ଆଇପିଏଲ-୨୦୨୪ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ସିଏସକେ-ଆରସିବି, ଜାଣନ୍ତୁ କଣ କହୁଛି ପିଚ୍ ରିପୋର୍ଟ
ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ ଫଟାଫଟ କ୍ରିଟେକର ମହାକୁମ୍ଭ ଆଇପିଏଲ-୨୦୨୪ । ଏଥର ଗ୍ରାଣ୍ଡ ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ବିଶେଷ ଆୟୋଜନ । ଚେନ୍ନାଇ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଝୁମିବେ ଦର୍ଶକ । ଦେଢ ଘଂଟା ଧରି ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ରହିବେ ବଲିଉଡ କଳାକାର । ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର, ଟାଇଗର ସରାଫ, କଣ୍ଠଶିଳ୍ପୀ ସୋନୁ ନିଗମ୍, ସଂଗୀତ ନିଦ୍ଦେଶକ ଏ. ଆର୍ ରହମାନ ପ୍ରମୁଖ । ସନ୍ଧ୍ୟା ୬.୩୦ରୁ ଏହି ଉଦ୍ଘାଟନୀ ଉତ୍ସବରେ ଆରମ୍ଭ ହେଉଥିବା ବେଳେ ୮ ଟାରୁ ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ମୁହାମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ(ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋର (ଆରସିବି) ।
୧୭ ତମ ସିଜିନର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ମ୍ୟାଚ୍ ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ ରେ ଖେଳାଯିବ। ଏହାକୁ ଚେପୋକ୍ ଷ୍ଟାଡିୟମ୍ ମଧ୍ୟ କୁହାଯାଇଥାଏ। ଷ୍ଟାଡିୟମ୍ ର ପିଚ୍ ରିପୋର୍ଟ ଅନୁସାରେ ଏହା ସ୍ପିନରଙ୍କୁ ସୁହାଇବ। ଏହା ସହିତ ଧୀର ବୋଲରଙ୍କ ପାଇଁ ଏହି ପିଚ୍ ଉପଯୋଗୀ ହୋଇଥାଏ। ପିଚ୍ ରେ ବଲ୍ ଅଧିକ ଟର୍ନ କରିଥାଏ। ଫଳରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚ୍ ରେ ବଡ଼ ସଟ୍ ମାରିବା ସହଜ ହେବ ନାହିଁ ବୋଲି କୁହାଯାଉଛି। ତେବେ ଗତ କିଛି ମ୍ୟାଚ୍ ରେ ଦେଖାଯାଇଛି ପିଚ୍ ବ୍ୟାଟ୍ସମ୍ୟାନ୍ ଙ୍କୁ ସୁହାଉଛି।
ତେବେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି କୁହାଯାଉଛି। ଗତ ୧୬ ତମ ଆଇପିଏଲ୍ ସିଜିନ୍ ରେ ଏହି ପିଚ୍ ରେ ପ୍ରଥମ ବ୍ୟାଟିଂରେ ହାରାହାରି ୧୭୦ ରନ୍ ସ୍କୋର ହୋଇଥିବା ଦେଖିବାକୁ ମିଳିଥିଲା। ପିଚ୍ ରେ ରନ୍ ର ପିଛା କରିବା ସହଜ ହେଉଥିବା କୁହାଯାଉଛି।
ଶୁକ୍ରବାର ଚେନ୍ନାଇରେ ଦିନରେ ଗରମ ହେବା ସହିତ ସନ୍ଧ୍ୟାରେ ଅଳ୍ପ ଆଦ୍ରତା ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦିନର ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ରୁ ୩୬ ଡିଗ୍ରୀ ସେଲସିୟସ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ୍ ରୁ ୨୭ ଡିଗ୍ରୀ ସେଲସିୟସ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି।