ନିର୍ଜଳା ଏକାଦଶୀ ରାତିରେ ଚୁପଚାପ ଏହିଠାରେ ରଖିଦିଅନ୍ତୁ ୧୦ ଟଙ୍କାର କଏନ ! ୨ ମିନିଟ ଭିତରେ ଦେଖନ୍ତୁ ଚମତ୍କାର
ନିର୍ଜଳା ଏକାଦଶୀ ରାତିରେ ଚୁପଚାପ ଏହିଠାରେ ରଖିଦିଅନ୍ତୁ ୧୦ ଟଙ୍କାର କଏନ। ୨ ମିନିଟ ଭିତରେ ଦେଖନ୍ତୁ ଚମତ୍କାର। ଯାହା ବର୍ଷର ୨୪ ଏକାଦଶୀ ଅଛି ସବୁ ଏକାଦଶୀର ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏହି ଏକାଦଶୀ ବ୍ରତ ରଖିଲେ। ଏହି ନିର୍ଜଳା ଏକାଦଶୀର ସବୁଠାରୁ ଅଧିକ ମହତ୍ୱ ଅଛି। ଜ୍ୟୋଷ୍ଠ ମାସର ଶୁକ୍ଳପକ୍ଷର ଏହି ଏକାଦଶୀକୁ ବହୁତ କଠିନ ମାନାଯାଏ। ବିନା ଜଳ ପିଇ ବିନା କିଛି ବି ଜିନିଷର ସେବନ ନକରିବାର ନିୟମ ଅଛି। ଭଗବାନ ବିଷ୍ଣୁଙ୍କର ପୂଜା କେମିତି କରିବେ। ଏହି ଦିନ ସର୍ଵସିଦ୍ଧି ଯୋଗ ଅମୃତ ସିଦ୍ଧି ଯୋଗ ସ୍ୱାତି ନକ୍ଷତ୍ର ରହିଛି ଯେଉଁ କାରଣରୁ ଏହି ଦିନର ମହତ୍ୱ ଆହୁରି ଅଧିକ ବଢିଯାଉଛି।
ପାଳନ ସମୟ ଏହି ଏକାଦଶୀ ୧୦ ଜୁନ ୨୦୨୨ ଶୁକ୍ରବାର ଦିନ ପାଳନ କରାଯିବ। ଏକାଦଶୀ ତିଥିର ଆରମ୍ଭ ହେବ ସକାଳ ୭:୨୫ ମିନିଟରୁ ଏବଂ ଶେଷ ହେବ ୧୧ ଜୁନ ୨୦୨୨ ସକାଳ ୫:୪୫ ମିନିଟରେ। ଏହି ଏକାଦଶୀର ପାଳନର ସମୟ ୧୧ ଜୁନ ସକାଳ ୫:୪୯ ମିନିଟରୁ ସକାଳ ୮:୨୯ ମିନିଟ ମଧ୍ୟରେ। ଆସନ୍ତୁ ଏହି ଦିନ ବିଶେଷ ପ୍ରୟୋଗ କେମିତି କରିବେ।
ଏହି ଦିନ ଭଗବାନ ବିଷ୍ଣୁଙ୍କର ଯେବେବି ପୂଜା କରିବେ ତ ତାଙ୍କୁ ଗୋଟେ କଏନ ଦକ୍ଷିଣା ଭାବରେ ପାନପତ୍ର ଉପରେ ସୁପାରି ଗୋଟେ କଏନ ଅଳ୍ପ ମିଠା ଜିନିଷ ଏବଂ ଆପଣ ଚାହିଁଲେ ନାଲି ସୁତା ରଖନ୍ତୁ ଲବଙ୍ଗ ଏବଂ ଗୁଜୁରାତି ବି ରଖନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କୁ ନିଶ୍ଚୟ ଅର୍ପଣ କରିଦିଅନ୍ତୁ। ପରେ ଏହି କଏନକୁ ଉଠାଇ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ କିମ୍ବା ପର୍ସରେ ରଖିଦିଅନ୍ତୁ। ଏହି କଏନକୁ କେବେବି ଖର୍ଚ୍ଚ କରିବେ ନାହିଁ।
ସବୁ ଲୋକ ଧନ ରୋଜଗାର କରିବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି। ଆଜିକାଲି ଜିନିଷର ଏତେ ଦରଦାମ ଯେ ଲୋକେ ଯେତେ ରୋଜଗାର କଲେ ମଧ୍ୟ କମ ପଡିଯାଉଛି। ତ ଏଥିପାଇଁ ଏକ ଛୋଟ ପ୍ରୟୋଗ କଏନର କରନ୍ତୁ। ଏହା କଲେ ଧନର ସମସ୍ୟା ଦୂର ହୋଇଥାଏ।
ଯେବେବି ଆପଣ କାହା ଠାରୁ ଟଙ୍କା ନେଉଛନ୍ତି ତ ପାଞ୍ଚଟି ଆଙ୍ଗୁଳିରେ ନିଅନ୍ତୁ ଉନ୍ନତି ହୋଇଥାଏ। ଏମିତି କଲେ ସମସ୍ତ ନବ ଗ୍ରହର ସାଥ ଆପଣଙ୍କୁ ମିଳିଥାଏ। ସେହି ଧନକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦୁଇଟି ଆଙ୍ଗୁଳିରେ କେହି ଟଙ୍କା ଦେଲେ ଉନ୍ନତି ହୋଇନଥାଏ। ଏଥିପାଇଁ ଚେଷ୍ଟା କରନ୍ତୁ ଯାହା ପାଖରୁ ଆପଣ ଟଙ୍କା ନେଉଛନ୍ତି ସେ ମଧ୍ୟ ସବୁ ଆଙ୍ଗୁଳିରେ ଟଙ୍କା ଧରି ଦେବେ ଏବଂ ଆପଣ ମଧ୍ୟ ପାଞ୍ଚ ଆଙ୍ଗୁଳିରେ ଧରି ଟଙ୍କା ନିଅନ୍ତୁ।
କେବେବି କାହାରିକୁ ଟଙ୍କା ଦେବା ସମୟରେ ୧୧ ଟଙ୍କା ୨୧ ଟଙ୍କା ଏମିତି ଦିଅନ୍ତୁ। ୧୦ ଟଙ୍କା ୨୦ ଟଙ୍କା ଏମିତି ଦିଅନ୍ତୁ ନାହିଁ।
କେବେ କେବେ ଏମିତି ହୋଇଥାଏ ଆପଣଙ୍କ ପର୍ସ ଖାଲି ହୋଇଯାଇଥାଏ। କେବେ କେବେ ଲାଗିଥାଏ ଧନ କମ ପଡିଯାଇଛି ତ ଛୋଟ ପ୍ରୟୋଗ କରନ୍ତୁ ଗୋଟେ କଏନ ନିଅନ୍ତୁ ଏହା ସହିତ ୧ ଟି ଲବଙ୍ଗ ଏବଂ ଗୋଟେ ଲାଲ ରଙ୍ଗର କପଡ଼ା ନିଅନ୍ତୁ ଏହାକୁ ମା ଲକ୍ଷ୍ମୀଙ୍କ ସାମ୍ନାରେ କପଡା ଉପରେ ଲବଙ୍ଗ ଏବଂ କଏନ ରଖିଦିଅନ୍ତୁ। ଏହା ପରେ ମା ଲକ୍ଷ୍ମୀଙ୍କ ଜପ ଉଚାରଣ କରନ୍ତୁ ଓଁ ଶ୍ରୀଙ୍ଗ ଶ୍ରୀୟାୟେ ନମଃ ଜପ କରି ଧନ ରଖୁଥିବା ସ୍ଥାନରେ ଏହାକୁ ବାନ୍ଧି କରି ରଖିଦିଅନ୍ତୁ। ଏହି ପ୍ରୟୋଗ କୌଣସି ବି ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ଦିନ କରିପାରିବେ।
ଧନର ସମସ୍ୟା ଅଧିକ ଥିଲେ ଗୋଟେ କଏନ ନେଇନିଅନ୍ତୁ ଏହି କଏନ ଉପରେ ଆପଣ ନିଜର ନାମର ପ୍ରଥମ ଅକ୍ଷର ଲେଖନ୍ତୁ ସିନ୍ଦୁରରେ ବି ଲେଖିପାରିବେ ଲାଲ ରଙ୍ଗର ପେନ କିମ୍ବା ନେଲ ପଲିସରେ ବି ଲେଖିପାରିବେ। ଲେଖିବା ପରେ ନିଜ ଘରର ଛାତ ଉପରେ ଯେଉଁଠି ପାଣି ଟାଙ୍କି ଥିବ ତା ଉପରେ ରଖିଦେବେ ନାମର ପ୍ରଥମ ଅକ୍ଷର ଯେଉଁ ଲେଖିଛନ୍ତି ତାହା ଆକାଶ ଆଡ଼କୁ ରହିବ। ରାତି ସାରା ଚନ୍ଦ୍ରମାଙ୍କ ଛାୟାରେ ରହିବାକୁ ଦିଅନ୍ତୁ। ପର ଦିନ ସକାଳେ ସେହି କଏନକୁ ଆଣି ନିଜ ପର୍ସରେ ରଖିଦିଅନ୍ତୁ। ଏମିତି କଲେ ଧନର ଆଗମନ ହୋଇଥାଏ।
ଏକାଦଶୀ ଦିନ ଚାଉଳ ରାନ୍ଧି ଖିଆଯାଏ ନାହିଁ। ଏହା ତ ସମସ୍ତେ ଜାଣିଥିବେ। କିନ୍ତୁ ମା ଲକ୍ଷ୍ମୀଙ୍କୁ ଚାଉଳ ବହୁତ ପସନ୍ଦ ଅଟେ। ଏହା ସହିତ ମା ଲକ୍ଷ୍ମୀଙ୍କୁ ପସନ୍ଦ ଅଟେ ହଳଦୀ ଚାଉଳ ଚାନ୍ଦି ଏବଂ ରୁପାର ସବୁ ଜିନିଷ। ବନ୍ଧୁଗଣ ଆଜି ଆପଣଙ୍କୁ ଜଣେଇବୁ ଗୋଟେ ଛୋଟ ପ୍ରୟୋଗ ବିଷୟରେ। ଏବଂ ଆପଣ ଏହାକୁ କୌଣସି ଏକାଦଶୀ ଦିନ କରିବେ।
ଧନର ସମସ୍ୟା ଅଧିକ ହେଲେ ଗୋଟେ ଧଳା ରଙ୍ଗର କପଡ଼ାରେ ଏକ ଚୁଟକି ନାଲି ମସୁର ଡାଲି ଏକ ଚୁଟକି ଚାଉଳ ଏବଂ ଗୋଟେ କଏନ ଏହାକୁ ବାନ୍ଧି କରି ନିଜ ଉପରୁ ୭ ଥର ଓଲଟା ବୁଲାଇ ନିଅନ୍ତୁ ଏବଂ ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ପଛକୁ ନବୁଲି ଘରକୁ ଫେରି ଆସନ୍ତୁ। ଆପଣଙ୍କର ବଡ଼ରୁ ବଡ଼ କରଜ ପରିଶୋଧ ହୋଇଯିବ।
ମାଟିର କଳସରେ କିମ୍ବା ଦୀପ ନେଇ ସେଥିରେ ସିନ୍ଦୁରରେ ସ୍ୱସ୍ତିକ ବନେଇ ଦିଅନ୍ତୁ। ସେଥିରେ ପାଣି ଏବଂ ଗୋଟେ କଏନ ରଖିଦିଅନ୍ତୁ। ପର ଦିନ ଆପଣ ପାଣିକୁ ଗଛରେ ଢାଳି ଦିଅନ୍ତୁ। ଏହି ଦୀପକୁ ଭଲ ଭାବରେ ସମ୍ଭାଳି କରି ରଖିଦିଅନ୍ତୁ ଏବଂ କଏନକୁ ଉଠାଇ ଅଲଗା ରଖିଦିଅନ୍ତୁ। ପର ଦିନ ପ୍ରକ୍ରିୟା ଆଉ ଥରେ କରନ୍ତୁ ଏମିତି ୫ ଥର ଲଗାତର କରନ୍ତୁ। ଏହି କଏନକୁ ଧନ ରଖୁଥିବା ସ୍ଥାନରେ ସମ୍ଭାଳି କରି ରଖିନେବେ।
ମାଟିର ପାତ୍ରରେ ଚାଉଳ ଦୁବ ଘାସ ରଖିବେ ଏବଂ ଗୋଟେ କଏନ ରଖିବେ। କଏନକୁ ଚାଉଳରେ ଭର୍ତି କରିଦିଅନ୍ତୁ। ଏକ ଲାଲ କପଡ଼ାରେ ଏହାକୁ ବାନ୍ଧି କରି ନିଜର ଉତ୍ତର-ପଶ୍ଚିମ କୋଣରେ ରଖିଦିଅନ୍ତୁ ସମ୍ଭାଳି କରି। ଧନର ବୃଦ୍ଧି ହୋଇଥାଏ।
ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଯଦି ଘରେ ଚାନ୍ଦିର ପାତ୍ର ଅଛି ତ ନିଅନ୍ତୁ ନଚେତ ଏକ ପ୍ଲେଟ ନିଅନ୍ତୁ ଏଥିରେ ଗୋଟେ କଏନ ରଖିଦିଅନ୍ତୁ ଏହାର ଉପରେ ଚାଉଳର କିଛି ଦାନା ରଖିଦିଅନ୍ତୁ। ଏହି ପାତ୍ରକୁ ନିଜର ପୂଜା ସ୍ଥାନରେ ରଖିଦିଅନ୍ତୁ। ଏହାକୁ କୁମକୁମରେ ପୂଜା କରନ୍ତୁ। କୌଣସି ଖାସ କାମ ପାଇଁ ଯିବାକୁ ପଡ଼ିବ ତ ସେହି ପ୍ଲେଟରୁ ଚାଉଳର ଦାନା ନିଜ ପାଖରେ ନେଇ ଚାଲିଯାଅନ୍ତୁ। ଏମିତି କରିଲେ ଆପଣଙ୍କ କାମ ପୁରା ହୋଇଥାଏ।
ଯଦି ଶନିଦେବଙ୍କ ସମସ୍ୟା ଥାଏ ତେବେ କଳା ରଙ୍ଗର କପଡା ନିଅନ୍ତୁ ତା ଉପରେ ଏକ କଏନ ରଖନ୍ତୁ ଏହା ସହିତ କଳା ବିରି ଅଳ୍ପ କଳା ତିଳ ନିଅନ୍ତୁ ଏହାକୁ ବାନ୍ଧି ଦିଅନ୍ତୁ। ନିଜ ଉପରୁ ୩ ରୁ ୫ ଥର ବୁଲାଇ ନେଇ ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ଶନି ସମ୍ବଦ୍ଧିତ ଯାହାବି ଦୋଷ ଥିବ ତାହା ଶେଷ ହୋଇଯିବ।
ଏହି ଦିନ କିମ୍ବା ଯେବେବି ଅମାବାସ୍ୟା ତିଥି ହେବ କିମ୍ବା ବୁଧବାର ଦିନ ଏହି ଛୋଟ ଉପାୟ କରନ୍ତୁ। ଭଗବାନ ଗଣେଶଙ୍କର ପୂଜା କରିବା ସମୟରେ ଏକ କଏନ ଏବଂ ୧ ଟି ସିପାରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଯେବେବି କୌଣସି ଖାସ କାମରେ ଯିବେ ତ ସେହି ସୁପାରିକୁ ନିଜ ପକେଟରେ ନେଇ ଯାଆନ୍ତୁ କଏନ ଭଗବାନ ଗଣେଶଙ୍କ ପାଖରେ ରହିବାକୁ ଦେବେ। କାମ ଆପଣଙ୍କର ସଫଳ ହେବ। କାମ ହେବା ପରେ ସୁପାରିକୁ ଭଗବାନ ଗଣେଶଙ୍କ ପାଖରେ ଆଣି ରଖିଦେବେ।
ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଦକ୍ଷିଣା ଭାବରେ କିଛି କଏନ ଦେଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ। ଜୀବନରେ ଧନର କମି ହୋଇନଥାଏ।
ସନ୍ଧ୍ୟା ସମୟରେ ଦୀପ ଜାଳିବା ସମୟରେ କଏନ ପକେଇ ହିଁ ଜଳାନ୍ତୁ। ଏହି କଏନ ପ୍ରତ୍ୟକ ଦିନ ପକେଇବେ ନକରାତ୍ମକ ଉର୍ଜା ସମାପ୍ତ ହେବ ଏବଂ ଭଲ ଅଵସର ଜୀବନରେ ମିଳିବ। ଯାହା ଆପଣଙ୍କୁ ପ୍ରତ୍ୟକ ସମସ୍ୟାରୁ ବାହାରକୁ ବାହାର କରିବ।
ଚାକିରୀ ବ୍ୟବସାୟରେ ଉନ୍ନତି ପାଇଁ ଏକ କଏନକୁ ଲାଲ ରଙ୍ଗର କପଡ଼ାରେ ଏକ କଏନ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହି କଏନକୁ କେବେବି ଖର୍ଚ୍ଚ କରିବେ ନାହିଁ।
ଶନିବାର ଦିନ ଗରିବ ଲୋକଙ୍କୁ ଖାଇବା ପିଇବା ଜିନିଷର ଦାନ କରନ୍ତୁ।
ଭାଗ୍ୟର ସାଥ ପାଇବା ପାଇଁ ଏକ ମୟୁରପୁଙ୍ଖ ଏବଂ କଏନ ନିଜ ପର୍ସରେ ସର୍ବଦା ରଖନ୍ତୁ।
ଏହି ଏକାଦଶୀ ଦିନ ଯଦି ଧନିଆ ସହିତ ଏକ କଏନ ରଖି କୌଣସି ମାଟିର ପାତ୍ରରେ ରଖି ପାଣି ଭରି ଦେବେ ଏବଂ ପର ଦିନ ସକାଳେ ନିଜ ଗମ୍ବଲାରେ ଧନିଆକୁ ବୁଣି ଦେବେ ଏବଂ କଏନକୁ ଉଠାଇ ସମ୍ଭାଳି କରି ରଖିଦେବେ ତ ସର୍ବତମ ମାନାଯାଏ। ଏମିତି କଲେ ଭଗବାନଙ୍କର ଆଶୀର୍ବାଦ ମିଳିଥାଏ।