ଆଇପିଏଲ-୨୦୨୩ : ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ବାଦ୍ ପଡିଲେ ଜୋଫ୍ରା ଆର୍ଚର, ସାମିଲ ହେଲେ କ୍ରିସ୍ ଜୋର୍ଡାନ
ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଉ ଏକ ବଡ଼ ଝଟକା । ଆହତ ସମସ୍ୟା କାରଣରୁ ପୁରା ସଂସ୍କରଣରୁ ବାଦ ପଡ଼ିଲେ ଜୋଫ୍ରା ଆର୍ଚର । ସେହିପରି ଜୋଫ୍ରାଙ୍କ ସ୍ଥାନରେ ଇଂଣ୍ଡଲର ଦ୍ରୁତ ବୋଲର କ୍ରିସ୍ ଜୋର୍ଡାନଙ୍କୁ ସାମିଲ କରାଯାଇଛି । ଏନେଇ ଦଳ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଜୋଫ୍ରା ଆର୍ଚର ୨୦୨୧ରୁ ଆହତ ସମସ୍ୟା ଦେଇ ଗତି କରୁଥିଲା । ଗତ ୨୬ ମାସରେ ତାଙ୍କର ୬ଟି ସର୍ଜରୀ ହୋଇଛି । ଆହତରୁ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ତାଙ୍କୁ ଇଂଲଣ୍ଡ ଫେରି ଯିବାକୁ ପଡ଼ିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଏକ ବୟାନ ଜାରି କରି କହିଛି, ଆଇପିଏଲରେ ବାକି ମ୍ୟାଚ୍ ପାଇଁ ଦ୍ରୁତ ବୋଲର କ୍ରିସ୍ ଜୋର୍ଡାନଙ୍କୁ ଦଳରେ ସାମିଲ କରାଯାଇଛି । ଜୋର୍ଡାନ ୨୦୧୬ରେ ଆଇପିଏଲରେ ଡେବ୍ୟୁ କରିଥିଲେ । ସେ ମୋଟ୍ ୨୮ଟି ମ୍ୟାଚ ଖେଳି ୨୭ଟି ଓ୍ବିକେଟ୍ ନେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨କୋଟି ଟଙ୍କା ବେସ୍ ପ୍ରାଇସରେ କିଣିଥିଲା ।