ନାବାଳିକା ହତ୍ୟାକରୀକୁ ଆଜୀବନ କାରାଦଣ୍ଡ
କେନ୍ଦୁଝର : କେନ୍ଦୁଝର ରେ ଜଣେ ନାବାଳିକାକୁ ଅତି ନୃଶଂସ ଭାବେ ହତ୍ୟା କରଥିିବା ଅଭିଯୁକ୍ତକୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲ୍ଲା ଜଜ କୋର୍ଟ । ଗତ ୨୦୧୬ ମସିହା ଏପ୍ରିଲ ମାସ ୮ ତାରିଖରେ ଏହି ଘଟଣା ଘଟିଥିଲା । ତେଲକୋଇ ଥାନା ଅନ୍ତର୍ଗତ ନମକାମୀ ଗ୍ରାମର ଏହି ଘଟଣା । ଏହି ୨୦୧୬ ମସିହା ଏପ୍ରିଲ ଆଠ ତାରିଖ ଦିନ ନମକାମ ଗ୍ରାମର ଜଣେ ନାବାଳିକା ତାର ମା ସହ ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିଲା । କିନ୍ତୁ ସେଦିନ ତାର ସେହି ସବୁଦିନର ଗାଁ ଦାଣ୍ଡରେ ତା ପାଇିଁ ଯେ ବିପଦ ବଟ ଜଗି ବସିଛି , ସେକଥା ସେ ଅବଧ ନାବାଳିକାଟି କିପରି ବା ଜାଣିବ । ଇଗାଁ ଦାଣ୍ଡରେ ମା ର କାନି ଧରି ଯାଉଥିବା ବେଳେ ହଠାତ୍ ସେହି ଗ୍ରାମର ଦୁଖଃବନ୍ଧୁ ନାମକ ବ୍ୟକ୍ତି ତାର ସମ୍ମୁଖ ରେ ଆସି ଛିଡା ହେବା ସହ ହାତରେ ଧରିଥିବା ଏକ କେନ୍ଦୁବାଡିରେ ଅତି ନିର୍ମମ ଭାବେ ବାଡେଇ ବାଡେଇ ହତ୍ୟା କରିଥିଲା ।
ଘଟଣାରେ ୧୩ ଜଣ ସାକ୍ଷୀଙ୍କର ପ୍ରମାଣଙ୍କୁ ଅଧାର କରି ଜିଲ୍ଲା ଦୌରା ଜଜ୍ ଚିତ ରଞ୍ଜନ ମହାପାତ୍ର ଆସାମୀ ଦୁଖଃବନ୍ଧୁ ଜୁଆଙ୍କକୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କାର ଜୋରମାନା ଆଦେଶ କରିଛନ୍ତି । ଏବଂ ଜୋରିମାନ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏବଂ ଏହି ଜୋରିମାନା ଅର୍ଥ କୁ ପୀଡିତା ପରିବାକୁ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି ।