ଇତିହାସ ରଚିଲା ଇସ୍ରୋ ! ଓଜନିଆ ରକେଟ୍ ସହ ମହାକାଶକୁ ପଠାଇଲା ୩୬ ବ୍ରଡବ୍ୟାଣ୍ଡ ସାଟେଲାଇଟ୍

ଶ୍ରୀହାରିକୋଟା (ଆନ୍ଧ୍ରପ୍ରଦେଶ) : ମହାକାଶରେ ଆଉ ଏକ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୭ରେ ରକେଟ୍ ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡର ୩୬ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ ଉତକ୍ଷେପଣ କରିଛି । ଇସ୍ରୋର ସବୁଠୁ ଓଜନିଆ ରକେଟ ‘ଏଲ୍ଭିଏମ୍-୩’ ସହାୟତାରେ ଏହାର ସଫଳ ଉତକ୍ଷେପଣ ହୋଇଛି । ସମସ୍ତ ଉପଗ୍ରହ ଗୁଡିକ ସଫଳତାର ସହ କକ୍ଷପଥର ଅବସ୍ଥାପିତ ହୋଇଛି ।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ରକେଣ୍ଟ ସେଣ୍ଟରରୁ ଏହି ଉତକ୍ଷେପଣ କରିଛି ଇସ୍ରୋ । ଏହି ୩୬ଟି ଉପଗ୍ରହକୁ ପୃଥିବୀରେ ଖୁବ୍ ନିକଟତର କକ୍ଷପଥରେ ଅବସ୍ଥାପିତ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଦ୍ବାରା ଏହି ଐତିହାସିକ ଲକ୍ଷ୍ୟ ସାଧନ ହୋଇପାରିଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି । ଏହାସହିତ ସେ କହିଛନ୍ତି, ଚନ୍ଦ୍ରଯାନ-୩ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି । ଚୂଡାନ୍ତ ପରୀକ୍ଷା ମଧ୍ୟ ସରିଛି । ଆଉ କିଛି କାମ ବାକି ଅଛି । ତେଣୁ ଆସନ୍ତା ବର୍ଷ ଫବୃୟାରୀ କିମ୍ବା ଜୁନରେ ଚନ୍ଦ୍ରଯାନ ୩ ଉତକ୍ଷେପଣ କରାଯିବ ।
ୱାନୱେବ ହେଉଛି ଏକ ଘରୋଇ ଉପଗ୍ରହ ଯୋଗାଯୋଗ କମ୍ପାନୀ ଯେଉଁଥିରେ ଭାରତର ଭାରତୀ ଏଣ୍ଟରପ୍ରାଇଜେସ୍ ଏକ ପ୍ରମୁଖ ନିବେଶକ ଏବଂ ଅଂଶୀଦାର। ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରାତି ୧୨.୦୭ରେ ଏହି ୪୩.୫ ମିଟର ଉଚ୍ଚତା ବିଶିଷ୍ଟ ରକେଟ୍ ଉତକ୍ଷେପଣ କରାଯାଇଥିଲା । ଏହି ରକେଟରେ ମହାକାଶକୁ ୮,୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ଅଛି । ଏହି ମିଶନ୍ ମହତ୍ତ୍ଵପୂର୍ଣ୍ଣ କାରଣ ଏହା ଏଲଭିଏମ୍୩ ର ପ୍ରଥମ କମର୍ସିଆଲ ମିଶନ୍ ଏବଂ ଲଞ୍ଚ ଯାନ ସହିତ ଏନ୍ଏସ୍ଆଇଏଲ୍ ର ପ୍ରଥମ ମିଶନ୍ । ଇସ୍ରୋର ସୂଚନା ଅନୁଯାୟୀ, ମିଶନରେ ୫,୭୯୬ କିଲୋଗ୍ରାମ ଓଜନ ବିଶିଷ୍ଟ ୱାନୱେବର ୩୬ ଟି ଉପଗ୍ରହ ସହିତ ମହାକାଶକୁ ଯାଇଥିବା ଏହା ପ୍ରଥମ ଭାରତୀୟ ରକେଟ୍ ।