ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ତାରା
ଭୁବନେଶ୍ୱର : ରାଜ୍ୟରେ ଗଣତନ୍ତ୍ର ନାହିଁ । ଯଦି ଥାନ୍ତା ତେବେ କୁଚିଣ୍ଡା ରେ ବିଜେଡି କର୍ମୀଙ୍କ ଦ୍ୱାରା ଜିଲା ଯୁବ କଂଗ୍ରେସ ସଭାପତି ଙ୍କୁ ଜୀବନ ରେ ମାରିବାକୁ ଉଦ୍ୟମ ହୋଇନଥାନ୍ତା । ପୋଲିସ ସାମନା ରେ ମାଡ଼ ହେଉଛି । ଡିଜି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରେ ବିଫଳ । ସେ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ବି ଚୁପ । ଦିବ୍ୟଶଙ୍କର ଙ୍କୁ ବହିଷ୍କାର କରନ୍ତୁ । ତାଙ୍କୁ ଗିରଫ କରାଯାଉ । ନଚେତ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି ।
ସେ କହିଛନ୍ତି କଳାହାଣ୍ଡି ସଭାରେ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କର ଙ୍କୁ ଷ୍ଟେଜ ରେ ବସାନ୍ତୁନି । ଆମେ ବିରୋଧ କରିବୁ । ଦରଦାମ ବୃଦ୍ଧି ଉପରେ ବିଜେଡି ଏଯାଏଁ ଚୁପ ଥିଲା । ଦିବ୍ୟଶଙ୍କର ମାମଲା ଉଠିବାରୁ ଏବେ ବିରୋଧ ଆରମ୍ଭ କରିଛି ବିଜେଡି । ବିଜେଡି – ବିଜେପି ଏକ । ମମିତାଙ୍କୁ ନେଇ ଦୁଇ ଦଳ ଡ୍ରାମା କରୁଛନ୍ତି । ୟୁପି ଖେରି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିଜେପି ସୁରକ୍ଷା ଦେଲା । ଏଠି କିନ୍ତୁ ବିକ୍ଷୋଭ କରୁଛନ୍ତି । ମମିତାକୁ ନ୍ୟାୟ କେବଳ କଂଗ୍ରେସ ଦେବ । ଉଭୟ ବିଜେପି-ବିଜେଡି ସରକାର ରେ ରହିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି ।