ଆଇପିଏଲ-୨୦୨୩ : ରାଜସ୍ଥାନକୁ ୧୯୮ ରନ ଟାର୍ଗେଟ୍ ଦେଲା ପଞ୍ଜାବ
ଗୌହାଟୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍-୨୦୨୩)ରେ ବୁଧବାର ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍ ମୁକାବିଲା ଜାରି ରହିଛି । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିଛି ।
ଆଇପିଏଲ୍ ଇତିହାସରେ ପ୍ରଥମ ଥର ଗୌହାଟୀରେ ଆଇପିଏଲ୍ ମ୍ୟାଚ୍ ଖେଳା ଯାଉଛି। ଶିଖର ଧାଓ୍ଵନ ଏବଂ ପ୍ରଭସିମରନଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୭ ରନ କରିଛି। ଧାଓ୍ଵନ ୮୬ ରନର ଦମଦାର ଅପରାଜିତ ଇନିଂସ ଖେଳିଥିବା ବେଳେ ପ୍ରଭସିମରନ ୬୦ ରନ କରିଛନ୍ତି। ଜିତେଶ ଶର୍ମା ୨୭ ରନର ଯୋଗଦାନ ଦେଇଛନ୍ତି। ମ୍ୟାଚ୍ ଜିତିବା ପାଇଁ ରାଜସ୍ଥାନ ସମ୍ମୁଖରେ ରହିଛି ୧୯୮ ରନର ବିଜୟ ଲକ୍ଷ୍ୟ। ଯେଉଁ ଦଳ ଜିତିବ ଏହା ଆଇପିଏଲରେ ସେମାନଙ୍କର କ୍ରମାଗତ ଦ୍ଵିତୀୟ ବିଜୟ ହେବ।
ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଦଳ ରାଜସ୍ଥାନର ବୋଲରମାନଙ୍କ ଉପରେ ନିର୍ମମ ପ୍ରହାର କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୭ ରନ କରିଥିଲେ । ଦଳର ଦୁଇ ଓପନର ପ୍ରଭସିମରନ ସିଂ ଓ ଅଧିନାୟକ ଶିଖର ଧଓ୍ବନ ଆରମ୍ଭରୁ ହିଁ ରାଜସ୍ଥାନ ବୋଲରଙ୍କ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲେ ଓ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୦ ରନ ଯୋଡ଼ିଥିଲେ । ପ୍ରଭସିମରନ ୬୦ ରନ କରି ଆଉଟ ହେବା ପରେ ବି ଶିଖରଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ସେ ୫୬ଟି ବଲରୁ ଅପରାଜିତ ୮୬ରନ କରିଥିଲେ । ଜିତେଶ ଶର୍ମା ୨୭ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଜାସନ ହୋଲଡର ୨ଟି ଓ୍ବିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ବୀନ ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ଉଭୟ ପଞ୍ଜାବ ଓ ରାଜସ୍ଥାନ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିସାରିଛନ୍ତି ।