ଭାରତର ବିକାଶ ଯାତ୍ରାରେ ଜାପାନର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି : ମୋଦୀ
ଟୋକିଓ : ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ, ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓଠାରେ ଚାଲିଥିବା କ୍ୱାଡ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେଠାକୁ ଯାଇଥିବାବେଳେ ମୋଦୀ ଆଜି ଭାରତୀୟ ସଂପ୍ରଦାୟକୁ ଭେଟିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଭାରତୀୟ ସଂପ୍ରଦାୟ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ କରୁଛନ୍ତି । ସେମାନେ ଜାପାନରେ ଭାରତକୁ ନେଇଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଜାପାନର ଗଭୀର ପ୍ରଭାବ ପଡ଼ିଥିଲା । ଅନ୍ୟପକ୍ଷରେ ଆଜିର ବିଶ୍ୱ ସମସ୍ୟାର ସମାଧାନ ପାଇଁ ଭଗବାନ ବୁଦ୍ଧଙ୍କ ପ୍ରଦର୍ଶୀତ ମାର୍ଗର ଅନୁସରଣ କରାଯିବା ଉଚିତ ବୋଲି ସେ କହିଛନ୍ତି । ଭାରତ ନିଜର ପ୍ରତି ନାଗରିକର ଅଧିକାରର ସୁରକ୍ଷା କରୁଛି । ଭାରତର ଗଣତନ୍ତ୍ର ଆହୁରି ସୁଦୃଢ ହେଉଛି ବୋଲି ସେ କହିଛନ୍ତି ।
ଜାପାନର ରାଜଧାନୀ ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସଂପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ, ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଭାରତରେ ଜନତାଙ୍କ ନେତୃତ୍ୱାଧୀନ ସରକାର କାର୍ଯ୍ୟ କରୁଛି । ଶାସନର ଏହି ମଡେଲ୍ ଏବେ ଭାରତକୁ ବିକାଶ ଦିିଗରେ ଆଗେଇ ନେଇ ଚାଲିଛି । ଭାରତ ଏବେ ନିଜର ହଜିଯାଇଥିବା ବିଶ୍ୱାସକୁ ପୁନଃ ପ୍ରାପ୍ତ କରିବାରେ ଲାଗିଛି । ଭାରତ ନିଜର ଅତୀତ ପାଇଁ ଯେତିକି ଗର୍ବିତ ଅଛି ସେହିଭଳି ଭାବରେ ନିଜ ଭବିଷ୍ୟତକୁ ନେଇ ସମାନ ଭାବ?ରେ ଆଶାବାଦୀ ମଧ୍ୟ ଅଛି । ମୁଁ ଲହୁଣୀ ଉପରେ ନୁହେଁ ପଥର ଉପରେ ଗାର ଟାଣେ । ଏହା ଖାଲି କଥାରେ ନୁହେଁ, କାମରେ ମଧ୍ୟ ମୁଁ କରି ଦେଖାଇଛି । ସେ ଆହୁରି କହିଛନ୍ତି ଯେ, ଭାରତୀୟ ସଂପ୍ରଦାୟ ଭାରତ-ଜାପାନ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ କରୁଛନ୍ତି । ସେମାନେ ଜାପାନରେ ଭାରତକୁ ନେଇଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଜାପାନର ଗଭୀର ପ୍ରଭାବ ପଡ଼ିଥିଲା । ଅନ୍ୟପକ୍ଷରେ ଆଜିର ବିଶ୍ୱ ସମସ୍ୟାର ସମାଧାନ ପାଇଁ ଭଗବାନ ବୁଦ୍ଧଙ୍କ ପ୍ରଦର୍ଶୀତ ମାର୍ଗର ଅନୁସରଣ କରାଯିବା ଉଚିତ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, କ୍ୱାଡ୍ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଂଟ । ଟୋକିଓଠାରେ ଚାଲିଥିବା କ୍ୱାଡ୍ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍େଥାନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗ ଦେବେ ।