କିଡନୀ ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ ଲାଲୁ, କୋର୍ଟରୁ ମାଗିଲେ ପାସପୋର୍ଟ
ରାଂଚି : ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ରାଜଦ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସିବିଆଇ କୋର୍ଟରେ ପାସପୋର୍ଟ ରିଲିଜ୍ କରିବାର ଅନୁମତି ମାଗିଛନ୍ତି । ତାଙ୍କର ଓକିଲ ପ୍ରଭାତ କୁମାର କହିଛନ୍ତି ଯେ ପାସପୋର୍ଟ ରିଲିଜ୍ କରିବା ପାଇଁ ସିବିଆଇର ବିଶେଷ ନ୍ୟାୟାଧିଶ ଦିନେଶ ରାୟଙ୍କ ଅଦାଲତରେ ଆବେଦନ ଦାଖିଲ କରାଯାଇଛି ।
ସେ କହିଛନ୍ତି ଯେ ମଙ୍ଗଳବାର ଦିନ ସିବିଆଇର ବିଶେଷ ଅଦାଲତରେ ଶୁଣାଣୀ ପରେ ଲାଲଉଙ୍କ ଆବେଦନ ଉପରେ ଜବାବ ଦାଖିଲ କରିବା ପାଇଁ ସମୟ ଦେବାର ଆଗ୍ରହ କରାଯାଇଥିଲା । ସିବିଆଇର ଆଗ୍ରହକୁ ସ୍ୱୀକାର କରି ଅଦାଲତ ଆସନ୍ତା ଶୁଣାଣୀ ପାଇଁ ୧୬ ସେପ୍ଟେମ୍ବର ତାରିଖ ନିର୍ଦ୍ଧାରିତ କରିଛନ୍ତି । ଅଧିବକ୍ତା କହିଛନ୍ତି ଯେ ଲାଲୁଙ୍କୁ କିଡନୀର ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ । ୨୪ ସେପ୍ଟେମ୍ବର ଦିନ ସିଙ୍ଗାପୁରର ଏକ ହସ୍ପିଟାଲରେ ସେ ଆପାର୍ଟମେଂଟ ନେଇଛନ୍ତି କିନ୍ତୁ କାନୁନୀ ଅଡ଼ଚନୋ କାରଣ ସେ ବିନା ଅଦଲତର ମଞ୍ଜୁରୀରେ ବିଦେଶ ଯାଇପାରିବେ ନାହିଁ ।