ଆଇପିଏଲ-୨୦୨୩ : ବାଙ୍ଗାଲୋରକୁ ୨୧ ରନରେ ହରାଇଲା କୋଲକାତା
ବେଙ୍ଗାଲୁରୁ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୬ତମ ମୁକାବିଲାରେ ଆଜି ମୁହାଁମୁହିଁ ହୋଇଥିଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ବାଙ୍ଗାଲୋରକୁ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ହାସଲ କରିଛି ।
କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୦ ରନ୍ କରିଥିଲା। ଫଳରେ ବାଙ୍ଗାଲୋର ପାଇଁ ୨୦୧ ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଧାର୍ଯ୍ୟ ୨୦୧ ରନ ଲକ୍ଷ୍ୟର ପିଛା କରି ଆରସିବି ୨୦ ଓଭରରେ ୮ଉଇକେଟ୍ ୧୭୯ ରନ କରିଛି। ଫଳରେ କେକେଆରଠାରୁ ୨୧ ରନରେ ପରାସ୍ତ ହୋଇଛି।
ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୦ରନ କରିଥିଲା । ଦଳ ପକ୍ଷରୁ ଜାସନ ରଏ ୫୬ରନ କରିଥିବାବେଳେ ନିତିଶ ରାଣା ୪୮ରନ କରିଥିଲେ । ସେହିପରି ଭେଙ୍କଟେଶ ଆୟର ୩୧ରନ ଓ ଏନ.ଜଗଦୀଶନ ୨୭ରନ କରିଥିଲେ । ରିଙ୍କୁ ସିଂ ଅପରାଜିତ ୧୮ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ବିଜୟ କୁମାର ବୈଶକ ଓ ଓ୍ବାନିଣ୍ଡୁ ହସରଙ୍ଗା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ନେଇଥିଲେ ।