ଆସନ୍ତକାଲି ଆମାଜନ ମୁଖ୍ୟ ପଦବୀରୁ ଓହରିବେ ଜେଫ୍ ବେଜୋସ୍
ନୁଆଦିଲ୍ଲୀ : ଜେଫ୍ ବେଜୋସ୍ ଆମାଜନକୁ ଏକ ଅନଲାଇନ୍ ବହି ବିକ୍ରେତାଙ୍କ ଠାରୁ ବିଶ୍ୱର ଏକ ଶକ୍ତିଶାଳୀ କମ୍ପାନୀରେ ପରିଣତ କରିବା ପରେ ଏବେ ଏହାର ମୁଖ୍ୟ ପଦବୀରୁ ଓହରୁଛନ୍ତି । ସେ ସୋମବାର ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ଯ୍ୟ ଆଣ୍ଡି ଜାସିଙ୍କୁ ହସ୍ତାନ୍ତର କରିବାକୁ ଯାଉଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ମହାକାଶ ଅନୁସନ୍ଧାନ ସଂସ୍ଥା ଏବଂ ଅନ୍ୟାନ୍ୟ ପ୍ରୟାସରେ ଧ୍ୟାନ ଦେବେ।ତେବେ ସେ ୨୭ ବର୍ଷ ପୂର୍ବେ ପ୍ରତିଷ୍ଠିତ କରିଥିବା ଟେକ୍ନୋଲୋଜି ଏବଂ ଇ-କମର୍ସ କମ୍ପାନୀର କାର୍ଯ୍ୟନିର୍ବାହି ଚେୟାରମ୍ୟାନ ଭାବରେ ଏକ ପ୍ରମୁଖ ଭୂମିକା ବଜାୟ ରଖିବେ । ତେବେ ଆଜି ଆମାଜନର ବଜାର ମୂଲ୍ୟ ୧.୭ ଟ୍ରିଲିୟନ ଡଲାରରୁ ଅଧିକ । ଇ-ବାଣିଜ୍ୟ, କ୍ଲାଉଡ୍ କମ୍ପ୍ୟୁଟିଂ, ଗ୍ରୋସରୀ, କୃତ୍ରିମ ବୁଦ୍ଧିମତା, ଷ୍ଟ୍ରିମିଂ ମିଡିଆ ଏବଂ ଅନ୍ୟାନ୍ୟ କାର୍ଯ୍ୟରୁ ଏହା ୨୦୨୦ ର ବାର୍ଷିକ ଆୟ ୩୮୬ ବିଲିୟନ ଡ଼ଲାର୍ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ବେଜୋସ୍ ଏବେ ତାଙ୍କ ସ୍ପେସ୍ ଫାର୍ମ ବ୍ଲୁ ଅରିଜିନ୍ ସହିତ ପ୍ରୋଜେକ୍ଟରେ ଅଧିକ ସମୟ ବିତାଇବା ପାଇଁ ଆମାଜନ ମ୍ୟାନେଜମେଣ୍ଟରୁ ଦୂରେଇ ଯିବେ – ଯାହା ତାଙ୍କୁ ଏହି ମାସ ଶେଷରେ ମହାକାଶକୁ ନେବାକୁ ସ୍ଥିର ହୋଇଛି ।
ପ୍ରାୟ ୩୦ ବର୍ଷ ଯାଏଁ ସିଇଓ ପଦବୀରେ ଥିବା ଜେଫ ବେଜୋସ୍ ବର୍ତ୍ତମାନ କାର୍ଯ୍ୟକାରୀ ଅଧ୍ୟକ୍ଷର ନୂଆ ଭୂମିକାରେ ରହିବେ। ବେଯୋଶ ଫେବୃଆରୀ ଆରମ୍ଭରେ କହିଥିଲେ ଯେ ସେ ଅନ୍ୟ କାମଗୁଡିକୁ ଅଧିକ ସମୟ ଦେବେ ଏବଂ ନିଜର ବ୍ଲୁ ଆମାଜନ କମ୍ପାନୀକୁ ଅଧିକ ଧ୍ୟାନ ଦେବାକୁ ସିଇଓ ପଦ ଛାଡିବାକୁ ଚାହୁଁଛନ୍ତି। ବେଯୋଶ ନିଜର ଏହି ନୂଆ ସେକ୍ଟରରେ ଫୋକସ କରିବେ। ବେଯୋଶ ବର୍ତ୍ତମାନ ସ୍ପେସ ଫ୍ଲାଇଟ ମିଶନରେ କାମ କରୁଛନ୍ତି। ସେ ନିଜ କମ୍ପାନୀ ବ୍ଲୁ ଆମାଜନର ଚଳିତ ମାସରେ ସଞ୍ଚାଳିତ ହେବାକୁଥିବା ପ୍ରଥମ ସ୍ପେସ ଫ୍ଲାଇଟରେ ଯାତ୍ରା କରିବେ। ନିକଟରେ ବେଯୋଶ ଇନଷ୍ଟାଗ୍ରାମରେ କହିଥିଲେ ଯେ ତାଙ୍କ ଭାଇ ଏବଂ ନିଲାମୀର ଜଣେ ବିଜେତା ବ୍ଲୁ ଓରିଜିନର ନ୍ୟୁ ଶେଫର୍ଡ ମହାକାଶଯାନରେ ଯାତ୍ରା କରିବେ ଯାହା ଜୁଲାଇ ୨୦ ରେ ଯାତ୍ରା ଉଡାଣ କରିବ। ଏଥିରେ ଟେକ୍ସସରୁ ସଂକ୍ଷିପ୍ତ ମହାକାଶ ଯାତ୍ରା କରାଯିବ। ଜୁଲାଇ ୨୦ ରେ ଆପୋଲୋ-୧୧ ର ଚନ୍ଦ୍ରରେ ପହଞ୍ଚିବାର ବାର୍ଷିକ ଉତ୍ସବ ମଧ୍ୟ ପାଳନ କରାଯିବ। ବେଯୋଶ କହିଥିଲେ, “ଭୁପୃଷ୍ଠକୁ ମହାକାଶରୁ ଦେଖିବା, ଆପଣଙ୍କୁ ବଦଳାଇ ଦେଇଥାଏ, ଏହି ଗ୍ରହ ସହ ଆପଣଙ୍କ ସମ୍ପର୍କକୁ ବଦଳାଇ ଦେଇଥାଏ। ମୁଁ ଏହି ଉଡାଣରେ ଯାତ୍ରା କରିବାକୁ ଚାହୁଁଚି କାରଣ ଏହା ଏମିତି ଏକ ଜିନିଷ ଯାହା ମୁଁ ମୋ ଜୀବନରେ ସବୁବେଳେ କରିବାକୁ ଚାହୁଁଥିଲି। ଏହା ଅତ୍ୟନ୍ତ ରୋମାଞ୍ଚକ। ଏହା ମୋ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ।”