ସୁପ୍ରିମକୋର୍ଟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ; ଯୁଦ୍ଧ ବନ୍ଦ କରିବାକୁ ଆମେ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ
ନୂଆଦିଲ୍ଲୀ : ୟୁକ୍ରେନରେ ଋଷ ସେନାର ଆତଙ୍କ ଜାରି ରହିଛି । ଏଭଳି ପରିସ୍ଥିତିରେ ସେଠାରେ ଫସି ରହିଥିବା ଅନ୍ୟ ଦେଶର ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଚାଲିଛି। ଏବେ ଭାରତରେ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛି । ଉକ୍ତ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ଜଣେ ଓକିଲ ସୁପ୍ରିମକୋର୍ଟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଶୀଘ୍ର ଭାରତୀୟ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି।
ଏହି ଆବେଦନର ଜବାବ ଦେଇ ସିଜେଆଇ ଏନଭି ରମଣ କହିଛନ୍ତି ଯେ ଛାତ୍ରମାନଙ୍କ ପ୍ରତି ଆମର ସହାନୁଭୂତି ଅଛି କିନ୍ତୁ କୋର୍ଟ ଏଥିରେ କିଛି କରିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ଆମେ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ। ଏହା ଆମର ଅଧିକାରରେ ନାହିଁ । ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆମେ ଆଟର୍ଣ୍ଣି ଜେନେରାଲଙ୍କୁ ପଚାରିବୁ ଏହି ପ୍ରସଙ୍ଗରେ ଆଉ କ’ଣ କରାଯାଇପାରିବ?