କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ମେ’ ୧୦ରେ ନିର୍ବାଚନ, ୧୩ରେ ଗଣତି
କର୍ଣ୍ଣାଟକ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ମେ’ ୧୦ରେ ହେବ ଭୋଟ ଗ୍ରହଣ । ସେହିପରି ମେ’ ୧୩ରେ ଭୋଟ ଗଣତି କରାଯିବ ।
ଆସନ୍ତା ମେ’ ୨୪ରେ ଶେଷ ହେଉଛି କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ । ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ନିୟମ ରହିଛି । ୨୨୪ ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ମେ’ ୨୪ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
୨୦୧୮ରେ ବିଜେପି ୧୦୪ ଆସନ ପାଇଥିବାବେଳେ କଂଗ୍ରେସ ୮୦ ଓ ଜେଡିଏସକୁ ମଳିଥିଲା ୩୭ ସିଟ । ପ୍ରଥମେ କଂଗ୍ରେସ ଓ ଜେଡିଏସ ମିଳିତ ଭାବେ ସରକାର ଗଠନ କରିଥିଲେ । ଜେଡିଏସ ନେତା ଏଚଡିି କୁମାର ସ୍ୱାମୀ ହୋଇଥିଲେ ମିଳିତ ସରକାରର ମୁଖ୍ୟମନ୍ତ୍ରୀ । ୧୪ ମାସ ପରେ ବଦଳିଯାଇଥିଲା ସମୀକରଣ । କଂଗ୍ରେସର କିଛି ବିଧାୟକ ଇସ୍ତଫା ଦେଇ ବିଜେପି ହାତ ଧରିବାରୁ ଭାଙ୍ଗି ଯାଇଥିଲା କୁମାରସ୍ୱାମୀଙ୍କ ସରକାର । ଏହା ପରେ ବିଜେପିର ବିସେ ୟଦୁରିପ୍ପା ହୋଇଥିଲେ ମୁଖ୍ୟମନ୍ତ୍ରୀ । ୨ ବର୍ଷ ପରେ ୟଦୁୁରିପ୍ପାଙ୍କ ଇସ୍ତଫା ପରେ ବଶୱରାଜ ହେଲେ ମୁଖ୍ୟମନ୍ତ୍ରୀ । ୫ ବର୍ଷରେ କର୍ଣ୍ଣାଟକ ଦେଖିଥିଲା ୩ ମୁଖ୍ୟମନ୍ତ୍ରୀ । ୫ କୋଟି ୨୧ ଲକ୍ଷ ଭୋଟର ୨୨୪ ଜଣ ବିଧାୟକଙ୍କୁ ନିର୍ବାଚିତ କରାଇବେ ।