ଆଇପିଏଲ ଫ୍ରାଂଚାଇଜ ଲକ୍ଷ୍ନୌ ସୁପର ଜିଆଂଟସର ଲୋଗୋ ଉନ୍ମୋଚନ
ଲକ୍ଷ୍ନୌ : ନୂଆ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଫ୍ରାଂଚାଇଜ ଲକ୍ଷ୍ନୌ ସୁପର ଜିଆଂଟସ (ଏଲଏସଜି) ୨୦୨୨ ମେଗା ନିଲାମ ପୂର୍ବରୁ ଟିମର ଲୋଗୋ ଉନ୍ମୋଚନ କରିଛି । ପ୍ରାଚୀନ ଭାରତୀୟ ପୌରାଣିକ କଥାବସ୍ତୁରୁ ବ୍ରାଣ୍ଡ୍ ପରିଚୟ ଅନୁଗୃହୀତ ବୋଲି ଫ୍ରାଂଚାଇଜ ପକ୍ଷରୁ କୁହାଯାଇଛି ।
ପୌରାଣିକ ପକ୍ଷୀ ଗରୁଡ-ଯିଏକି ଜଣେ ରକ୍ଷକ ଓ ଦ୍ରୁତ ଗତିରେ ଆଗକୁ ବଢିବାର ଶକ୍ତି ସହ ବିରାଜମାନ, ଏହା ଟିମର ଡେଣାଥିବା ପ୍ରତୀକ ତିଆରି କରିବାକୁ ପ୍ରେରଣା ହୋଇଛି । ପ୍ରତ୍ୟେକ ଭାରତୀୟ ସଂସ୍କୃତି ଏବଂ ଉପ-ସଂସ୍କୃତିରେ ଗରୁଡ ସର୍ବତ୍ର ରହିଥିବା ଟିମର ଲୋଗୋକୁ ନେଇ ଏଲଏସଜି ପକ୍ଷରୁ ଏହା କୁହାଯାଇଛି । ସଂସ୍ଥାର ତ୍ରି-ରଙ୍ଗର ଡେଣା, ସାଙ୍କେତିକ ଭାବରେ ଭାଗ୍ୟଶାଳୀ ସୁପର ଜିଆଂଟସ୍ ପାନ୍ ଇଣ୍ଡିଆ ଅପିଲ୍କୁ ପ୍ରତିନିଧିତ୍ୱ କରେ । କ୍ରିକେଟ୍ ଖେଳକୁ ସୂଚାଇବା ପାଇଁ ପକ୍ଷୀର ଶରୀରରେ ଏକ ନୀଳ ରଙ୍ଗର ବ୍ୟାଟ୍ ରଖାଯାଇଛି ଓ କମଳା ରଙ୍ଗର ଏକ ଲାଲ୍ ବଲ୍ ମଧ୍ୟ ରହିଛି । ଟିମ ଲକ୍ଷ୍ନୌ ଆଇପିଏଲ-୨୦୨୨ ପାଇଁ କେଏଲ ରାହୁଲ(୧୭ କୋଟି), ମାର୍କସ ଷ୍ଟୋଇନିସ(୯.୨ କୋଟି) ଓ ରବି ବିଷ୍ଣୋଇ(୪ କୋଟି)ରେ କିଣି କ୍ୟାମ୍ପ୍ରେ ସାମିଲ କରିଛି । କେଏଲ ରାହୁଲଙ୍କୁ ଟିମ ଅଧିନାୟକ ଘୋଷଣା କରିଛି । ଆଣ୍ଡେ ଫ୍ଲାୱାର ଲକ୍ଷ୍ନୌ ଫ୍ରାଂଚାଇଜର ମୁଖ୍ୟ କୋଚ୍ ଓ ପୂର୍ବତନ ଭାରତୀୟ ବ୍ୟାଟ୍ର ଗୌତମ ଗମ୍ଭୀର ଫ୍ରାଂଚାଇଜର ମେଂଟର ନିଯୁକ୍ତ ହୋଇଛନ୍ତି ।