ଆଇପିଏଲ ୨୦୨୪ : ଏଥର ଶୁଣିବାକୁ ମିଳିବନି ଓଡ଼ିଆ କମେଣ୍ଟ୍ରୀ, ରାଜ୍ୟବାସୀ ନିରାଶ
ନୂଆଦିଲ୍ଲୀ : ଆଇପିଏଲ ୨୦୨୪ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଚଳିତ ସଂସ୍କରଣ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ। ହେଲେ ଏଥର ଆଇପିଏଲରେ ଶୁଣିବାକୁ ମିଳିବ ନାହିଁ ଓଡ଼ିଆ କମେଣ୍ଟ୍ରୀ। ସେହିପରି ଓଡ଼ିଆ ଗ୍ରାଫିକ୍ସ ମଧ୍ୟ ଦେଖିବାକୁ ମିଳିବ ନାହିଁ। କାରଣ ଓଡ଼ିଆ ଭାଷାକୁ କମେଣ୍ଟ୍ରୀ ତାଲିକାରୁ ବାଦ ଦିଆଯାଇଛି।
ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିଲେ ମଧ୍ୟ ହିନ୍ଦୀ ଓ ଇଂଲିଶ ସମେତ ତେଲୁଗୁ, ତାମିଲ, କନ୍ନଡ, ମରାଠୀ, ଭୋଜପୁରୀ ଓ ଗୁଜରାଟୀ ଭଳି ୮ଟି ଭାଷାରେ ଆଇପିଏଲର ମଜା ଉଠାପାରିବେ ଦର୍ଶକ। ଜିଓ ସିନେମାରେ ଥିବା ଭାଷା ବିକଳ୍ପକୁ ଯାଇ ନିଜ ପସନ୍ଦ ଅନୁସାରେ ଲୋକମାନେ ଆଇପିଏଲ ଦେଖିପାରିବେ।
୨୦୨୩ ଆଇପିଏଲରେ ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଆଇପିଏଲର ମଜା ଉଠାଇଥିଲେ କ୍ରିକେଟ ପ୍ୟାନ୍ସ। ମାତ୍ର ଚଳିତ ବର୍ଷ ଓଡ଼ିଆ ଭାଷା ବାଦ ପଡ଼ିବାରୁ ରାଜ୍ୟବାସୀଙ୍କୁ ଏହା ନିରାଶ କରିଛି। ୨୦୨୩ ଆଇପିଏଲରେ ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଆଇପିଏଲର ମଜା ଉଠାଇଥିଲେ କ୍ରିକେଟ ପ୍ୟାନ୍ସ। ଆଇପିଏଲର ମ୍ୟାଚ ପୂର୍ବରୁ ଓଡ଼ିଆରେ ‘କ୍ରିକେଟ ଲାଇଭ୍’ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ପ୍ରଥମଥର ଲାଗି ଓଡ଼ିଆ ଭାଷାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।