ଗଣେଶ ଚତୁର୍ଥୀରେ ଜାଣନ୍ତୁ କେଉଁ ମୂର୍ତ୍ତି ପୂଜା କଲେ ଅତ୍ୟନ୍ତ ଶୁଭ
ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜା କରିବାର ବିଧି ରହିଛି। କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଗଣେଶଙ୍କର ପୂଜା କରାଯାଏ ତେବେ ସମସ୍ତ ବିଘ୍ନ ବିନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟଙ୍କ ପୂଜା କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ଦିନକୁ ଗଣେଶଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ।
ଭଗଵାନ ଗଣେଶଙ୍କର ମୂର୍ତ୍ତି ବଜାରରୁ କିଣି ଆଣିବାକୁ ବାହାରିଛନ୍ତି ତାହେଲେ ଏହି କିଛି କଥାକୁ ଆପଣ ବିଶେଷ ରୂପରେ ଧ୍ୟାନ ରଖନ୍ତୁ। ଆଜି ଆସନ୍ତୁ ଜାଣିବା ଭଗଵାନଙ୍କର କେଉଁ ମୂର୍ତ୍ତି ଅତି ଫଳ ଦାୟକ ହୋଇଥାଏ ଯେଉଁଥିରେ ଆପଣ ଜାଣି ପାରିବେ ଭଗଵାନ ଗଣେଶଙ୍କର ମୂର୍ତ୍ତି କେମିତି ହୋଇଥିବା ଦରକାର, ଗଣେଶଙ୍କ ଶୁଣ୍ଢ କେଉଁ ଦିଗରେ ରହିବା ଉଚିତ୍। ବସିଥିବା ଗଣେଶ , ଠିଆ ଗଣେଶ, ନାଚୁଥିବା ଗଣେଶ ଏବଂ ବଂଶୀ ବଜାଉଥିବା ଗଣେଶଙ୍କ ମୂର୍ତ୍ତି କେଉଁମାନେ କିଣି ପାରିବେ ଏବଂ ମୂର୍ତ୍ତିର କଣ ମହତ୍ତ୍ଵ ଅଛି। ବାସ୍ତୁ ଅନୁସାରେ ଗଣେଶଙ୍କ ମୂର୍ତ୍ତିର ସ୍ଥାପନା କେଉଁଠି କରିବା ଦରକାର। ଏହା ସହିତ ଆପଣ ଜାଣିପାରିବେ ଗଣେଶ ସ୍ଥାପନା ସହିତ ଜଡିତ ଅନ୍ୟ ସବୁ ମହତ୍ତ୍ଵପୂର୍ଣ୍ଣ କଥା।
ଶାସ୍ତ୍ର ଅନୁସାରେ ଗଣେଶଙ୍କ ମୂର୍ତ୍ତି ସାଇଜ ଏବଂ ସହବାନ୍ ହେବା ଉଚିତ୍। ସାଇଜ୍ ର ଅର୍ଥ ନିଜର ସମସ୍ତ ପ୍ରିୟଜନ ମାନଙ୍କ ସହିତ ମାନେ ଗଣେଶଙ୍କ ହାତରେ ମୋଦକ ଅଙ୍କୁଶ ପାଖରେ ଥିବା ଦରକାର। ମୋଦର ଅର୍ଥ ଆନନ୍ଦ ଯେମିତି ଆମକୁ ମୋଦକ ଖାଇଲେ ଆନନ୍ଦ ମିଳିଥାଏ। ସେମିତି ମୋଦକ ଭରା ଗଣେଶ ମୂର୍ତ୍ତିକୁ ଆନନ୍ଦ ପ୍ରାପ୍ତ ହୋଇଥାଏ। ଏହାବି ଧ୍ୟାନ ରଖିଥିବେ ଯେଉଁ ହାତରେ ମୋଦକ ବା ଲଡୁ ରହିଥାଏ ଏବଂ ଗଣେଶଙ୍କ ଶୁଣ୍ଢ ସେହି ପେଟ ମୋଡ଼ି ହୋଇ ରହିଥିବା ଦରକାର। ଯଦି ଭଗଵାନ ଗଣେଶଙ୍କ ମୂର୍ତ୍ତିରେ ଲଡୁ ନାହିଁ ତାହେଲେ ଏମିତି ମୂର୍ତ୍ତିର ପୂଜା କରିବା ଅଶୁଭ ମାନା ଯାଇଥାଏ ଏବଂ ସହବାନ୍ ର ଅର୍ଥ ଗଣେଶ ମୂର୍ତ୍ତି ସହିତ ତାଙ୍କର ବାହାନ ମୂଷା ରହିଥିବା ଦରକାର। ଯଦି ତାଙ୍କର ବାହାନ ମୂଷା ନାହାଁନ୍ତି ତାହେଲେ ଏମିତି ମୂର୍ତ୍ତିର ପୂଜା କରିଲେ ଦୋଷ ଲାଗିଥାଏ। ମୁଷାର ମୁଖ୍ୟ ଗୁଣ କାଟିବା ହୋଇଥାଏ। ମୂଷା ସବୁ ଜିନିଷକୁ କାଟିବା ପସନ୍ଦ କରିଥାଏ ଏହିପରି ଯେଉଁ ବ୍ୟକ୍ତି କଥା କଥାରେ ପ୍ରୋତରକ୍ କରିଥାନ୍ତି କାରଣ ଭଗଵାନ ଗଣେଶ ବୁଦ୍ଧିର ଦେବତା ଅଟନ୍ତି ଯେମିତି ମୂଷାକୁ ନିଜ ପାଦ ପାଖରେ ରଖିଥାନ୍ତି ସେମିତି ହିଁ ଗଣେଶଙ୍କ ସହ ବାହାନ ମୂର୍ତ୍ତି କୁଦ୍ରକ୍ ବ୍ୟକ୍ତିର ଖରାପ ବିଚାରକୁ ଦବେଇ ଦେଇଥାନ୍ତି।
ଗଣେଶଙ୍କ ମୂର୍ତ୍ତିରେ ତାଙ୍କର ଗୋଟିଏ ହାତ ଆଶ୍ରିବାଦ ଦେଇଥିବା ଭାବରେ ରହିଥିବା ଉଚିତ୍, ଗୋଟିଏ ହାତ ବରମ୍ ମୁଦ୍ରାରେ ରହିବା ଉଚିତ୍। ବରମ୍ ମୁଦ୍ରାର ମୂର୍ତ୍ତି ସୁଖ ଶାନ୍ତିର ପ୍ରତୀକ ମାନାଯାଇଥାଏ। ଗଣେଶଙ୍କ ମଥାରେ ମୁକୁଟ ରହିଥିବା ଅତି ଶୁଭ ହୋଇଥାଏ। ବିନା ମୁକୁଟରେ ଗଣେଶ ମୂର୍ତ୍ତିକୁ ଘରକୁ ଆଣିବା ଅଶୁଭ ହୋଇଥାଏ। ଭଗଵାନ ଗଣେଶଙ୍କୁ ସଜାସଜି ବୋହୁତ ପସନ୍ଦ ହୋଇଥାଏ। ବେକରେ ମାଳ, ହାତରେ ବାଜୁ ବନ୍ଧ ବା ଫାର୍ସା କିମ୍ବା ରଶି ରହିଥାଏ ଏହା ଯଦି ନଥାଏ ତେବେ ଘରକୁ ଆଣି ଲଗାଇ ଦିଅନ୍ତୁ। ଭଗଵାନ ଗଣେଶଙ୍କୁ ବାଳଚନ୍ଦ୍ର ବୋଲି କୁହାଯାଇଥାଏ ଏଥିପାଇଁ ଭଗଵାନ ଗଣେଶଙ୍କ ମଥାରେ ଚନ୍ଦ୍ରମା, ତ୍ରିଶୂଲ ଏବଂ ତିଳକ ରହିବା ଶୁଭ ହୋଇଥାଏ। ଯେଉଁ ମୂର୍ତ୍ତିରେ ଭଗଵାନ ଗଣେଶଙ୍କ ପାଦ ମାଟିରେ ଲାଗିଥାଏ ଏପରି ମୂର୍ତ୍ତି ଅତି ଶୁଭ ହୋଇଥାଏ। କୁହାଯାଏ ଏପରି ମୂର୍ତ୍ତିର ପୂଜା କରିବା ଦ୍ୱାରା ଚାରି ଦିଗରୁ ସଫଳତା ଆପଣଙ୍କୁ ମିଳିଥାଏ।
ଶାସ୍ତ୍ରରେ ଭଗଵାନ ଗଣେଶଙ୍କୁ ଧୁମ୍ରବାଣ କୁହାଯାଇଥାଏ ଏହାର କାରଣ ଗଣେଶଙ୍କ ଶରୀର ଧୂଆଁର ସମାନ ଅଟେ। ଏଥିପାଇଁ ଭଗଵାନ ଗଣେଶଙ୍କର ଏହି ରଙ୍ଗର ମୂର୍ତ୍ତିର ସ୍ଥାପନା ଶୁଭ ମାନାଯାଇଥାଏ। ଯାହାଦ୍ଵାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ସିନ୍ଦୂର ରଙ୍ଗର ଗଣେଶଙ୍କୁ ରଖିବା ବୋହୁତ ଶୁଭ ମାନାଯାଇଥାଏ କୁହାଯାଇଥାଏ ଏହି ରଙ୍ଗର ଗଣେଶ ମୂର୍ତ୍ତି ଘରେ ରହିବା ଦ୍ଵାରା ଘରେ ସବୁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଗଣେଶଙ୍କ ଶୁଣ୍ଢ ବିଷୟରେ।
କୁହାଯାଇଥାଏ ଗଣେଶ ଭଗଵାନଙ୍କ ମୁଖ୍ୟ ଶକ୍ତି ତାଙ୍କ ଶୁଣ୍ଢରେ ରହିଥାଏ। କେତେବେଳେ ଆମେ ବଜାରରୁ ମୂର୍ତ୍ତି ଆଣିବାକୁ ଯାଇଥାଉ ସେତେବେଳେ ଦେଖିଥିବା ଡାହାଣ ପଟ ଶୁଣ୍ଢ ବା ବାମ ପଟ ଶୁଣ୍ଢ ରହିଥାଏ। ଡାହାଣ ପଟ ଶୁଣ୍ଢ ଥିବା ଗଣେଶଙ୍କୁ ସିଦ୍ଧିବିନାୟକ ଗଣେଶ କୁହାଯାଇଥାଏ। ଏହି ମୂର୍ତ୍ତିରେ ଶୁଣ୍ଢର ଅଗ୍ରଭାଗ ଡାହାଣ ପଟକୁ ରହିଥିଲେ ଡାହାଣ ଶୁଣ୍ଢ ଗଣେଶ ବା ଦକ୍ଷିଣ ଭୀମୁଖି ଗଣେଶ କୁହାଯାଇଥାଏ। ମୂର୍ତ୍ତିର ଡାହାଣ ହାତ ପାଖେ ଶୁଣ୍ଢ ମୋଡ଼ି ହୋଇ ରହିଥାଏ। ଦକ୍ଷିଣ ଦିଗ ଯମଲୋକ ନେଇଯାଇଥିବା ଦିଗ ହୋଇଥାଏ କାରଣ ଯମଲୋକ ଦକ୍ଷିଣ ଦିଗରେ ମାନା ଯାଇଥାଏ। ଏଥିରେ ପୂଜା କରିବା ବେଳେ ସୂତା ବସ୍ତ୍ର ପିନ୍ଧି ପୂଜା କରାଯାଇନଥାଏ କେବଳ ଧଳାର ରେଶମ ବସ୍ତ୍ର ପିନ୍ଧି ପୂଜା କରାଯାଇଥାଏ। ଏହା ସହିତ ପଇତାର ସବୁ ନିୟମକୁ ପାଳନ କରିବା ସହିତ ପଇତା ପିନ୍ଧି ପୂଜା କରାଯାଇଥାଏ। ଯାହାଦ୍ଵାରା ଦକ୍ଷିଣ ଦିଗରୁ ପ୍ରସାରଣ ହେଉଥିବା ଶକ୍ତିରୁ କଷ୍ଟ ହୋଇନଥାଏ।
ଏହା ଏଥିପାଇଁ କରିବାକୁ ପଡ଼ିଥାଏ କାରଣ ଦକ୍ଷିଣ ଦିଗରେ ଯମଲୋକ ହୋଇଥାଏ। ଯେମିତି ଶାସ୍ତ୍ରରେ କୁହାଯାଇଛି ଯଦି ଆମେ ଦକ୍ଷିଣ ଦିଗ ପଟ ମୁଁହ କରି ବସିଛନ୍ତି କିମ୍ବା ରାତିରେ ଶୋଇବା ସମୟରେ ଦକ୍ଷିଣ ଦିଗ ପଟେ ପାଦ କରି ଶୋଇଛନ୍ତି ଆମକୁ ମୃତ୍ୟୁ ଯେମିତି ଅନୁଭବ ହୋଇଥାଏ ଆଉ ଏମିତି ଅନୁଭୂତି ଦକ୍ଷିଣାଭିମୁଖି ମୂର୍ତ୍ତି ପୂଜା କରିଲେ ହୋଇଥାଏ। ଡାହାଣ ପଟ ଶୁଣ୍ଢ ଗଣେଶ ମୂର୍ତ୍ତି ପୂଜା କରିଲେ ମନସ୍କାମନା ପୂରଣ ହେବାରେ ଡେରି ହୋଇଥାଏ। ଏମିତି ମାନ୍ୟତା ଅଛି କି ଡାହାଣ ଶୁଣ୍ଢ ଗଣେଶ ଗୁଣିଗାରେଡ଼ି ତନ୍ତ୍ର କାର୍ଯ୍ୟ ଶତ୍ରୁଙ୍କ ଠାରୁ ମୁକ୍ତି ପାଇବା ପାଇଁ ପୂଜା କରାଯାଇଥାଏ। ସେଥିପାଇଁ ଏପରି ମୂର୍ତ୍ତିର ସ୍ଥାପନା ମନ୍ଦିରରେ ହେବା ଦରକାର କାରଣ ଏହି ଗଣେଶ ମୂର୍ତ୍ତି ପୂଜାର ନିୟମ ପାଳନ କରିବା କଠିନ ହୋଇଥାଏ।
ବାମପଟ ଶୁଣ୍ଢ ଥିବା ଗଣେଶ ମୂର୍ତ୍ତିକୁ ବକ୍ରକୁଣ୍ଡ କୁହାଯାଇଥାଏ। କେଉଁ ଫଟୋ କିମ୍ବା ମୂର୍ତ୍ତି ଶୁଣ୍ଢର ଅଗ୍ରଭାଗ ବାମ ହାତ ପଟେ ରହିଥାଏ ତାହେଲେ ଏପରି ମୂର୍ତ୍ତିକୁ ବାମମୁଖୀ ମୂର୍ତ୍ତି କୁହାଯାଇଥାଏ। ବାମପଟେ ଚନ୍ଦ୍ର ରହିଥାନ୍ତି ଏହା ଶୀତଳତା ଦେଇଥାନ୍ତି ଏବଂ ଉତ୍ତର ଦିଗ ଆଧ୍ୟାତ୍ମିକ ହୋଇଥାଏ ତାହା ସହିତ ଏହା ଆନନ୍ଦ ଦାୟକ ବି ହୋଇଥାଏ। ଏହି ମୂର୍ତ୍ତିର ସ୍ଥାପନରେ ଉନ୍ନତିର କାର୍ଯ୍ୟରେ ମନ ଲାଗିଥାଏ। ବାମମୁଖି ଗଣେଶଙ୍କ ପୂଜାରେ ବିଶେଷ ପୂଜା ବିଦ୍ଧିର ଆବଶ୍ୟକତା ପଡ଼ିନଥାଏ। ଏହି ମୂର୍ତ୍ତିର ପୂଜା ସମସ୍ତେ କରି ପାରିବେ। ସାଧାରଣ ରୂପରେ ପୂଜା କରିଲେ ମଧ୍ୟ ଭଗଵାନ ଗଣେଶ ପ୍ରସନ୍ନ ହୋଇଥାନ୍ତି। ଏମିତି ପୂଜାରେ ସଙ୍କଟରୁ ମୁକ୍ତି ମିଳିଥାଏ। ଶିକ୍ଷା, ଧନ ପ୍ରାପ୍ତି, ବ୍ୟବସାୟ ଉନ୍ନତି, ସନ୍ତାନ ସୁଖ, ବିବାହ, ପାରିବାରିକ ଖୁସୀ ମଧ୍ୟ ମିଳିଥାଏ। ଏଥିପାଇଁ ଅଧିକାଂଶ ଲୋକେ ବାମମୁଖି ଶୁଣ୍ଢ ଥିବା ଗଣେଶଙ୍କର ପୂଜା କରିଥାନ୍ତି।
ଘର ପାଇଁ ତଥା ଗଣେଶ ଚତୁର୍ଥୀ ପାଇଁ ବସିଥିବା ଗଣେଶ ମୂର୍ତ୍ତି ଅଧିକ ଶୁଭ ଦାୟକ ହୋଇଥାଏ। ଏହି ସମୟରେ ଗଣେଶଙ୍କ ଠିଆ ମୂର୍ତ୍ତି ଆଣିବା ଉଚିତ୍ ନୁହେଁ କାରଣ ଘରକୁ ଆସୁଥିବା ଅତିଥିଙ୍କୁ ଆମେ ବସିବା ପାଇଁ କହିଥାଉ। ତେଣୁ ଭଗଵାନ ଗଣେଶଙ୍କୁ ଠିଆ ରଖିବା ଅଶୁଭ ମାନା ଯାଇଥାଏ। ବସା ଗଣେଶଙ୍କ ପୂଜା କରିବା ଦ୍ୱାରା ଘରକୁ ସ୍ଥାୟୀ ଧନର ଲାଭ ହୋଇଥାଏ। ରହିଯାଇଥିବା କାମ ସବୁ ଜଲ୍ଦୀ ସଂପୂର୍ଣ୍ଣ ହୋଇଥାଏ। ନିଜର ଅଫିସ୍ କିମ୍ବା କାମ କରୁଥିବା ଜାଗାରେ ଠିଆ ଗଣେଶଙ୍କର ସ୍ଥାପନ କରି ପାରିବେ କାମ ଅଫିସ୍ ରେ ଧନ ଯିବା ଆସିବା ହୋଇଥାଏ ଏଥିପାଇଁ ଏହି ପ୍ରକାର ମୂର୍ତ୍ତି ଅଫିସ୍ ଏବଂ ଦୋକାନ ପାଇଁ ଶୁଭ ହୋଇଥାଏ। ଶୋଇଥିବା ବା ଆରାମ କରିଥିବା ଗଣେଶଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ଏବଂ ଆନନ୍ଦର ସ୍ଥାୟୀ ବନିଥାଏ। ଯେଉଁ ଲୋକ ସନ୍ତାନ ସୁଖ ପାଇଁ ବୋହୁତ ସମୟରୁ ଚାହିଁ ଅଛନ୍ତି କିନ୍ତୁ ସେମାନଙ୍କ ମନସ୍କାମନା ପୂରଣ ହେଉନାହିଁ ତେବେ ସେମାନେ ଘରକୁ ବାଲ୍ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଆଣିବା ଉଚିତ୍ ହୋଇଥାଏ ଏବଂ ନିୟମିତ ରୂପରେ ତାଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତିର ବାଧା ଦୂର ହୋଇଥାଏ। ନୃତ୍ୟ ଏବଂ ମୁଦ୍ରା ଗଣେଶଙ୍କ ପୂଜାରେ ଛାତ୍ର ଏବଂ କଳା ସହିତ ଜଡିତ ଲୋକଙ୍କୁ ବିଶେଷ ଲାଭ ମିଳିଥାଏ ଏହା ସହିତ ଘରେ ଧନ ଏବଂ ଆନନ୍ଦର ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଘରେ ପ୍ରତିଦିନ ଝଗଡ଼ା ଆଉ ଯୁକ୍ତି ହେଉଛି ତାହେଲେ ଆପଣଙ୍କୁ ବଂଶୀ ବାଜାଉଥିବା ଗଣେଶଙ୍କ ମୂର୍ତ୍ତି ଘରେ ସ୍ଥାପିତ କରିବା ଉଚିତ୍। ବଂଶୀ ବଜାଉଥିବା ଗଣେଶଙ୍କ ମୂର୍ତ୍ତି ଘରେ ସ୍ଥାପିତ କରିବା ଦ୍ୱାରା ଘରେ ସୁଖ ଶାନ୍ତି ପ୍ରତିଷ୍ଠା ହୋଇଥାଏ।
ବାସ୍ତୁ ଅନୁସାରେ ଗଣେଶ ମୂର୍ତ୍ତିକୁ ଘରେ ଉତ୍ତର ପୂର୍ବ ଲୋକଙ୍କ ସ୍ଥାପନ କରିବା ଶ୍ରେଷ୍ଠ ହୋଇଥାଏ କାରଣ ଘରର ଉତ୍ତର ପୂର୍ବ କୋଣ ପୂଜାପାଠ କରିବା ପାଇଁ ଭଲ ମାନା ଯାଇଥାଏ। ଏହି ଦିଗରେ ପୂଜା କରିବା ଶୁଭ ଦାୟକ ହୋଇଥାଏ। ଧ୍ୟାନ ରଖିଥିବେ ଭଗଵାନ ଗଣେଶଙ୍କ ମୂର୍ତ୍ତିକୁ ଆପଣ ଘରର ଦକ୍ଷିଣ ଦିଗ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ସ୍ଥାପନ କରିବା ଉଚିତ୍ ହୋଇଥାଏ। ଏହା ସହିତ ଭଗଵାନ ଗଣେଶଙ୍କ ମୁହଁ ଘରର ଭିତର ପଟକୁ ରହିବା ଉଚିତ୍ ହୋଇଥାଏ ଏବଂ ତାଙ୍କର ପିଠି ଘରର ବାହାର ପେଟ ରହିବା ଉଚିତ୍।