ଆମେରିକାରେ ପାଳନ ହେବାର ୩୪ ବର୍ଷ ପରେ ଭାରତରେ ଆରମ୍ଭ ହେଲା ଶ୍ରମିକ ଦିବସ
ଶ୍ରମିକ ଏହି କଥାଟି ଯେତେବେଳେ ଆମ କାନରେ ପଡେ ଆମ ଆଖି ଆଗକୁ ଚାଲିଆସେ ଗାମୁଛା ଲୁଙ୍ଗି ପିନ୍ଧା ମଳି ମୁଣ୍ଡିଆ ଲୋକ ଟିଏ । ଯିଏ ଦିନ ଯାକ ଖରା ତରାରେ ଖଟୁଥାଏ ପେଟ ପାଇଁ । ରାସ୍ତା କଡରେ ନିତିଦିନ ସକାଳେ ଆସି ଠିଆ ହୁଏ କାମ ଆସାରେ । ଏମିତି ଏକ ଚିତ୍ର ଆମ ଆଖି ଆଗକୁ ଚାଲି ଆସେ । ତେବେ ଏହା କଣ ହେଉଛି ଏମାନଙ୍କ ଚିତ୍ର ନାଁ ବାସ୍ତବରେ ଏମାନେ ହିଁ ହେଉଛନ୍ତି ଆଧୁନିକ ଭାରତର ମେରୁ ଦଣ୍ଡ । ଆଜିର ଏ ଯେଉଁ ସବୁ ବଡବଡ ଅଟାଳିକା ଦେଖା ଯାଉଛି ଏସବୁ କିଛି ସେମାନଙ୍କ ବଡ ଅବଦାନ ।
ସାରା ବିଶ୍ୱରେ ମେ’ ୧କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ୧୮୮୬ ମସିହାରେ ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। କେହି କେହି ଆଜିର ଦିନକୁ ମେ ଡେ ବୋଲି ମଧ୍ୟ କହିଥାନ୍ତି।
ଆମେରିକାରେ ଶ୍ରମିକ ଦିବସ ପାଳନ ହେବାର ୩୪ ବର୍ଷ ପରେ ଅର୍ଥାତ୍ ୧୯୨୩ ମସିହା ମେ ୧ ତାରିଖରେ ଭାରତରେ ପ୍ରଥମେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଭାରତରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନର ଅଧ୍ୟକ୍ଷତାରେ ଏ ନେଇ ନିଷ୍ପତ୍ତି ହୋଇଥିଲା। ଏକାଧିକ ସଂଗଠନ ଓ ପାର୍ଟି ଏହି ବୈଠକକୁ ସମର୍ଥନ କରିଥିଲେ। ଫଳରେ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।
ତେବେ ଏହି ଦିବସ ପାଳନ କରାଯିବା ପଛରେ ମଧ୍ୟ ଏକ ଇତିହାସ ଲୁଚି ରହିଛି । ଆମେରିକାର ସିକାଗୋରେ କଳକାରଖାନାରେ କାମ କରୁଥିବା ଶ୍ରମିକ ମାନଙ୍କର ଅତୀତରେ କୈଣସି ସମୟ ସୀମା ନଥିଲା କାମ କରିବାର । ମନ ଇଚ୍ଛା ମାଲିକ ମାନେ ଶ୍ରମିକଙ୍କୁ ଖଟାଉ ଥିଲେ । ଏମିତିକି ଛୁଟିଦିନରେ ମଧ୍ୟ ଛୁଟି ଦିଆ ଯାଉ ନଥିଲା । ଯାହାର ପ୍ରତିବାଦରେ ସେଠି ଶ୍ରମିକ ମାନେ ଧାରଣା ଦେଇଥିଲେ । କାମର ସମୟ ସୀମାକୁ ୮ ଘଣ୍ଟା କରିବାକୁ ସେମାନେ ଦାବି କରିଥିଲେ । ତେବେ ଏହି ଧାରଣା ସେତେବେଳ ଏତେ ଉଗ୍ରରୂପ ନେଲା ଯେ ସେଠାରେ ବୋମା ବିଷ୍ପାରଣ ହୋଇଥିଲା । ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିରିହ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଯେଉଁଥିରେ ବହୁତ ଶ୍ରମିକ ମୃତ୍ୟ ବରଣ କରିଥିବା ବେଳେ ଶତାଧିକ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଏହାକୁ ସ୍ମୃତି କରି ରଖିବାକୁ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଏହି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରିବାକୁ ନିଷ୍ପତି ହୋଇଥିଲା । ଠାରୁ ମେ ୧ ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ।