ଆସନ୍ତାକାଲି ଝାଡ଼ଖଣ୍ଡ ହାଇକୋର୍ଟରେ ଲାଲୁ ଯାଦବଙ୍କ ଜାମିନ ଆବେଦନର ଶୁଣାଣୀ
ରାଂଚି : ଚାରା ଘୋଟାଲା ତଥା ଡୋରାଣ୍ଡ ଟ୍ରେଜେରୀ ମାମଲାରେ ଦଣ୍ଡାଦେଶ ଭୋଗୁଥିବା ଆରଜେଡ଼ି ସୁପ୍ରିମୋ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଜାମିନ ସମ୍ପର୍କରେ ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣୀ କରିବେ । ତାଙ୍କ ଓକିଲ ଦେବର୍ଷି ମଣ୍ଡଳ ଜାମିନ ଆବେଦନକୁ ସ୍ୱତନ୍ତ୍ର ବର୍ଗରେ ଅନ୍ତର୍ଭୁକ୍ତ କରି ଶୀଘ୍ର ଶୁଣାଣୀ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏହି ଆବେଦନ ପତ୍ରରେ ଲାଲୁଙ୍କ ବୟସ ଏବଂ ଅସୁସ୍ଥତା ଦର୍ଶାଯାଇଛି । ଏହି ଆବେଦନକୁ ଗ୍ରହଣ କରି ହାଇକୋର୍ଟ ମାର୍ଚ୍ଚ ୪ ତାରିଖକୁ ଶୁଣାଣୀ ତାରିଖ ଭାବରେ ସ୍ଥିର କରିଛନ୍ତି ।