ଖୋଲିଲା ବିଶ୍ୱ ପ୍ରସିଦ୍ଧ ପ୍ରଭୁ କେଦାରନାଥ ଧାମ
- ଭକ୍ତଙ୍କୁ ମନା, ୧୧ କ୍ୱିଣ୍ଟାଲ ଫୁଲରେ ଝଲସୁଛି ମନ୍ଦିର
ଉତ୍ତରାଖଣ୍ଡ : କରୋନା ସଂକଟ ମଧ୍ୟରେ ଉତ୍ତରାଖଣ୍ଡର ପବିତ୍ର କେଦାରନାଥଙ୍କ କବାଟ ଖୋଲିଛି । ବାବା କେଦରାଙ୍କ ପଂଚମୁଖୀ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ଶୀତକାଳୀନ ଗଦୀସ୍ଥଳ ଓମକାରେଶ୍ୱର ମନ୍ଦିର ଉଖୀମଠାରୁ କେଦାରନାଥ ଧାମକୁ ନିଆଯିବା ପରେ ରବିବାର ଏହା କେଦାରନାଥରେ ପହଞ୍ଚିଛି । ବିଧିବିଧାନ, ପୂଜାର୍ଚ୍ଚନା ପରେ ଖୋଲିଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ କେଦାରନାଥ ଧାମଙ୍କ ଦ୍ୱାର । ତେବେ ବିନା ଭକ୍ତରେ ଏଥର ଖୋଲିଥିଲା ମନ୍ଦିର କବାଟ । କରୋନା ସଙ୍କଟ ପରେ ବାବାଙ୍କ ମନ୍ଦିର ବିନା ଭକ୍ତରେ ଖୋଲିବା ଦ୍ୱିତୀୟ ଘଟଣା । ତେବେ ମନ୍ଦିର ଖୋଲିବା ପୂର୍ବରୁ ଫୁଲରେ ସଜାଯାଇଥିଲା ଚତୁଃପାର୍ଶ୍ୱ । ସମଗ୍ର ମନ୍ଦିରକୁ ୧୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି । ଭଗବାନ ଶଙ୍କରଙ୍କ ଆରାଧନାରେ ପ୍ରକମ୍ପିତ ହେଉଛି ପରିବେଶ ।
Uttarakhand | Portals of Kedarnath temple open; visuals from the opening ceremony that was held at 5 am today pic.twitter.com/PmgqbsgQ8u
— ANI (@ANI) May 17, 2021
ସୋମବାର ଭୋର ୫ଟାରେ କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ ଏବଂ ମନ୍ଦିରର ମୁଖ୍ୟ ପୁରୋହିତ ବାଗେଶ ଲିଙ୍ଗ ଏବଂ ପ୍ରଶାସନର ଉପସ୍ଥିତିରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । ମୁଖ୍ୟ ଦ୍ୱାର ଖୋଲିବା ପରେ ସାଧାରଣ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିଲା । ତେବେ ଏହି ଅବସରରେ ସାମିଲ ହୋଇଥିଲେ ଜିଲ୍ଲା ମାଜିଷ୍ଟ୍ରେଟ ମନୁଜ ଗୋୟଲ, ୨୧ ତିର୍ଥପୁରୋହିତ, ଦେବସ୍ଥାନମ ବୋର୍ଡର ୧୪ କର୍ମଚାରୀ, ସିଓ ଗୁପ୍ତାଶୀ ଅନିଲ ମନରାଜ, ୬ ମହିଳା କନଷ୍ଟେବଲ୍, ଓ ୪ ମନ୍ଦିରର ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ । ସରକାର ଏବଂ ଦେବସ୍ଥାନମ୍ ବୋର୍ଡର କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି କେଦାରନାଥଙ୍କ ଦ୍ୱାର ଖୋଲା ଯାଇଥିଲା । ବର୍ତ୍ତମାନ କାହାକୁ ମନ୍ଦିରର ଅଭୟାରଣ୍ୟ ପରିଦର୍ଶନ କରିବାକୁ ଅନୁମତି ନାହିଁ । କରୋନାକୁ ଦୃଷ୍ଟିରେ ରଖି ବାବା କେଦାରଙ୍କ ବିମାନକୁ ଗୌରୀକୁଣ୍ଡ ଯାଏଁ ନିଆଯାଇଥିଲା । ବିମାନ ସହିତ ଦେବ ସ୍ଥାନମ ବୋର୍ଡର କିଛି କର୍ମଚାରୀ, ବେଦପାଠୀ ଏବଂ ପୂଜାରୀ ଉପସ୍ଥିତ ଥିଲେ । କରୋନା ସଂକଟ ଯୋଗୁଁ ଚଳିତ ଥର କେଦାରନାଥ ଧାମର ଯାତ୍ରାକୁ ସୀମିତ କରି ଦିଆଯାଇଛି । କେଦାରନାଥ ଧାମର ଆଖପାଖ ଅଂଚଳରେ ଗହଳି ଦେଖାଯାଉ ନାହିଁ । କେଦାରନାଥ ଧାମକୁ ଖୋଲିବା ପୂର୍ବରୁ ବାବାଙ୍କ କବାଟକୁ ଫୁଲରେ ସଜାଯାଇଛି । ମହାମାରୀର ପ୍ରକୋପ ବଢ଼ିଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ତୀର୍ଥଯାତ୍ରୀଙ୍କୁ କେଦାରନାଥଙ୍କ ଅନୁମତି ଦିଆଯାଇ ନାହିଁ । କବାଟ ଖୋଲିବା ପରେ ଦେବସ୍ଥାନମ ବୋର୍ଟର କମିଟି ଟିମ ହିଁ ପୂଜାପାଠ କରିବେ ।