ଖୋଲିଲା କେଦାରନାଥ ଧାମ : ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା
ନୂଆଦିଲ୍ଲୀ: ଭାରତର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭଗବାନ କେଦାରନାଥ ଧାମର କବାଟ ଆଜି ପୂର୍ବାହ୍ନ ୬ଟା ୨୫ରେ ଖୋଲିଛି । ଦ୍ବାର ଖୋଲିବା ସମୟରେ ହର ହର ମହାଦେବଙ୍କ ନାଁରେ କମ୍ପି ଉଠିଥିଲା ପୁରା ପରିବେଶ । ଦୀର୍ଘ ୨ ବର୍ଷ ପରେ ଭଗବାନ କେଦାରନାଥଙ୍କୁ ସାଧାରଣ ଭକ୍ତମାନେ ଦର୍ଶନ କରିଛନ୍ତି। କାରଣ ବିଗତ ୨ ବର୍ଷ ହେବ କରୋନା କଟକଣାରେ କେଦାରନାଥ ଧାମରେ ପୂଜାର୍ଚ୍ଚନା ହୋଇଥିଲା । ଭକ୍ତଙ୍କ ପାଇଁ କେଦାରନାଥ ଦର୍ଶନ ବାରଣ ଥିଲା । କେବଳ ପରଂପରାକୁ ବଞ୍ଚାଇବା ପାଇଁ ୨୦୨୦ ଓ ୨୦୨୧ ମସିହାରେ କେଦାରନାଥଙ୍କ କବାଟ ଖୋଲିଥିଲା । ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ଥିଲେ । ଏହାସହ ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ତେବେ ସକାଳେ ପ୍ରାୟ ୨୦ ହଜାର ଭକ୍ତ କବାଟ ଖୋଲିବା ବେଳେ ଉପସ୍ଥିତ ଥିଲେ ।
ତେବେ କେଦାରନାଥ ମନ୍ଦିରକୁ ୧୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ହିନ୍ଦୁ ଧର୍ମରେ, ହିମାଳୟର କୋଳରେ ଅବସ୍ଥିତ କେଦାରନାଥ ଧାମ ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଗୋଟିଏ ବୋଲି ପରିଗଣିତ ହୁଏ। ସ୍କନ୍ଦ ପୁରାଣଙ୍କ ଅନୁଯାୟୀ, କେଦାରନାଥ ଭଗବାନ ଶିବଙ୍କର ଜଣାଶୁଣା ବାସସ୍ଥାନ ଏବଂ ଏହା ସ୍ୱର୍ଗର ଦେଶ ପରି । ଏଥି ସହିତ ଉତ୍ତରାଖଣ୍ଡରେ ଉଲ୍ଲେଖ କରାଯାଇଛି ଯେ ଯଦି କେହି ପ୍ରଭୁ କେଦାରନାଥଙ୍କୁନ ଦେଖି ବଦ୍ରିନାଥ ଅଞ୍ଚଳକୁ ଯାଆନ୍ତି, ତେବେ ତାଙ୍କର ଯାତ୍ରା ବୃଥା ହୋଇଯାଏ । ତୁଷାରପାତରେ ଆବୃତ ଏହି ପବିତ୍ର ମନ୍ଦିର ପ୍ରତିବର୍ଷ ଭାଇ ଦୁଜ୍ ରେ କେଦାରନାଥ ଧାମର ଦ୍ୱାର ଛଅ ମାସ ବନ୍ଦ ରହିଥାଏ । ଏହି ସମୟ ମଧ୍ୟରେ ମନ୍ଦିରରେ ଏବଂ ଆଖପାଖରେ କେହି ରୁହନ୍ତି ନାହିଁ, କିନ୍ତୁ ଶୀତଦିନ ପାଇଁ କବାଟ ବନ୍ଦ ହେବା ପରେ ବି ମନ୍ଦିରରେ ଥିବା ଦୀପ ଲଗାତାର ଜଳିଥାଏ ବୋଲି କୁହାଯାଏ ।
ସବୁ ବର୍ଷ ମନ୍ଦିରର କବାଟ ଖୋଲିବା ପରେ ଏହି ସ୍ଥାନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଭଗବାନ ଶିବଙ୍କର ସ୍ଵୟଂଭୂ ଲିଙ୍ଗର ଦର୍ଶନ କରିବା ପାଇଁ ଆସିଥାନ୍ତି । ତେବେ ଆଜି କେଦାରନାଥଙ୍କର କବାଟ ଖୋଲିଛି ଏବଂ ଆପଣମାନେ ବି ଏହି ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ଦର୍ଶନ କରି ନିଜର ସମସ୍ତ ମନୋକାମନାକୁ ପୁରା କରି ପାରିବେ । ଋଷିକେଶ, ହରିଦ୍ୱାର କିମ୍ବା ଡେରାଦୂନ ଦେଇ ସହଜରେ କେଦାରନାଥ ପହଞ୍ଚି ପାରିବେ । ଦିଲ୍ଲୀରୁ ଆପଣ ହରିଦ୍ଵାରକୁ ୮ – ୯ ଘଣ୍ଟା ମଧ୍ୟରେ ପହଞ୍ଚି ପାରିବେ । ଏହା ପରେ ହରିଦ୍ଵାରରୁ ଋଷିକେଶର ଦୂରତା ପାଖାପାଖି ୨୩ କିଲୋମିଟର ଅଟେ ଏବଂ ଋଷିକେଶରୁ କେଦାରନାଥ ୨୨୩ କିଲୋମିଟର ଦୂରରେ ଅବସ୍ଥିତ । ଋଷିକେଶରୁ କେଦାରନାଥ ପହଞ୍ଚିବା ମଧ୍ୟରେ ୧୩ ଟି ଦ୍ଵାର ଆସିଥାଏ ।