ଆଇପିଏଲ ୨୦୨୪ : ଡେବ୍ୟୁ କରିପାରନ୍ତି ଏହି ୮ ଷ୍ଟାର ପ୍ଲେୟାର, ଜାଣନ୍ତୁ କିଏ କିଏ ଅଛନ୍ତି ସାମିଲ
ନୂଆଦିଲ୍ଲୀ : ଆଇପିଏଲ ୨୦୨୪ ର ପ୍ରଥମ ମ୍ୟାଚ ପାଇଁ କିଛି ଦିନ ବାକି ରହିଛି । ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଏଥିପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କର ନିଜସ୍ୱ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥି ସହିତ ଖେଳାଳି ଏବଂ ଦଳର କର୍ମଚାରୀମାନେ ମଧ୍ୟ ପହଞ୍ଚିବା ଆରମ୍ଭ କରିଛନ୍ତି। ଚଳିତ ସିଜିନରେ ଏପରି ୮ ଜଣ ଖେଳାଳି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଆଇପିଏଲରେ ଅଂଶଗ୍ରହଣ କରିବେ । ଏହି ସମସ୍ତ ଖେଳାଳି ସେମାନଙ୍କର ଆଇପିଏଲ ଡେବ୍ୟୁ କରିବେ ବୋଲି ସମ୍ଭାବନା ରହିଛି । ଏଥିମଧ୍ୟରେ ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜର ବହୁ ସିଜିନ ହିଟର ମଧ୍ୟ ଅନ୍ତର୍ଭୁକ୍ତ |
୧. ଶମର ଜୋସେଫ :
ୱେଷ୍ଟଇଣ୍ଡିଜର ଯୁବ ଦ୍ରୁତ ବୋଲର ଶମର ଜୋସେଫଙ୍କୁ, ମାର୍କ ଉଡ଼ଙ୍କ ସ୍ଥାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି। ସେ ତାଙ୍କର ପ୍ରଥମ ଆଇପିଏଲ ସିଜନ ଖେଳୁଥିବାର ଦେଖିବାକୁ ମିଳିପାରେ ।
୨. ସ୍ପେନ୍ସର ଜନସନ :
ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ସ୍ପେନ୍ସର ଜନସନ ୨୦୨୪ ମିନି ଅକ୍ସନରେ ଗୁଜୁରାଟ ଟାଇଟାନ୍ସ ଦ୍ୱାରା କିଣାଯାଇଥିଲା | ଗୁଜୁରାଟ ଜନସନଙ୍କୁ ୧୦ କୋଟି ଟଙ୍କା ଦେଇ ଦଳରେ ସାମିଲ କରିଥିଲା ।
୩. ନାନ୍ଦ୍ରେ ବର୍ଗର :
ନିକଟରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ନାନ୍ଦ୍ରେ ବର୍ଗର ଚମତ୍କାର ପ୍ରଦର୍ଶନ କରିଥିଲେ। ନାନ୍ଦ୍ରେ ବର୍ଗରଙ୍କୁ ରାଜସ୍ଥାନ ରୟାଲ୍ସ ୫୦ ଲକ୍ଷ ଟଙ୍କାରେ କିଣିଛି।
୪. ଆଜମତୁଲ୍ଲା ଓମାରଜାଇ :
ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନର ଅଲରାଉଣ୍ଡର ଓମାରଜାଇ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କୁ ଗୁଜୁରାଟ ଟାଇଟାନ୍ସ ୫୦ ଲକ୍ଷ ଟଙ୍କାରେ ଚୟନ କରିଛି।
୫. ଜେରାଲ୍ଡ କୋଟଜୀ :
ବିଶ୍ୱକପ ୨୦୨୩ ରେ କୋଟଜୀଙ୍କ ଚମତ୍କାର ପ୍ରଦର୍ଶନ ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କୋଟେଜୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟି ଟଙ୍କାରେ କିଣିଛି। ଆଇପିଏଲ ୨୦୨୧ ରେ ଲିଭିଙ୍ଗଷ୍ଟୋନଙ୍କ ସ୍ଥାନରେ କୋଟଜିଙ୍କୁ ଚୟନ କରାଯାଇଥିଲା । ତେବେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇନଥିଲେ।
୬. ଶାଇ ହୋପ :
ଦିଲ୍ଲୀ କ୍ୟାପିଟାଲ୍ସ ୱେଷ୍ଟଇଣ୍ଡିଜର ଏହି ଆକ୍ରମଣାତ୍ମକ ଖେଳାଳିଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି। ଆଇପିଏଲ ନିଲାମ ସମୟରେ ଦିଲ୍ଲୀ ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲା।
୭. ରାଚିନ୍ ରବିନ୍ଦ୍ର :
ନ୍ୟୁଜିଲ୍ୟାଣ୍ଡର ଯୁବ ବ୍ୟାଟ୍ସମ୍ୟାନ ଚେନ୍ନାଇ ସୁପର କିଙ୍ଗ୍ସରେ ସ୍ଥାନ ପାଇଛନ୍ତି। ଦିନିକିଆ ବିଶ୍ୱକପରେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ ରଚିନ ରବିନ୍ଦ୍। ଚେନ୍ନାଇ ରଚିନଙ୍କୁ ୧.୮୦ କୋଟି ଟଙ୍କାରେ କିଣିଛି।
୮. ଅର୍ଶିନ କୁଲକର୍ଣ୍ଣି :
ଭାରତର ଅଣ୍ଡର-୧୯ ତାରକା ଖେଳାଳି ଲକ୍ଷ୍ନୌ ସୁପର ଜିଆଣ୍ଟସରେ ୨୦ ଲକ୍ଷ ଟଙ୍କାରେ ସାମିଲ ହୋଇଛନ୍ତି । ଭାରତରେ ଅଣ୍ଡର -୧୯ ବିଶ୍ୱକପ ୨୦୨୪ ରେ ଫାଇନାଲରେ ପହଞ୍ଚିବାରେ କୁଲକର୍ଣ୍ଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।