ଆଇପିଏଲ-୨୦୨୩ : ଟସ ଜିତିଲା ହାଇଦ୍ରାବାଦ, ବ୍ୟାଟିଂ କରିବ ପଞ୍ଜାବ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ରବିବାର ୧୪ତମ ମ୍ୟାଚରେ ପରସ୍ପରକୁ ଭେଟିବେ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦର ଘରୋଇ ଗ୍ରାଉଣ୍ଡ୍ରେ ଏହି ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ପଡିଥିବା ଟସ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ।
କ୍ରମାନ୍ୱୟରେ ୨ଟି ମ୍ୟାଚ୍ ପରାଜିତ ହୋଇଥିବା ସନରାଇଜର୍ସ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି । ପୂର୍ବ ମ୍ୟାଚ୍ ଗୁଡ଼ିକର ତ୍ରୁଟିକୁ ପରଖି ଏହାକୁ ସୁଧାରିବା ଉପରେ ଦଳ ପ୍ରାଥମିକତା ଦେବ । ପଞ୍ଜାବ କିଙ୍ଗ୍ସ ଇତି ମଧ୍ୟରେ ୨ଟି ମ୍ୟାଚ୍ ଖେଳିସାରିଛି ଓ ଉଭୟ ମ୍ୟାଚ୍ରେ ବିଜୟ ହାସଲ କରିଛି । ଆଜି ଆଧିପତ୍ୟ ଜାରି ରଖିବାକୁ ପଞ୍ଜାବ କିଙ୍ଗ୍ସ ପ୍ରୟାସ କରିବ । ଅଧିନାୟକ ଶିଖର ଧାୱନ ଚମତ୍କାର ଫର୍ମରେ ରହିଛନ୍ତି । ସେହିପରି ଯୁବ ଓପନର ପ୍ରଭସିମରନ ସିଂହ, ଜିତେଶ ଶର୍ମା, ଶାହରୁଖ ଖାନ ଆଦି ଘରୋଇ ଖେଳାଳିମାନଙ୍କ ଉନ୍ନତ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି ।