ଜୀବନ ଶୈଳୀ ଉପରେ ଆଧାରିତ “ଜୀବନ ଦର୍ଶନ କଥା” ପୁସ୍ତକର ଲୋକାର୍ପଣ
ଯାଜପୁର : ଯାଜପୁର ବିରଜା କ୍ଷେତ୍ର ନିକଟସ୍ଥ ବଡ଼ଦୋଗଡ଼ା ଗ୍ରାମର ଗୋପୀନାଥ ଜୀଉ ପରିସରରେ “ଜୀବନ ଦର୍ଶନ କଥା” ପୁସ୍ତକର ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଯାଇଛି । ନାଟ୍ୟ ମଣ୍ଡପର ଉଦ୍ଘାଟନ ଓ ପୁସ୍ତକର ଉନ୍ମୋଚନ ଉତ୍ସବରେ ଅତିଥିଭାବେ ପ୍ରାକ୍ତନ ଯାଜପୁର ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଯୋଗଦେଇଥିବା ବେଳେ ପୁସ୍ତକର ଲେଖକ ଅଧିକାରୀ ନବ କିଶୋର ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଭାପତି ଯଜ୍ଞପ୍ରଭା ପୁସ୍ତକର ସମ୍ପାଦକ ତଥା ବିଦ୍ୱାନ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ ନନ୍ଦ, ମୁଖ୍ୟବକ୍ତା ସାହିତ୍ୟିକ ବିଦ୍ୟୁତ୍ପ୍ରଭା ଦାସ, ସମ୍ମାନିତ ଅତିଥି ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରବୋଧ କୁମାର ନାୟକ ପ୍ରମୁଖ ଯୋଗଦେଇ ପୁସ୍ତକର ଲୋକର୍ପଣ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ପ୍ରୀତିକାନ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋପୀନାଥ ଜୀଉଙ୍କ ପୂଜାର୍ଚ୍ଚନା ଭଜନ ସଂକୀର୍ତନ ଓ ପ୍ରସାଦ ସେବନର କାର୍ଯ୍ୟ ସୁଚାରୁ ରୂପେ ସମ୍ପନ କରାଯାଇଥିଲା । ବହୁ କବି ଲେଖକ, ବୁଦ୍ଧିଜିବୀ ଯୋଗଦେଇଥିବାବେଳେ ସଞ୍ଚାଳନ କାର୍ଯ୍ୟକୁ ମଧୂସୁଦନ ମହାନ୍ତି, ଶୁଭଶ୍ରୀ ଦାସ, ବିଷ୍ଣୁ ପ୍ରିୟା ଦାସ, ନିକିତାରାଣୀ ଦାସ ଏବଂ ହୃଷୀକେଶ ପତିଙ୍କ ଦ୍ୱାରା ସୁଚାରୁରୂପେ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ନିର୍ମଳାବାଳା ବିଶ୍ର, ରାମଚନ୍ଦ୍ର ଦାସ, ଗିରିଧାରୀ ସ୍ୱାଇଁ, ନଟବର ଦାସ, ଅଜୟ କୁମାର ଓଝା ପ୍ରମୁଖ ଅତିଥିମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କୁ “ବୈଷ୍ଣବ ଶିରିପା” ସମ୍ମାନରେ ସମ୍ବର୍ନ୍ଧିତ କରାଯାଇଥିଲା । ସର୍ବଶେଷରେ ମୀନକେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।