ଆପଣଙ୍କ ପିଲା ଅଧ୍ୟୟନ ପାଇଁ ଏକାଗ୍ରତା ଆଣିପାରୁନାହାନ୍ତି କି ? ଜାଣନ୍ତୁ ଏହାର କାରଣ ଓ ବାସ୍ତୁଗତ ପ୍ରତିକାର
ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।
ଯଦି ଆପଣଙ୍କର ସନ୍ତାନ ଅଧ୍ୟୟନ ପାଇଁ ଏକାଗ୍ରତା ଆଣିପାରୁନାହାନ୍ତି ତେବେ ଏହା ନିଶ୍ଚିତ ସତ୍ୟ ଅଟେ ଯେ ସେମାନେ ତାଙ୍କର ଅଧ୍ୟୟନ ନକରାତ୍ମକ ଦିଗରେ କରୁଅଛନ୍ତି । ଯଥା ପଶ୍ଚିମ-ଉତର-ପଶ୍ଚିମ (ଯାହାକି ମନରେ ଅବସାଦ ଆଣିଥାଏ), ଦକ୍ଷିଣ-ଦକ୍ଷିଣ-ପଶ୍ଚିମ (ଏହି ଦିଗରେ ସନ୍ତାନମାନେ ଯାହା ଅଧ୍ୟୟନ କରିଥାନ୍ତି ତାହା ଭୁଲିଯାଆନ୍ତି) । ଯଦି ସନ୍ତାନମାନେ ଉତର-ଉତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧ୍ୟୟନ କରୁଥାନ୍ତି ତେବେ ସେମାନେ ଅଧିକାଂଶ ସମୟ କମ୍ପ୍ୟୁଟର୍ କିମ୍ବା ଟେଲିଭିଜନ୍ ଦେଖିବାରେ ସମୟ ଦେଇଥାନ୍ତି ଓ ଆମୋଦ ପ୍ରମୋଦରେ ବୁଡି ରୁହନ୍ତି କିମ୍ବା ସନ୍ତାନମାନେ ଯଦି ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଅଧ୍ୟୟନ କରିଥାନ୍ତି (ଏହି ଦିଗ ମନରେ ସଦାସର୍ବଦା ଉଦ୍ବେଗ ଆଣିଥାଏ) ।
ଅଧ୍ୟୟନ କକ୍ଷ ପାଇଁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ଉତ୍ତମ ଅଟେ । ଯାହାକି ଶିକ୍ଷା ଓ ସଂଚୟର ମନବୃତ୍ତି ସନ୍ତାନମାନଙ୍କ ମନରେ ସୃଷ୍ଟି କରିଥାଏ । ଏହି ଦିଗର କକ୍ଷକୁ କ୍ରିମ୍ ରଙ୍ଗ କରନ୍ତୁ । ତତସହିତ ଏହି ଦିଗରେ କୈାଣସି ଦୋଷ ଯଦି ଥାଏ ତେବେ ତାହା ଦୁରୀଭୁତ କରନ୍ତୁ । ସନ୍ତାନମାନଙ୍କର ସ୍କୁଲ୍ ବହି ଓ ପଢ଼ିବା ସାମଗ୍ରୀ ପଢ଼ିବା ଟେବୁଲ୍ ପାଖରେ ରଖନ୍ତୁ । ଏହି ଦିଗକୁ ଉଜ୍ଜଳ ଧଳା କିମ୍ବା ହଳଦିଆ ବଲ୍ବରେ ଆଲୋକିତ କରାନ୍ତୁ । ଯାହାଫଳରେ ସନ୍ତାନମାନଙ୍କର ପଢ଼ାପ୍ରତି ଏକାଗ୍ରତା ଆସିଥାଏ ଏବଂ ତାଙ୍କର ଜ୍ଞାନରେ ବୃଦ୍ଧି ହୋଇଥାଏ ଏବଂ ପରୀକ୍ଷାରେ ଭଲ ମାର୍କ ରଖନ୍ତି ।
ଏହି ଅଧ୍ୟୟନ କକ୍ଷର ଆଉ ଏକ ମହତ୍ୱପୂର୍ଣ୍ଣ ଦିଗ ହେଉଅଛି ଉତର-ପୂର୍ବ । ଯାହାକି ଜ୍ଞାନକୁ ବର୍ଦ୍ଧିତ କରିଥାଏ । ଯଦି ଏହି ଦିଗ କଟିଥାଏ, ରୋଷେଇା ଘର ଥାଏ, ସ୍ନାନଘର ଥାଏ କିମ୍ବା ଭୁଲ୍ ରଙ୍ଗ ହୋଇଥାଏ ତେବେ ସନ୍ତାନ ମାନଙ୍କର ଏକାଗ୍ରତା ଆସିନଥାଏ । ଏକାଗ୍ରତା ପାଇଁ ଏହି ଦିଗକୁ ଧଳା ରଙ୍ଗ କିମ୍ବା କ୍ରିମ୍ ରଙ୍ଗ ଦ୍ୱାରା ଏହି ଦିଗରେ ଥିବା କାନ୍ଥକୁ ରଙ୍ଗ କରନ୍ତୁ । କାନ୍ଥରେ ସ୍ୱସ୍ତିକ୍ ଚିହ୍ନ ଲଗାନ୍ତୁ । ଏହି ଦିଗରେ ସନ୍ତାନମାନଙ୍କର ପଢ଼ା ଟେବୁଲ୍ ରଖନ୍ତୁ ନାହିଁ । ଏହି ଦିଗ ବଡ଼ ସଦସ୍ୟମାନଙ୍କ ପାଇଁ ଯେଉଁମାନେ କି ଧାର୍ମିକ ଓ ଆଧ୍ୟାତ୍ମିକ ରିସର୍ଚ କରିଥାନ୍ତି ସେମାନଙ୍କ ପାଇଁ ସର୍ବୋତ୍ତମ ଅଟେ ।
ଆଉ ଏକ ମହତ୍ୱପୁର୍ଣ୍ଣ ଦିଗ ହେଉଅଛି ଦକ୍ଷିଣ-ପଶ୍ଚିମ ଦିଗ । ଯେଉଁ ଦିଗ କି ପଢ଼ିବାର ଦକ୍ଷତା ଏବଂ ସମ୍ପର୍କକୁ ସୂଚାଇଥାଏ । ନିଜର ଗୁରୁ ବା ପିତୃ ପୁରୁଷଙ୍କର ଛବି ଏହି ଦିଗରେ ଲଗାନ୍ତୁ । ଯାହା ଫଳରେ କି ସେମାନଙ୍କର ଆଶୀର୍ବାଦ ସନ୍ତାନମାନଙ୍କୁ ଉନ୍ନତି ପଥରେ ନେଇଥାଏ । ଏହି ଦିଗ ଲେଖିବାର ଶୈଳୀକୁ ଉନ୍ନତ କରିଥାଏ । ଏହି ଦିଗରେ ପଢ଼ା ଟେବୁଲ୍ ରଖିବା ଉଚିତ୍ ଅଟେ ।
କୈାଣସି ପ୍ରକାରର ଟଏଲେଟ୍ କିମ୍ବା ଡଷ୍ଟବିନ୍ ଉପରୋକ୍ତ ଦିଗରେ ରଖନ୍ତୁ ନାହିଁ ।
ସନ୍ତାନମାନଙ୍କର ଯଦି ଅଧ୍ୟୟନ କକ୍ଷ ପୂର୍ବ ଦିଗରେ ରହେ ତେବେ ସେମାନେ ରାଜନୀତି ବିଜ୍ଞାନ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।
ଯଦି ଅଧ୍ୟୟନ ଟେବୁଲ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନକୁ ବୋଝ ରୂପରେ ନେଇଥାନ୍ତି ।
ଯଦି ଅଧ୍ୟୟନ ଟେବୁଲ ଉତ୍ତର ଦିଗରେ ଥାଏ ତେବେ ସନ୍ତାନମାନେ ନିଜର କ୍ୟାରିଅର୍ ପ୍ରତି ସଜାଗ ରୁହନ୍ତି ଏବଂ ଆଇ.ଏ.ଏସ୍, ଏମ୍.ବି.ଏ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି ।
ଯଦି ଅଧ୍ୟୟନ ଟେବୁଲ୍ ଦକ୍ଷିଣ ଦିଗରେ ଥାଏ ତେବେ ସନ୍ତାନମାନେ ଅଳସୁଆ ହୋଇଥାନ୍ତି କିମ୍ବା ଅଧିକାଂଶ ସମୟ ଶୋଇଥାନ୍ତି ।
ଅଧ୍ୟୟନ ଟେବୁଲ୍ ଯଦି ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଓ ପରୀକ୍ଷାରେ ଅତି ଉତ୍ତମ ଭାବରେ ଉତୀର୍ଣ୍ଣ ହୁଅନ୍ତି ।