ଫିଲ୍ମ ‘୮୩’ ! ସୁଟିଂ ସମୟରେ କପିଳଙ୍କ ପରି ବୋଲିଂ କରିବା ଅତ୍ୟନ୍ତ କଷ୍ଟକର
ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଆକ୍ଟର ରଣବୀର ସିଂ କ୍ରିକେଟର କିମ୍ବଦନ୍ତୀ ଖେଳାଳୀ କପିଳଦେବଙ୍କ ଭୂମିକାରେ କରିଛନ୍ତି ଅଭିନୟ । ଏହି ‘୮୩’ ଆକ୍ଟର କପିଳଦେବଙ୍କ ପରି ବୋଲିଂ କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ସେ । ଏହି ଫିଲ୍ମରେ ୧୯୮୩ରେ ଇଣ୍ଡିଆନ କ୍ରିକେଟ ଜିତିଥିବା ବିଶ୍ବକପ୍ର ୱିନିଙ୍ଗ ସମ୍ପର୍କରେ ମଧ୍ୟ ଦର୍ଶାଇଛନ୍ତି ।
ଏହି ଫିଲ୍ମରେ ନିର୍ଦ୍ଦେଶକ କବୀର ଖାନ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଭାରତୀୟ କ୍ରିକେଟର ଐତିହାସିକ ବିଜୟକୁ ଦର୍ଶାଯାଇଛି । କପିଳଦେବଙ୍କ ପରି ଅବିକଳ ଅଭିନୟ କରିବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି ବୋଲି କହିଛନ୍ତି । ବିଶେଷକରି ତାଙ୍କ ପରି ବୋଲିଂ କରିବା ଏକ କଷ୍ଟକର ପାର୍ଟ ଥିଲା ବୋଲି ସେ କହିଛନ୍ତି । ତାଙ୍କ ବୋଲିଂ ଆକ୍ସନ ଏକ ଭିନ୍ନ ଧରଣର । ତାଙ୍କ ଶରୀରଠାରୁ ମୋ ଶରୀର ଭିନ୍ନ ହୋଇଥିବାରୁ ଏପରି ବୋଲିଂ ତାଙ୍କ ପାଇଁ କଷ୍ଟ ଥିଲା । ସେ କପିଳଙ୍କ ପରି ଅବିକଳ ବୋଲିଂ କରିବାକୁ ଅନେକ ସମୟ ନେଇଥିଲେ ବୋଲି କହିଛନ୍ତି । ଫିଲ୍ମର ସୁଟିଂ ସମୟରେ ସେ ‘Simmba’ ଫିଲ୍ମର ସୁଟିଂ କରି ଆସିଥିବାରୁ ତାଙ୍କ ଶରୀର ହେଭି ଥିଲା ବୋଲି କହିଛନ୍ତି ରଣବୀର ।
ଏହି ଆଇକନିକ ବୋଲିଂ ଆକ୍ସନର ଅବିକଳ ଅଭିନୟ କରିବା ସମୟରେ ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିବା ସେ କହିଛନ୍ତି । କିନ୍ତୁ ଏହାକୁ ପରଫେକ୍ଟ କରିବା ପାଇଁ ସେ ଅନେକ ଚେଷ୍ଟା କରିଥିବା କହିଛନ୍ତି । ଏଥିଲାଗି ସେ କୋଚ୍ ରାଜିବ ମେହରାଙ୍କଠାରୁ ଅନେକ ତାଲିମ ନେଇଥିବା କହିଛନ୍ତି । ତେବେ ସୂଚନା ଥାଉ କି ଏହି ଫିଲ୍ମରେ ରଣବୀରଙ୍କ ସହିତ ତାହିର ରାଜ ଭସିନ, ଜିଭା, ପଙ୍କଜ ତ୍ରିପାଠୀ, ସକିବ ସଲିମ, ଜତିନ ଶରନା, ଚିରାଗ ପାଟିଲ, ନିଶାନ୍ତ ଦହିୟା, ଶାହିଲ ଖଟ୍ଟରଙ୍କ ଭଳି ଅନେକ କଳାକାର ଅଭିନୟ କରିଛନ୍ତି । ଏଥିରେ କପିଳଦେବଙ୍କ ପତ୍ନୀ ରୋମିଙ୍କ ଭୂମିକାରେ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଆସିବେ ନଜର । ଏହି ଫିଲ୍ମଟି ଆସନ୍ତା ଡିସେମ୍ବର ୨୪ ତାରିଖରେ ରିଲିଜ ହେବ । ହିନ୍ଦୀ ଭାଷା ସହିତ ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲାମ ଭାଷାରେ ରିଲିଜ ହେବ ଫିଲ୍ମ ।