ଆଇଏସଏଲ ୨୦୨୧-୨୨ : ନର୍ଥ ଇଷ୍ଟ ୟୁନାଇଟେଡ୍ ଓ ବେଙ୍ଗାଲୁରୁ ଏଫସି ଦଳର ଶ୍ରେଷ୍ଠ ୫ ଖେଳାଳି
ଗୋଆ : ବାମ୍ବୋଲିମର ଜିଏମସି ଆଥଲେଟିକ୍ ଷ୍ଟାଡିୟମରେ ଶନିବାର ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସଏଲ) ୨୦୨୧-୨୨ରେ ଦ୍ୱିତୀୟ ମୁକାବିଲାରେ ବେଙ୍ଗାଲୁରୁ ଏଫସି (ବିଏଫସି) ଓ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫସି (ଏନଇୟୁଏଫସି) ମୁହାଁମୁହିଁ ହେବେ । ଏହି ମ୍ୟାଚ ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ଖେଳାଯିବ। ତେବେ ଏହି ମ୍ୟାଚରେ ଶ୍ରେଷ୍ଠ ୫ ଖେଳାଳିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ।
ଶ୍ରେଷ୍ଠ ୫ ଖେଳାଳି :
ସୁନୀଲ ଛେତ୍ରି, ଉଦାନ୍ତ ସିଂ କୁମମ୍, କ୍ଲିଟନ୍ ଅଗସ୍ତୋ ଅଲିଭେରିଆ ସିଲଭା, ଫେଡେରିକୋ ଗାଲେଗୋ ରେଭେଟ୍ରିଆ, ହର୍ନାନ୍ ଡାନିଏଲ୍ ସାନ୍ତାନା ଟ୍ରୁଜିଲୋ ।
ସୁନୀଲ ଛେତ୍ରି (ବିଏଫସି) :
ସୁନୀଲ ଛେତ୍ରି ଭାରତୀୟ ଫୁଟବଲ ଜାତୀୟ ଦଳର ଅଧିନାୟକ ତଥା ଆଇଏସଏଲର ବେଙ୍ଗାଲୁରୁ ଏଫସିର ଅଧିନାୟକ ଅଟନ୍ତି। ସେ ବର୍ତ୍ତମାନ ଯଥାକ୍ରମେ ୮୦ ଗୋଲ ଏବଂ ୧୧୫ ଗୋଲ ଦେଇ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଛେତ୍ରି ମଧ୍ୟ ହିରୋ ଇଣ୍ଡିଆନ୍ ସୁପର ଲିଗରେ ଅଗ୍ରଣୀ ଭାରତୀୟ ଗୋଲ ସ୍କୋରର ଭାବେ ପରିଚିତ ।
ଉଦାନ୍ତ ସିଂ କୁମମ୍ (ବିଏଫସି) :
ଉଦାନ୍ତ ସିଂ ଜଣେ ଭାରତୀୟ ଅନ୍ତର୍ଜାତୀୟ ଖେଳାଳି । ଯିଏ ମୁଖ୍ୟତ ତାଙ୍କ ଜାତୀୟ ଦଳ ତଥା ହିରୋ ଇଣ୍ଡିଆନ୍ ସୁପର ଲିଗରେ ବେଙ୍ଗାଲୁରୁ ଏଫସି ପାଇଁ ଖେଳନ୍ତି । ସେ ମୁଖ୍ୟତ ତାଙ୍କ ଗତି ପାଇଁ ଜଣାଶୁଣା ଏବଂ ଗୋଲ୍ ସ୍କୋର କରିବାରେ ଓ ଗୋଲ୍ ଦେବାରେ ସାହାଯ୍ୟ କରିବାରେ ସେ ଜଣାଶୁଣା ।
କ୍ଲିଟନ୍ ଅଗସ୍ତୋ ଅଲିଭେରିଆ ସିଲଭା (ବିଏଫସି) :
କ୍ଲିଟନ୍ ସିଲଭା ଜଣେ ବ୍ରାଜିଲୀୟ ଆନ୍ତର୍ଜାତୀୟ ଖେଳାଳି । ଯିଏ ମୁଖ୍ୟତ ଇଣ୍ଡିଆନ୍ ସୁପର ଲିଗ୍ କ୍ଲବ୍, ବେଙ୍ଗାଲୁରୁ ଏଫ୍ସି ପାଇଁ ଷ୍ଟ୍ରାଇକର ଭାବରେ ଖେଳନ୍ତି । ସେ ଜଣେ ଦକ୍ଷ ୱିଙ୍ଗର ଯିଏ ନିଜର ଡ୍ରିବଲିଂ ଏବଂ ଗତି ସହିତ ଯେ କୌଣସି ଡିଫେଣ୍ଡରକୁ ନେଇପାରିବେ ।
ଫେଡେରିକୋ ଗାଲେଗୋ ରେଭେଟ୍ରିଆ (ଏନଇୟୁଏଫସି) :
ଫେଡେରିକୋ ଗାଲେଗୋ ଜଣେ ଉରୁଗୁଏର ପେସାଦାର ଖେଳାଳି । ଯିଏ ହିରୋ ଇଣ୍ଡିଆନ୍ ସୁପର ଲିଗରେ ନର୍ଥ ଇଷ୍ଟ ୟୁନାଇଟେଡ୍ ପାଇଁ ମିଡଫିଲ୍ଡର ଭାବରେ ଖେଳନ୍ତି । ତାଙ୍କ ସାଥୀ ବାର୍ଟୋଲୋମି ଓଗବେଚେଙ୍କ ସହ ସେ କ୍ଲବ ପାଇଁ ସର୍ବୋତ୍ତମ ଆକ୍ରମଣକାରୀ ମିଶ୍ରଣ ଗଠନ କରିଥିଲେ ।
ହର୍ନାନ୍ ଡାନିଏଲ୍ ସାଣ୍ଟାନା ଟ୍ରୁଜିଲୋ (ଏନଇୟୁଏଫସି) :
ହର୍ନାନ ସାଣ୍ଟାନା ଜଣେ ସ୍ପେନୀୟ ଆନ୍ତର୍ଜାତୀୟ ଫୁଟବଲ ଖେଳାଳି । ଯିଏ ହିରୋ ଇଣ୍ଡିଆନ ସୁପର ଲିଗରେ ନର୍ଥ ଇଷ୍ଟ ୟୁନାଇଟେଡ ପାଇଁ ଖେଳନ୍ତି । ସେ ଜଣେ ମିଡଫିଲ୍ଡର ଭାବରେ ଖେଳନ୍ତି । ସେ ଚେନ୍ନାଇଇନ୍ ଏଫ୍ସି ପାଇଁ ଏକ ପ୍ରମୁଖ ଖେଳାଳି ଏବଂ ଗୋଲ୍ ସ୍କୋର କରି ସାହାଯ୍ୟ କରି ତାଙ୍କ ଦଳକୁ ସାହାଯ୍ୟ କରନ୍ତି ।