ବିଶ୍ୱ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଆସାମର କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ
- ନମ୍ବର ମାହରୁ ଉଦ୍ୟାନରେ ଆରମ୍ଭ ହେବ ହାତୀ ସଫାରୀ : ବନମନ୍ତ୍ରୀ
କାଜୀରଙ୍ଗା : କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ ଲମ୍ବା ସମୟ ପରେ ପୁଣିଥରେ ଶୁକ୍ରବାରଦିନ ବିଶ୍ୱ ଏବଂ ସ୍ଥାନୀୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଯାଇଛି । ରାଜ୍ୟର ବନମନ୍ତ୍ରୀ ପରିମଳ ଶୁକ୍ଲବୈଦ କୃଷିମନ୍ତ୍ରୀ ଅତୁଲ ବୋରାଙ୍କ ଉପସ୍ଥିତିରେ ମିହୀମୁଖର ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ଫିତା କାଟି ଆଧିକାରିକ ରାଷ୍ଟ୍ରୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ।
ଶୁକ୍ରବାର ଦିନ ବନମନ୍ତ୍ରୀ କୃଷିମନ୍ତ୍ରୀ ଅତୁଲ ବୋରାଙ୍କୁ ଜିପ ସଫାରୀରେ ବସାଇ ସ୍ୱଂୟ ଡ୍ରାଇଭିଂ କରି କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନର ଗସ୍ତ କରିଛନ୍ତି । ଶେଷରେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନର ପୋଷା ହାତୀଙ୍କୁ ଭୋଜନ କରାଇ ବନମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ଆଶୀର୍ବାଦ ନେଇଛନ୍ତି । ଦ୍ୱିତୀୟରେ କାଜିରଙ୍ଗାର ଉଦ୍ଘାଟନ ପୂର୍ବଦିନ ପ୍ରଦେଶରେ କେତେକ ପର୍ଯ୍ୟଟକ କାଜିରଙ୍ଗା ପହଂଚିଛନ୍ତି । ଏହାମଧ୍ୟରେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନର ଅଧିକାରୀମାନେ କହିଛନ୍ତି ଯେ ପୂର୍ବ ପର୍ଯ୍ୟଟନ ବର୍ଷ ୨୦୨୦-୨୧ରେ ପାଖାପାଖି ଦୁଇଲକ୍ଷ ପର୍ଯ୍ୟଟକମାନେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନର ଗସ୍ତ କରିଥିଲେ । କାଜିରଙ୍ଗା ନିବାସୀମାନେ ଏହି କଥାରେ ଖୁସି ଅଛନ୍ତି ଯେ କରୋନା ମହାମାରୀ କାରଣରୁ ଦୁଇବର୍ଷ ହେଲା ବିପଦର ସାମ୍ନା କରୁଥିବା ପର୍ଯ୍ୟଟନ କ୍ଷେତ୍ରକୁ ପୁଣି ଖୋଲିଦିଆ ଯାଇଛି । କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନର ଆଖପାଖର ଅଧିକାଂଶ ଲୋକ କାଜିରଙ୍ଗାରେ ପର୍ଯ୍ୟଟନର ବ୍ୟବସାୟ ସହିତ ଯୋଡ଼ି ହୋଇଛନ୍ତି । କରୋନା କାରଣରୁ ଉଦ୍ୟାନ ବନ୍ଦ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଜୀବନ ଜୀଇବା କଷ୍ଟ ହୋଇଯାଇଛି ।