ବିପଦ ସଂକେତ ଟପିଲା ଜଳକା ଜଳସ୍ତର, ପାଣି ଘେରରେ ୩୦ରୁ ଅଧିକ ଗାଁ
୧୩ ପଞ୍ଚାୟତ ପ୍ରଭାବିତ, ୭ ହଜାର ହେକ୍ଟର ଚାଷ ଜମି ଜଳାଣ୍ଣର୍ବ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ଶୁକ୍ରବାର ଠାରୁ ପୁଣି ବନ୍ୟା ଆସିଛି । ବନ୍ୟା ଯୋଗୁଁ ୧୩ ପଞ୍ଚାୟତ ପ୍ରଭାବିତ ହେବା ସହ ୭ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ୩୦ରୁ ଅଧିକ ଗାଁ ପାଣି ଘେରରେ ଥିବା ବେଳେ ୧୦ରୁ ଅଧିକ ମୁଖ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ନଦୀର ମଥାନୀ ଠାରେ ବପିଦ ସଂକେତ ୫.୫୦ ମିଟର ଥିବା େବେଳ ଶନିବାର ଅପରାହ୍ନ ୫ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୬୭ ମିଟରରେ ପ୍ରବାହିତ ହେଉଛି । ଲଗାତର ଲଘୁଚାପ ଜନିତ ବର୍ଷା ଫଳରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବସ୍ତା ବ୍ଲକର ଦୁଧହଂସା, ବାହାର୍ଦ୍ଦା, କୁଡ଼ିଆ, ବାସିଚକୁରାଇ, ସଦାନନ୍ଦପୁର, ବରୁଣଗଡ଼ିଆ, ବ୍ରାହ୍ମଣଦା, ରାଉତପଡା, ଗଡ଼ପଦା, ଦରଡ଼ା, ମୁକୁଳିସି, ମଥାନୀ, ନଟାକଟା ପଞ୍ଚାୟତ ସମେତ ସଦର ବ୍ଲକର ରସଲୁପର, ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହୋଇଛି । ଉପରମୁଣ୍ଡରେ ଗତ ଦୁଇଦିନ ଧରି ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଟକଟା ପଞ୍ଚାୟତର ବସନ୍ତପୁର ଗ୍ରାମରେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ୫୦ ପରିବାର ଜଳବନ୍ଦୀରେ ରହି ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ସାନଖୁଡ଼ି, ଗିରିସାହି, ହରିଜନ ସାହି, ଧାନହଣ୍ଡା, ବଡ଼ ଗମ୍ଭାରିଆ, ଶିବଗତିଆ, ପଣ୍ଡୁରୁଙ୍ଗୀ, ତାଳସାହି, ପଳାସିଆ, ମେଳକ, ତଳ ତାପଣ୍ଡା, ବେଗୁନିଆ, କଦଳିହଣ୍ଡା, ଯମୁନାଦା, ହଳଦିଆପଡ଼ା, ଗୁଣ୍ଡୁରୀମାରା ପ୍ରଭୃତି ଗ୍ରାମରେ ବର୍ଷାଜଳ ପଶି ବିପଦ ସୃଷ୍ଟି କରିଛି । ଗୋଠଗଡ଼ିଆ ସ୍କୁଲ, ବ୍ଲକ କଲୋନୀ ଅଙ୍ଗନୱାଡ଼ି କେନ୍ଦ୍ର ଓ ମୁକୁନ୍ଦପୁର ସ୍କୁଲ ଆଶ୍ରୟସ୍ଥଳୀରେ ୧୦୩ ଜଣ ବନ୍ୟା ବିପନ୍ନଙ୍କୁ ରଖାଯାଇ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଦିଅ।।ଉଥିବା ତହସିଲଦାର କାର୍ତ୍ତିକ କୁମାର ଦାସ କହିଛନ୍ତି । ବନ୍ୟାକୁ ଦୃଷ୍ଟିରେ ରଖି ୧୩ଟି ପଞ୍ଚାୟତ ଲୋକଙ୍କୁ ସତର୍କତା ରହିବାକୁ ଅନୁରୋଧ କରାଯାଇଛ । ଏଥିସହିତ ୬୧ଟି ସ୍କୁଲ ଖୋଲା ରଖାଯାଇ ଶୁଖିଲା ଖାଦ୍ୟ, କିରୋସିନି ଓ ମହମବତୀ ମହଜୁଦ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଶିବଗତିଆ ଠାରେ ଥିବା ଦୁର୍ବଳ ନଦୀବନ୍ଧକୁ ଶନିବାର ଜଳ ସେଚନ ବିଭାଗ ପକ୍ଷରୁ ବାଲିବସ୍ତା ଦ୍ୱାରା ମରାମତି ହୋଇଥିବା ବିଭାଗୀୟ ଯନ୍ତ୍ରୀ ମହେଶ୍ୱର ସିଂ କହିଛନ୍ତି । ଜରୁରୀ ପରିସ୍ଥିତି ପାଇଁ ୧୦ ହଜାର ବାଲିବସ୍ତା ମହଜୁଦ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।