ସରିଲା ପଞ୍ଚରାତ୍ର ଗାଁ ଗାଁରେ ଚାଲିଛି ମାଆଙ୍କ ପୂଜା ଓ ସଂକୀର୍ତ୍ତନ
ଏକାନ୍ନ ପରିବାରକୁ ମହାରାଣୀ କଲେ ସମ୍ବର୍ଦ୍ଧିତ
ମୟୁରଭଞ୍ଜ : ସାରସକଣା-ପିଏନଏସ-ପବିତ୍ର ଚୈତ୍ର ମାସ ଅବସରରେ ସାରସକଣା ବ୍ଲକର ପ୍ରାୟତଃ ପଞ୍ଚାୟତ ଗ୍ରାମ ମାନଙ୍କରେ ମଙ୍ଗଳବାର ଓ ଶନିବାରରେ ମାଆ ମଙ୍ଗଳା,ମାଆ ଶିତଳାଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଝାରପୋଖରିଆ, ରାଜାଲୋକା, ଜାମୁବଣୀ, ବାଉଁଶଦା, ମୁରୁଣିଆ, ନେଦା, ସାରସକଣା, ଯୋକା, ପାକଟିଆ ଭଳି ଗ୍ରାମ ମାନଙ୍କରେ ଅଷ୍ଟମ ପ୍ରହର, ଷୋହଳ ପ୍ରହର ହରିନାମ ସଂକୀର୍ତ୍ତନ ଚାଲୁ ରହିଥିବା ଦେଖିବାକୁ ମିଳୁଛି ।ସେହିପରି ଝାରପୋଖରିଆ ପଞ୍ଚାୟତ ବାଲିଆସାହି ଛକ ନିକଟରେ ସୀମାନ୍ତ ୟୁଥ ମିଶନ ପକ୍ଷରୁ ସପ୍ତମ ବାର୍ଷିକୀ ପଞ୍ଚରାତ୍ର ଅଖଣ୍ଡ ହରିନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନର କଳସ ଯାତ୍ରାରୁ ଶୁଭାରମ୍ଭ ହୋଇଥିବା ପଞ୍ଚରାତ୍ର ଅବସରରେ ଆୟୁର୍ବେଦିକ ଓ ଆଲୋପ୍ୟାଥିକର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଶହଶହ ଲୋକଙ୍କୁ ପରୀକ୍ଷା,ନିରୀକ୍ଷା ପୂର୍ବକ ଚିକିତ୍ସା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।ଏହି ଅବସରରେ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମି ରାଜଲଷ୍ମୀ ଭଞ୍ଜଦେଓ ଉପସ୍ଥିତ ସନ୍ଧ୍ୟାରେ ବ୍ଲକର ସାନ ଚାଟରା ଗ୍ରାମ ନିବାସୀ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ଏକାନ୍ନ ପରିବାରକୁ କମିଟି ତରଫରୁ ଉତ୍ତୋରୀୟ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଉତ୍ସାହିତ କରାଯାଇଥିଲା ବେଳେ ପ୍ରତ୍ୟେକ ଦିନ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ନେତୃମଣ୍ଡଳୀ ଉପସ୍ଥିତ ହୋଇ କୃପାଲାଭ କରିବା ସହିତ ସହଯୋଗ ଅର୍ଘ୍ୟ ପ୍ରଦାନ କରିଥିଲେ । ସେହିପରି ସ୍ୱର୍ଗବାସ ହୋଇ ଯାଇଥିବା କମିଟିର ପ୍ରାକ୍ତନ ସଦସ୍ୟ ସହଦେବ ପରିଡା,ଚୈତନ୍ୟ ଦତ୍ତ,ଲାଷ୍ମୀକାନ୍ତ ପ୍ରହରାଜ, ପ୍ରଫୁଲ୍ଲ ମହାନ୍ତ,ଶିବ କୁମାର ରଣା,ଭୁବନେଶ୍ୱର ମହାନ୍ତ, ମହେଶ୍ୱର ମହାନ୍ତ,ଗିରିସ ଚନ୍ଦ୍ର ମହାନ୍ତ ଓ ପ୍ରତାପ ଗିରୀଙ୍କର ସମାଜ ପାଇଁ ବିଶେଷ ଅବଦାନ ତଥା ଭଲ ପାଇବାକୁ ନେଇ ମହାନଆତ୍ମାଙ୍କ ଫୋଟ ଚିତ୍ରରେ ଉପସ୍ଥିତ ମାନେ ପୁଷ୍ପଧୂପ ପ୍ରଦାନ ପୂର୍ବକ ଶ୍ରଦ୍ଧଞ୍ଜଳି ଅର୍ପଣ କରିଥିଲେ । ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ କମିଟି ତରଫରୁ ବଣ୍ଟନ ହେଉଥିବା ଅନ୍ନ ପ୍ରସାଦ ସେବନ କରି ଆତ୍ମୋ ସନ୍ତୋଷ ଲାଭ କରିଥିଲେ । କମିଟିର ସଭାପତି କାହ୍ନୁଚରଣ ଦାସ, ସମ୍ପାଦକ ଭଗିରଥ ପ୍ରହରାଜଙ୍କ ସହିତ କମିଟିର ସମସ୍ତ ସଦସ୍ୟ ମାନଙ୍କର ପୁର୍ଣ୍ଣ ସହଯୋଗରେ ପଞ୍ଚରାତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।