବିତ ହେଉଛନ୍ତି । ଯଦି ଆପଣଙ୍କୁ ଆମ କଥାରେ ବିଶ୍ୱାସ ହେଉନାହିଁ ତେବେ ଆପଣ ନିଜେ କୃଷି ଜାଗରଣର ଫେସବୁକ ପୃଷ୍ଠାରେ ଯାଇ ଦେଖି ପାରିବେ ଓ ସଫଳ କୃଷକ ମାନଙ୍କର କାହାଣୀ ମଧ୍ୟ ପଢିପାରିବେ । ଯେଉଁମାନଙ୍କ ପାଖରେ ଏବେ ନିଜର ବ୍ରାଣ୍ଡ ମଧ୍ୟ ରହିଛି । ଜୈବିକ ଫଳ ଓ ପନିପରିବାର ଆଜିର ସମୟରେ ବହୁତ ଚାହିଦା ମଧ୍ୟ ରହିଛି । ଏହି କୃଷି ବିଷୟରେ ଆପଣ ଅଧିକ ସୂଚନା ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରୁ ଜାଣି ପାରିବେ ।
ପନିପରିବା ଓ ଫଳ ବିତରଣ :
ଯଦି ଆପଣ ନିଜ ଘରେ ଫଳ ଓ ପନିପରିବା ଲଗାଇଥାନ୍ତି ଆପଣ ତାଜା ଫଳ ଓ ପନିପରିବାର ଡୋର ଟୁ ଡୋର ଡେଲିଭେରୀ ମଧ୍ୟ ଆରମ୍ଭ କରିପାରିବେ । ଆପଣ ନିଜ ପାଖ ପଡୋଶୀମାନଙ୍କୁ ଆପଣଙ୍କ ଉପାର୍ଜିତ ଜିନିଷ ବିକ୍ରି କରି ବହୁତ ଅଳ୍ପ ବିନିଯୋଗରେ ଭଲ ଲାଭ ମଧ୍ୟ ଉପାର୍ଜନ କରିପାରନ୍ତି । ଏହି ଭଳି ଭାବରେ ଯେତେବେଳେ ଆପଣଙ୍କ ଲାଭ ବଢ଼ିବାରେ ଲାଗେ, ଆପଣ ସେତେବେଳେ ଆପଣଙ୍କର ବ୍ୟବସାୟକୁ ବିସ୍ତାର ମଧ୍ୟ କରିପାରିବେ ।
କଦଳୀ ବ୍ୟବସାୟ :
କଦଳୀ ବ୍ୟବସାୟ ଆରମ୍ଭ କରିବା ବହୁତ ସହଜ ହୋଇଥାଏ । ଏଥିରେ ଆପଣଙ୍କୁ ବହୁତ ଅଧିକ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ହୋଇନଥାଏ । ଏମିତିରେ ଯଦି ଆପଣଙ୍କ ବ୍ୟବସାୟ ସଫଳ ନହୁଏ ତେବେ ଆପଣଙ୍କର ଅଧିକ କ୍ଷତି ମଧ୍ୟ ହେବ ନାହିଁ । ଆଉ ଯଦି ଏହି ବ୍ୟବସାୟ ସଫଳ ହୁଏ ,ତେବେ ଆପଣ ସ୍ଥାନୀୟ ବିକ୍ରିରୁ ନିଜର ଏକ ବ୍ରାଣ୍ଡ ମଧ୍ୟ ଆରମ୍ଭ କରିପାରିବେ ।
ଅମୃତ ଭଣ୍ଡା ଏକ ଏପରି ପରିବା ଯାହା ବିନା ଯତ୍ନରେ ମଧ୍ୟ ବହୁତ ଭଲ ଉପାର୍ଜନ ଦେଇପାରିଥାଏ । ତେବେ ଥରେ ଭାବନ୍ତୁ ଯଦି ଆପଣ ମାତ୍ର ୧୦ଟି ଗଛରୁ ନିଜର ଅମୃତ ଭଣ୍ଡାର ବ୍ୟବସାୟ ଆରମ୍ଭ କରନ୍ତି, ତେବେ ଆପଣ ପାଖାପାଖି ୧୫,୦୦୦ ଟଙ୍କାର ଲାଭ କରି ପାରିବେ । ତେବେ ଅମୃତ ଭଣ୍ଡାର ବ୍ୟବସାୟ ନିଶ୍ଚିତ ରୂପରେ ଏକ ଲାଭକାରୀ ବ୍ୟବସାୟ ଅଟେ ।
କଟା ପରିବା ପ୍ୟାକେଟର ବ୍ୟବସାୟ :
ପରିବା କାଟିବା ମଧ୍ୟ ଏକ ବଡ କଷ୍ଟକର ଓ ସମୟସାପେକ୍ଷ କାମ, ବିଶେଷ କରି ସେଇମାନଙ୍କ ପାଇଁ ଯେଉଁମାନେ ସହରରେ ରହୁଥାନ୍ତି । ତେଣୁ ଯଦି ଆପଣ ସହରୀ ଇଲାକାରେ ରହୁଥାନ୍ତି, ତେବେ କଟା ଯାଇଥିବା ପରିବାକୁ ପ୍ୟାକେଟ କରି ଏହାର ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ । ଯାହା ଆପଣଙ୍କୁ ଭଲ ଲାଭ ମଧ୍ୟ ପ୍ରଦାନ କରିବ । ଏଥିରେ ଆପଣଙ୍କୁ ସ୍ୱଚ୍ଛତା ଓ ପ୍ୟାକିଂର ଧ୍ୟାନ ରଖିବାକୁ ହେବ ଓ ନିଜର ଉତ୍ପାଦକୁ ସାବଧାନତାର ସହିତ ବଜାରକୁ ନେଇକି ଯିବାକୁ ହେବ l ଯାହା ଦ୍ୱାରା ତାହାର ଚାହିଦା ବଢିବ ।