ସ୍ଥାନୀୟ ସମ୍ବଳର ଉଚିତ ବିନିଯୋଗ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ
କେନ୍ଦୁଝର : ମିଳିତ ଜାତିସଂଘ ଦ୍ୱାରା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦’ ର ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି । ଏ ନେଇ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା କେନ୍ଦୁଝରସ୍ଥ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଅଛି । ଅକ୍ଟୋବର ୧୮ ଏବଂ ୧୯ ତାରିଖ ଦିନ ଅନୁଷ୍ଠିତ ଏହି ଦୁଇଦିନିଆ କର୍ମଶାଳା ଆନୁଷ୍ଠାନିକ ଭାବେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠକରେଙ୍କ ଦ୍ୱାରା ଭଦଘାଟନ ହୋଇଥିଲା । ଜନ ସାଧାରଣଙ୍କ ପାଇଁ ଦୀର୍ଘସ୍ଥାୟୀ ଆର୍ôଥକ,ସାମାଜିକ ଓ ପରିବେଶ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୧୫ ମସିହାରେ ୧୭ଟି ପ୍ରମୁଖ ଲକ୍ଷ୍ୟକୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଭାବେ ଚିହ୍ନଟ କରାଯାଇଛି । ସେହି ଲକ୍ଷ୍ୟଗୁଡିକୁ ୨୦୩୦ ସୁଦ୍ଧା ହାସଲ କରିବା ଲାଗି ରାଜ୍ୟସରକାର ଆବଶ୍ୟକୀୟ ଖସଡା ଓ ପଦକ୍ଷେପ ନେଇଛନ୍ତି । ଏହି କର୍ମଶାଳାକୁ ଜିଲ୍ଲାପାଳ ଶ୍ରୀୟୁକ୍ତ ଆଶିଷ ଠାକରେ ଉଦଘାଟନ କରିଥିଲେ । ରାଜ୍ୟସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚିବା ସହ ସେଗୁଡିକର ସଫଳ ରୂପାୟନ ଦିଗରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଜନା ଓ ସଂଯୋଜନ ଭିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ମନିଷ ଅଗ୍ରୱାଲ ଯୋଗଦେଇ କହିଲେ ଯେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମାସ୍ୟାର ଚିହ୍ନଟ କରି ଏହାର ଆଶୁ ସମାଧାନ କରିବାକୁ ପଡିବ । ସେହିପରି ସ୍ଥାନୀୟ ସମ୍ବଳର ଉଚିତ୍ ଉପଯୋଗ ହୋଇ ପାରିଲେ ଏହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ବୋଲି ସେ ନିଜର ବକ୍ତବ୍ୟ ରଖୀଥିଲେ । ଏହା ସହ ଭନ୍ନୟନ କମିସନର ତଥା ଅତିରିକ୍ତ ମୂଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ତାଙ୍କ ଭିଡିଓ ବାର୍ତା ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ୨୨ଟି ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ, ସରପଂଚ ଏବଂ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତାମାନେ ଯୋଗ ଦେଇଥିଲେ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ପ୍ରମୁଖ ୧୭ଟି ଲକ୍ଷ କିପରି ହାସଲ ହୋଇପରିବ ସେ ବିଷୟରେ ଅଧିକାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନ ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ସି.ୱାଇ.ଏସ୍.ଡି.ର ମେଣ୍ଟର ଓ ସହପ୍ରତିଷ୍ଠାତା ଡ.ଜଗଦାନନ୍ଦ, ରାଜ୍ୟ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରକୋଷ୍ଠର ସହକାରୀ ନିର୍ଦେଶିକା ଅଳକା ଜେନା,ସାମାଜିକ କ୍ଷେତ୍ର ବିଶେଷଜ୍ଞ ଡ.ରମେଶ ଚେଲାନ, ସମ୍ବଳ ବ୍ୟକ୍ତି ଭାନୁ ପ୍ରସାଦ ପାଣିଗ୍ରାହୀ,ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା ପ୍ରମୁଖ ତାଲିମଦାତା ଭାବେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଜିଲ୍ଲା ସହରାଂଚଳ ଭନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଘାଷିରାମ ମୁର୍ମୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ ଅଧିକାରୀ ଡା. କିଶୋ କୁମାର ପୃଷ୍ଟି ଯୋଗ ଦେଇଥଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଦ୍ୱିତୀୟ ଦିନରେ ଜିଲ୍ଲାର ୨ଟି ଗ୍ରାମ ପଞ୍ଚାୟତକୁ କ୍ଷେତ୍ର ପରିଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଅଛି ।