ବାଲେଶ୍ୱର ସଦର ଭାଜପାର ବିଧାନସଭାସ୍ତରୀୟ ବୁଥ୍ ସଶକ୍ତିକରଣ କର୍ମଶାଳା
୨୦୨୪ରେ ଭାଜପାର ଜିତାପଟ ପାଇଁ ଗୁରୁମନ୍ତ୍ର ଦେଲେ ଗୋଲକ ମହାପାତ୍ର
ବାଲେଶ୍ୱର : ବାଲେଶ୍ୱର ସଦର ଭାଜପାର ବିଧାନସଭାସ୍ତରୀୟ ବୁଥ୍ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲା ପ୍ରଭାରୀ ଗୋଲକ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ ଓ ଅନ୍ୟ ବରିଷ୍ଠ ନେତାମାନେ ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେଇଥିଲେ । ବୈଠକରେ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ସରପଞ୍ଚ, ସମିତିସଭ୍ୟ, କାଉନ୍ସିଲର ତଥା ରାଜ୍ୟ, ଜିଲା ଓ ମଣ୍ଡଳର ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରତି ବୁଥ୍ରେ ୨୧ ଜଣିଆ କମିଟି ଗଢ଼ା ହେବ । ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳର ୱାର୍ଡ଼ରେ ମାର୍ଚ୍ଚ ମାସ ସୁଦ୍ଧା ଏହି କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ସମସ୍ତ ସାଙ୍ଗଠନିକ କାର୍ଯ୍ୟ ପାଇଁ ବରିଷ୍ଠ ନେତା ମାନେ ଦାୟିତ୍ୱରେ ରହିବେ । ସେ ସେଠାରେ ରହି ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବେ । ଦଳ ତୃଣମୂଳସ୍ତରରୁ ଯେଭଳି ଶକ୍ତିଶାଳୀ ହେବ ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଛି । ପ୍ରତି ଶକ୍ତିକେନ୍ଦ୍ରରେ ଥିବା ବୁଥ୍କୁ ଗ୍ରେଡେସନ୍ କରାଯିବ । ବୁଥ୍ର ଗ୍ରେଡ଼େସନ୍ ଦେଖି ଏଥିପାଇଁ ରାଜ୍ୟସ୍ତରରେ ରଣନୀତି ହେବ । ଏଥିସହ ରାଜ୍ୟସ୍ତରୀୟ ନେତା ଗାଁରେ ନିୟମିତ ବୈଠକ କରି ଲୋକଙ୍କ ସମସ୍ୟା ଶୁଣିବେ । ଏହାର କିଭଳି ସମାଧାନ ହେବ ସେଥିପାଇଁ ଏହି ପ୍ରସଙ୍ଗକୁ ଶୀର୍ଷସ୍ତର ଯାଏ ଆଣିବାକୁ ହେବ । ଏଥିସହ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କୁ ଅଧିକରୁ ଅଧିକ ଯୋଡ଼ାଯିବ । ମୋଦି ସରକାରଙ୍କର ଯୋଜନାର ପ୍ରଚାର ସହ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କୁ ବୁଝାଇବାକୁ ଶ୍ରୀ ମହାପାତ୍ର ଗୁରୁତ୍ୱ ଦେଇଛନ୍ତି । ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୁଷମା ବିଶ୍ୱାଳ, ବିଧାନସଭା ପ୍ରଭାରୀ ସୁଶାନ୍ତ ପଟ୍ଟନାୟକ, ଜିଲା ସାଧାରଣ ସମ୍ପାଦକ ଇଶ୍ୱର ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଜିଲା ସମ୍ପାଦକ ଆଶିଷ ଘୋଷ, ବରିଷ୍ଠ ନେତା ସୁଜିତ୍ ଦେବ, ମଣ୍ଡଳ ସଭାପତି ବିଜୟ ଦାସ, ତପନ ଗିରି, କାର୍ତ୍ତିକ ରାଉତ, ଅନୀଲ ପାତ୍ର, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ଅନ୍ତର୍ଯ୍ୟାମୀ ବେହେରା, ପିତାମ୍ବର ଭୂୟାଁ, ଲକ୍ଷ୍ମୀଧର ମନ୍ତ୍ରୀ, କାଉନ୍ସିଲର ସତ୍ୟଶିବ ସୁନ୍ଦର ଦାଶ, ରୋଜାଲିନ ପାଣି, ନିତ୍ୟଗୋପାଲ ସିଂ, ସସ୍ମିତା ନାଥ, ପ୍ରତିମା ବେହେରା, ସରପଞ୍ଚ ବନିତା ଭୂୟାଁ, ରବିନାରାୟଣ ପ୍ରଧାନ, ସମିତିସଭ୍ୟ ଅଞ୍ଜନ ପରିଡ଼ା, ମାମନୀ ଜେନା, ରାଜେନ୍ଦ୍ର ଚାଟାର୍ଜୀ, କାର୍ତ୍ତିକ ନାଥ, ଜୀବନ ପାଣି, ଅଶୋକ ଦାସ, ଉମାକାନ୍ତ ପ୍ରଧାନ, ବିଜୟ ସାହୁ, ନିରନ ଜେନା, ସର୍ବେଶ୍ୱର ବୁଗୁଡାଇ, ପୂର୍ଣ୍ଣଚନ୍ଦ୍ର ବେହେରା, ଅସୀମ ମହାନ୍ତି, ଚକ୍ରଧର ସେଠୀ, ମାନସ ମହାପାତ୍ର, କାହ୍ନୁ ପ୍ରଧାନ, ମହେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।