ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ
ଭୁବନେଶ୍ୱର : ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ବିଭିନ୍ନ ପ୍ରସଙ୍ଗ ନେଇ ଜେରା କରିପାରେ ଇଡି ।
ଗତ ୨୦୧୭ ମସିହାରେ ଅର୍ଚ୍ଚନାଙ୍କୁ ଘରଭଡ଼ା ଦେଇଥିଲେ ଫିଲ୍ମ ପ୍ରଯୋଜକ ଶ୍ରୀ ସ୍ୱାଇଁ । ପରେ ଅର୍ଚ୍ଚନାଙ୍କୁ ଘର ଖାଲି କରିବାକୁ କହିଥିଲେ । ହେଲେ ଘର ଖାଲି କରିବା ପରିବର୍ତ୍ତେ ପ୍ରଥମେ ପ୍ରମୋଦଙ୍କୁ ବ୍ଲାକମେଲ କରିଥିଲେ ଅର୍ଚ୍ଚନା । ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଆଉ ଏବେ ଏହି ମାମଲାରେ ଜେରା କରିପାରେ ଇଡି ।
ସୂଚନା ଯେ, ଅର୍ଚ୍ଚନା ନାଗ ଗିରଫ ହେବା ପରେ ଆର୍ଥିକ କାରବାର ନେଇ ଛାନ୍ଭିନ୍ କରୁଛି ଇଡି । ଧୀରେ ଧୀରେ ଅର୍ଚ୍ଚନା ନାଗ ସହିତ ଜଡିତ ଥିବା ସମସ୍ତ ଲୋକଙ୍କୁ ଡାକି ଜେରା କରୁଛି ଇଡି । ଆଉ ଏବେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଇଡି । ଏହିକ୍ରମରେ ମଙ୍ଗଳବାର ଇଡିରେ ହାଜର ହୋଇଛନ୍ତି ଶ୍ରୀ ସ୍ୱାଇଁ ।