କପିଲ ଶର୍ମା ଶୋ’ ବନ୍ଦ ନେଇ ଚର୍ଚ୍ଚା !
ମୁମ୍ବାଇ : କମେଡି କିଙ୍ଗ କପିଲ ଶର୍ମା କିଏ ବା ନ ଜାଣନ୍ତି । ତାଙ୍କର କମେଡିରେ ପ୍ରଶଂସକ ମନରେ ରାଜ କରନ୍ତି । ଏବେ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର କାଷ୍ଟକୁ ପ୍ରମୋଶନ ପାଇଁ ଆମନ୍ତ୍ରଣ ନ କରିବାରୁ କପିଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ବଏକଟ୍ କପିଲ ଶର୍ମା ଶୋ’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ତେବେ ଏହି ବିବାଦ ମଧ୍ୟରେ କପିଲଙ୍କ ଶୋ’ ମଧ୍ୟ ଖୁବ ଶୀଘ୍ର ବନ୍ଦ ହେବ ବୋଲି କୁହାଯାଉଛି ।
କପିଲ ନିକଟରେ ଏକ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କପିଲ ଆମେରିକା-କାନାଡା ଗସ୍ତ ବିଷୟରେ କହିଛନ୍ତି। କପିଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ୨୦୨୨ରେ ଆମେରିକା-କାନାଡା ଗସ୍ତ ବିଷୟରେ ଘୋଷଣା କରି ବହୁତ ଖୁସି ଅନୁଭବ କରୁଛି । ତୁମମାନଙ୍କ ସହ ଖବ୍ଶୀଘ୍ର ଭେଟ ହେବ। ଏହି ଗସ୍ତ ୧୧ ଜୁନରୁ ୩ ଜୁଲାଇ ପର୍ଯ୍ୟନ୍ତ ଚାଲିବ। କପିଲ ଶର୍ମାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ କଳ୍ପନା କରିବା ଆରମ୍ଭ କରିଦେଇଥିଲେ ଯେ ଏବେ ଶୋ’ କିଛି ସମୟ ପାଇଁ ବନ୍ଦ ହୋଇଯିବ। ଯାହା ଭାଇରାଲ ହେବାରେ ଲାଗିଛି |