ଶୈବପିଠ ଗୁପ୍ତେଶ୍ୱର ଠାରେ ବିକାଶ ନେଇ ଦାବି ପତ୍ର ପ୍ରଦାନ
ଜୟପୁର : ପ୍ରସିଦ୍ଧ ଶୈବପିଠ ଗୁପ୍ତେଶ୍ୱର ଠାରେ ବିକାଶ ନେଇ ଜିଲାପାଳଙ୍କ ଉଦ୍ଦେଷ୍ୟରେ ଜୟପୁର ଉପ ଜିଲାପାଳ ଦାୟିତ୍ୱ ରେ ଥିବା ପିଏ ଆଇଟିଡିଏ ଗୋପିନାଥ ସାରକାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଗୁପ୍ତେଶ୍ୱର ଯୁବ ସଂଘ ତରଫରୁ ୧୨ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତଦାବୀ ଗୁଡିକ ହେଲା ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ଠାରୁ ନଦୀ ଘାଟ ଯାଏ ଉଭୟ ପାଶ୍ୱ ରେ ଡ୍ରେନ ନିର୍ମାଣ, ଶାବେରି ନଦୀ ପାଶ୍ୱର ଶୌଚାଳୟର ପୁନଃ ଉଦ୍ଧାର, ସିରିବେଡା ଛକ ନିକଟରେ ନୁତନ ଶୌଚାଳୟ ନିର୍ମାଣ, ଶୈବ ପୀଠର ମସ୍ତକ ମଣ୍ଡନ ଗୃହ ନୁତନ ଭାବେ ନିର୍ମାଣ କରିବା, ଶୈବ ପୀଠ ରେ ଅସ୍ଥିକୁଣ୍ଡ ଓ ଛତିଶଗଡ ଯିବ ରାସ୍ତାର ପ୍ରଶସ୍ତି କରଣ କରିବା, ଶୈବ ପୀଠର ସ୍ୱର୍ଗଦ୍ୱାରା, ପାରା ଭାଡି, ସିତା କୁଣ୍ଡ, ରାମ କୁଣ୍ଡ ରାସ୍ତାର ପ୍ରସସ୍ଥି କରଣ ଓ ପୁନଃ ଉଦ୍ଧାର କରିବା, ଶୈବ ପୀଠରେ ଯାତ୍ରୀ ଙ୍କ ସୁବିଧା ଦୃଷ୍ଟିରୁ ବସଷ୍ଟାଣ୍ଡ ନିର୍ମାଣ, ଶୈବ ପୀଠ ପରିସରରେ ଆଲୋକିକରଣ କରିବା, ଶୈବ ପୀଠରେ ମନ୍ଦିର ଦ୍ୱାର ଠାରୁ ମୁଖ୍ୟ ଦ୍ୱାରା ଯାଏ ଯାତ୍ରୀ ଙ୍କ ସୁରକ୍ଷା ପାଇ ବେରିକ୍ୟାଟ ନିର୍ମାଣ, ଶୈବ ପୀଠରେ ସିରିବେଢା ଠାରୁ ନଦୀ ଯାଏ ରାସ୍ତା ର ଓସାର କରାଯାଉ, ଶୈବ ପୀଠରେ ଦୋକାନି ମାନଙ୍କ ପାଇ ନୁତନ ଗୃହ ନିର୍ମାଣ କରାଯାଉ ବୋଲି ଦାବି କରାଯାଇଛି । ଏହି ଦାବିପତ୍ରର ନକଲ ୫ଟି ସଚିବ ଓ ଜୟପୁର ଦେବୋତ୍ତର ଅଧିକାରି ଙ୍କୁ ପ୍ରଦାନ କରାଯାଇ ଥିବା ସହଦେବ ଦୁରୁଆ, ପୁଣ୍ଣ ଦୁରୁଆ, ତୁଳା ରାମ ଦୁରୁଆ, ମଙ୍ଗଳା ଦୁରୁଆ, ପରଦେଶି ଦୁରୁଆ, ନରେନ୍ଦ୍ର କାନ୍ଦରିଆ ପ୍ରମୁଖ ଦାବି କରିଛନ୍ତି ।