ଆଇପିଏଲ୍ : ଶତକ ହାସଲରେ ଆର୍ସିବି ଆଗୁଆ, ନିମ୍ନରେ କେକେଆର୍
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୨ର ୧୫ତମ ସଂସ୍କରଣ । ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲ୍ରେ ୨୦୨୧ ପର୍ଯ୍ୟନ୍ତ ପ୍ରତିଟି ସିଜିନରେ ଅନେକ ଶତକ ଦେଖିବାକୁ ମିଳିଛି । ଆଇପିଏଲ ଇତିହାସରେ ବ୍ୟାଟରମାନେ ଏ ପର୍ଯ୍ୟନ୍ତ ୬୦ରୁ ଅଧିକ ଶତକ ହାସଲ କରି ସାରିଛନ୍ତି । ଆଇପିଏଲ ଇତିହାସରେ ଏମିତି ଅନେକ ଶତକ ରହିଛି, ଯାହା ଦର୍ଶକଙ୍କ ହୃଦୟ ଜିତି ନେଇଛି । ଏଥିରୁ ଅଧିକ ଶତକ ଅର୍ଜନ କରିବା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଆଗରେ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ନିମ୍ନରେ ରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ୧୪ଟି ଶତକ ହାସଲ ହୋଇଥିବା ବେଳେ ପଞ୍ଜାବ କିଙ୍ଗ୍ସ ୧୩, ଦିଲ୍ଲୀ କ୍ୟାପିଟାଲ୍ସ ୧୦, ଚେନ୍ନାଇ ସୁପର କିଙ୍ଗ୍ସ ୯, ରାଜସ୍ଥାନ ରୟାଲ୍ସ ୯, ମୁମ୍ବାଇ ଇଣ୍ଡିଆନ୍ସ- ୪, ସନରାଇଜର୍ସ ହାଇଦ୍ରାବାଦ ୩, ସନରାଇଜର୍ସ ହାଇଦ୍ରାବାଦ ୨, ରାଇଜିଂ ପୁଣେ ସୁପର ଜାୟଂଟସ ୨ ଓ କୋଲକାତା ନାଇଟ୍ ରାଇଡର୍ସ ୧ ଟି ରହିଛି ।
ସୂଚନା ଯେ, ଆଇପିଏଲରେ ସର୍ବପ୍ରଥମେ ଶତକ ହାସଲ କରିଥିଲା କେକେଆରର ଖେଳାଳୀ । ଏହି ଶତକ ୨୦୦୮ରେ ବ୍ରେଣ୍ଡନ ମ୍ୟାକୁଲମ ଆଇପିଏଲର ପ୍ରଥମ ମ୍ୟାଚ୍ରେ ଶତକ ଅର୍ଜନ କରିଥିଲେ । ମ୍ୟାକୁଲମ ୭୩ ବଲ୍ରୁ ମୋଟ୍ ୧୫୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ଆଇପିଏଲ ଇତିହାସରେ ସର୍ବାଧିକ ଶତକ ମାରିବାର ରେକର୍ଡ କ୍ରିସଗେଲଙ୍କ ନାମରେ ରହିଛି । ସେ ଆଇପିଏଲ କ୍ୟାରିୟରରେ ୬ ଶତକ ହାସଲ କରିଥିବା ବେଳେ ବିରାଟ କୋହଲିଙ୍କ ନାମରେ ୫ ଶତକ ରହିଛି ।