ଆଇପିଏଲ-୨୦୧୧ : ୧୦ ରନରେ ହାଇଦ୍ରାବାଦକୁ ହରାଇଲା କୋଲକାତା
- ବିଜୟ ସହ କେକେଆରର ଅଭିଯାନ ଆରମ୍ଭ
ଚେନ୍ନାଇ : ଆଇପିଏଲ-୨୦୧୧ର ୧୪ଶ ସଂସ୍କରଣରେ ରବିବାର ତୃତୀୟ ମ୍ୟାଚ ଥିଲା। ଏଥିରେ sanr ହାଇଦ୍ରାବାଦ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି କୋଲକାତା ନୀତିଶ ରାଣାଙ୍କ ୮୦ ଏବଂ ରାହୁଲ ତ୍ରିପାଠୀଙ୍କ ୫୩ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୭ ରନ କରିଥିଲା। ଜବାବରେ ମନୀଷ ପାଣ୍ଡେଙ୍କ ଅପରାଜିତ(୬୧) ଓ ଜୋନି ବେୟାରଷ୍ଟୋ(୫୫) ସତ୍ତ୍ଵେ ହାଇଦ୍ରାବାଦ ୭ ଓ୍ଵିକେଟ୍ ହରାଇ ୧୭୭ ରନ କରି ପାରିଥିଲା। ଫଳରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରି ବିଜୟ ସହ କୋଲକାତା ନିଜର ଅଭିଯାନ ଆରମ୍ଭ କରିଛି।
କୋଲକତା ଦଳ ପ୍ରାରମ୍ଭରୁ ସତର୍କତାର ସହ ଖେଳ ଆରମ୍ଭ କରିଥିଲା । ଦଳର ଓପନର ନୀତିଶ ରାଣା ସର୍ବାଧିକ ୮୩ ରନ କରିଥିବାବେଳେ ୩ ନମ୍ବରରେ ଆସିଥିବା ରାହୁଲ ତ୍ରିପାଠୀ ୫୩ ରନ କରିଥିଲେ । ମାତ୍ର ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳୀୟ ସ୍କୋର ଗତି ଟିକିଏ ଧିମେଇ ଯାଇଥିଲା । କିନ୍ତୁ ଦିନେଶ କାର୍ତ୍ତିକ ମାତ୍ର ୯ ଟି ବଲରେ ୨୨ ରନ କରି ଦଳୀୟ ସ୍କୋରକୁ ୨୦ ଓଭରରେ ୧୮୭ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ହାଇଦ୍ରାବାଦ ପକ୍ଷରୁ ଦୁଇ ଆଫଗାନ ବୋଲର ରସିଦ ଓ ନବି ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ । ପରେ ୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ସନରାଇଜର୍ସ ହାଇଦ୍ରାବାଦ ୧୦ ରନରେ ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର(୩) ଓ ଋଦ୍ଧିମାନ ଶାହା(୭)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ମନୀଷ ପାଣ୍ଡେ ଓ ଜୋନି ବେୟାରଷ୍ଟୋ ଦମଦାର ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୯୨ ରନ ଯୋଡି ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ। ଜୋନି ବେୟାରଷ୍ଟୋଙ୍କୁ ଆଉଟ୍ କରି ପାଟ୍ କମିନ୍ସ ହାଇଦ୍ରାବାଦକୁ ଜୋରଦାର ଝଟକା ଦେଇଥିଲେ। ବେୟାରଷ୍ଟୋ ୪୦ ବଲ୍ରୁ ୫ ଚୌକା ଓ ୩ ଛକା ସହ ୫୫ ରନ କରି ପାଭିଲିୟନ ଫେରିଥିଲେ। ମହମ୍ମଦ ନବି ୧୪ ରନ କରି ଅଧିକ ସମୟ କ୍ରିଜ୍ରେ ତିଷ୍ଠି ପାରିନଥିଲେ। ଅନ୍ୟପଟେ ମନିଷ ପାଣ୍ଡେ ଆଇପିଏଲ୍ରେ ୨୦ତମ ଅର୍ଦ୍ଧଶତକ ହାସଲ କରି ସଂଘର୍ଷ ଜାରି ରଖିଥିଲେ। ବିଜୟ ଶଙ୍କର ୧୧ ରନ କରି ଆଉଟ୍ ହୋଇଥିଲେ। ଶେଷ ମୁହୂର୍ତ୍ତରେ ଅବଦୁଲ ସାମଦ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଶେଷ ଦୁଇ ଓଭରରୁ ଜିତିବାକୁ ୩୮ ରନ ଦରକାର ଥିବା ବେଳେ ୧୯ ତମ ଓଭରରୁ ୧୬ ରନ ସଂଗ୍ରହ ହୋଇଥିଲା। ଅନ୍ତିମ ଓଭରରେ ଜିତିବାକୁ ୨୨ ରନ ଦରକାର ଥିବା ବେଳେ ହାଇଦ୍ରାବାଦ ୧୨ ରନ କରି ପାରିଥିଲା। ମନୀଷ ପାଣ୍ଡେ ଶେଷ ପର୍ଯ୍ୟନ୍ତ ଲଢି ୪୩ ବଲ୍ରୁ ୨ ଚୌକା ଓ ୩ ଛକା ସହ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ। ସମାଦ ୮ ବଲ୍ରୁ ୨ ଛକା ସହ ୧୯ ରନ କରିଥିଲେ। ହାଇଦ୍ରାବାଦ ୫ ଓ୍ଵିକେଟ୍ ହରାଇ ୧୭୭ ରନରେ ସୀମିତ ରହିଥିଲା। କେକେଆର ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ସାକିବ ଉଲ ହାସନ, ପାଟ୍ କମିନ୍ସ ଓ ଆନ୍ଦ୍ରେ ରସେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।