ଝାରସୁଗୁଡା ଉପ-ନିର୍ବାଚନ : ଭୋଟ୍ ଗଣତି ପାଇଁ ଷ୍ଟ୍ରଙ୍ଗ୍ ରୁମ୍ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଝାରସୁଗୁଡା : ଝାରସୁଗୁଡା ଉପ-ନିର୍ବାଚନ ଭୋଟ୍ ଗଣତି ପାଇଁ ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲ ପରିସରରେ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ଭିତରେ ଇଭିଏମ ଏବଂ ଭିଭିପାଟ ମେସିନକୁ ରଖାଯାଇଛି l ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ସିସିଟିଭି ସ୍କାନରରେ ଇଭିଏମ ଏବଂ ଭିଭିପାଟ ମେସିନ ରହିଛି l ତାସହ ଷ୍ଟ୍ରଙ୍ଗ ରୁମର ସମ୍ପୂର୍ଣ୍ଣ ଏରିଆ ସିସି ଟିଭି ସ୍କାନରରେ ରହିଛି l
ନିର୍ବାଚନ ଗାଇଡ ଲାଇନ ଅନୁସାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି l ପ୍ରଥମ ବଳୟରେ ଏକ ପ୍ଲାଟୁନ CRPF ମୁତୟନ ରହିଛନ୍ତି l ଦ୍ଵିତୀୟରେ ରାଜ୍ୟ ସଶସ୍ତ୍ର ବାହିନୀ l ତୃତୀୟରେ ଜିଲ୍ଲା ପୋଲିସ ମୁତୟନ ରହିଛନ୍ତି l କୌଣସି ପରିସ୍ଥିତିରେ ମଧ୍ୟ ବିନା ଅନୁମତିରେ କେହି ବି ଭିତରକୁ ଯାଇପାରିବେ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନାଦେବା ସହ ଗୁରୁବାର ସକାଳେ ଆସି ଏସ୍ପି ନିଜେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି l
ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଡିକେ ତିୱାରୀ ଏବଂ ଝାରସୁଗୁଡା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଷ୍ଟ୍ରଙ୍ଗ ରୁମ ଆସି ସ୍ଥିତି ପରଖୁଛନ୍ତି l ୧୩ ତାରିଖ ସକାଳ ପ୍ରାୟ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି l ୧୪ଟି ଟେବୁଲରେ ୧୮ଟି ରାଉଣ୍ଡ ଭୋଟ୍ ଗଣନା କରାଯିବ l ପ୍ରଥମେ ସକାଳ ୮ଟାରୁ ପୋଷ୍ଟାଲ ଭୋଟ୍ ଗଣନା କରାଯିବ ଏବଂ ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ କରାଯିବ ଏବଂ ଅପରାହ୍ନ ୨ଟା ସୁଦ୍ଧା ଏହା ଶେଷ ହେବ ବୋଲି ଝାରସୁଗୁଡା ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି l