ଆଇପିଏଲ ୨୦୨୪ : ଟ୍ରଫି ସହ ନଜର ଆସିଲେ ସମସ୍ତ ଟିମର ଅଧିନାୟକ, ମୁକାବିଲା ପାଇଁ ପ୍ରସ୍ତୁତ
- ଆଜିଠୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର
ମାଡ୍ରାସ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆଇପିଏଲ-୨୦୨୪। ଏହି ପରିପେକ୍ଷୀରେ ସମସ୍ତ ଟିମ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ଗୁରୁବାର ସମସ୍ତ ଟିମର ଅଧିନାୟକଙ୍କୁ ନେଇ ଏକ ଫଟୋ ସେଶନ କରାଯାଇଥିଲା ।
୫ ଥର ଚେନ୍ନାଇ ସୁପର କିଙ୍ଗସଙ୍କୁ ଚାମ୍ପିୟନ କରାଇଥିବା ମହେନ୍ଦ୍ର ସିଂ ଧୋନୀ ଏଥର ଅଧିନାୟକ ହେବା ମନା କରିବାରୁ ରିତୁରାଜ ଗାଏକ୍ୱାଡଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଚେନ୍ନାଇ ତାଙ୍କୁ ବ୍ୟାଟିଂ କ୍ରମରେ ଉପରେ ଖେଳାଇପାରେ ବୋଲି ସମୀକ୍ଷକମାନେ କହିଛନ୍ତି । ୨୦୨୩ରେ ରିଷଭ ପନ୍ତଙ୍କ ଆଘାତ ସମସ୍ୟା ଯୋଗୁ ଡେଭିଡ ୱାର୍ଣ୍ଣର ଦଳର ନେତୃତ୍ୱ ନେଇଥିଲେ । ଏବେ ପନ୍ତ ଫିଟ ହୋଇଥିବାରୁ ସେ ପୂନର୍ବାର ଏହି ଗୁରୁ ଦାୟିତ୍ୱ ତୁଲାଇବେ ।
ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ବଡ ଧରଣର ଅଦଳ ବଦଳ କରିଛି । ଦଳକୁ ୫ ଥର ଚାମ୍ପିୟନ କରାଇଥିବା ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । କେକେଆର ନୀତିଶ ରାଣାଙ୍କ ବଦଳରେ ପୂନର୍ବାର ଶ୍ରେୟାଶ ଆୟାରଙ୍କ ଉପରେ ଭରୋସା ଦେଖାଇଛି । ବାରମ୍ବାର ଅଧିନାକ ପରିବର୍ତନ କରିବା ସତ୍ୱେ ସନରାଇଜର୍ସ ହାଇଦ୍ରାବାଦ ଟାଇଟଲ ହାସଲ କରିପାରୁ ନାହିଁ । ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନଙ୍କ ପରେ ଆଡେନ ମାର୍କରାମଙ୍କୁ ଅଧିନାୟକ କରାଯାଇଛି ।
ଗୁଜରାଟ ଟାଇଟାନ୍ସର ଅଧିନାୟକ ପଦ ଛାଡି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ନେତୃତ୍ୱ ନେବେ । ଏବେ ଗୁଜରାଟ ଶୁଭମନ ଗିଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟଦ ଅନେକ ଖେଳାଳି ପରିବର୍ତନ କରିଥିବା ବେଳେ ଅଧିନାୟକ କେଏଲ ରାହୁଲଙ୍କ ଉପରେ ବିଶ୍ୱାସ ରଖିଛି । ତାଙ୍କ ପୂନର୍ବାର ଦଳର ଅଧିନାୟକ କରାଯାଇଛି । ସେହିପରି ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନ, ପଞ୍ଜାବ କିଙ୍ଗସ ଶିଖର ଧାୱନ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁର ଫାପ ଡୁ ପ୍ଲେସିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି ।