ଆଇପିଏଲ-୨୦୨୩ : ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ରାଜସ୍ଥାନ
ହାଇଦ୍ରାବାଦ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)- ୨୦୨୩ର ଚତୁର୍ଥ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟିଡିୟମରେ ରବିବାର ଅପରାହ୍ନ ୩ଟା ୩୦ ମିନିଟ ସମୟରେ ଆରମ୍ଭ ହେବ। ମ୍ୟାଚ ପୂର୍ବରୁ ପଡିଥିବା ଟସ ଜିତି ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ୱର କୁମାର ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ସଞ୍ଜୁ ସାମସନ ନେତୃତ୍ୱାଧୀନ ରାଜସ୍ଥାନ । ଉଭୟ ଦଳ ପ୍ରଥମ ବିଜୟ ଲକ୍ଷରେ ଥିବା ବେଳେ ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ହାଇଦ୍ରାବାଦ୍ର ଅଧିନାୟକ ଆଡେନ୍ ମାରକ୍ରମ୍ ଭାରତରେ ପହଞ୍ଚିନାହାନ୍ତି । ଯାହାଫଳରେ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର୍ଙ୍କୁ ଅଧିନାୟକ ଦିଆଯାଇଛି । ଭୁବନେଶ୍ବରଙ୍କ ସହ ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ୍ଙ୍କ ଉପରେ ଆରମ୍ଭରୁ ୱିକେଟ୍ ବାହାର କରିବା ଦାୟିତ୍ବ ରହିବ। ହାଇଦ୍ରାବାଦର ମଜବୁତ୍ ବ୍ୟାଟିଂ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣା। ତଥାପି ଦଳ ଗତ ଦୁଇ ଋତୁରେ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଛି। ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ ଡେଭିଡ୍ ୱାର୍ଣ୍ଣର ଓ ୨୦୨୨ରେ କେନ୍ ୱିଲିୟମସନ୍ ନେତୃତ୍ବ ନେଇଥିଲେ। ଏହାସତ୍ତ୍ବେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିନଥିଲା।
ସେହିପରି ରାଜସ୍ଥାନ ଟିମ୍ ବେଶ୍ ଶକ୍ତିଶାଳୀ ମନେ ହେଉଛି । ଖାସ୍ କରି ଜୋ ରୁଟ୍ଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି । ଏହି ଦଳର ଅଧିନାୟକ ଦାୟିତ୍ୱ ସଞ୍ଜୁ ସାମ୍ସନ୍ଙ୍କ ହାତରେ ରହିଛି । ଏହା ବ୍ୟତୀତ ଜୋସ୍ ବଟଲର, ସିମରନ୍ ହେତମେୟର, ଯଶସ୍ୱୀ ଜୈସ୍ୱାଲ୍, ପରି ଦମ୍ଦାର୍ ଖେଳାଳି ଅଛନ୍ତି । କୌଣସି ବି ପରିସ୍ଥିତିରେ ମ୍ୟାଚ୍ ରୂପରେଖ ପରିବର୍ତ୍ତନ କରିବାରେ ଏହି ସବୁ ଖେଳାଳି ମାହିର । ସଞ୍ଜୁ ସାମସନ୍ଙ୍କ ନେତୃତ୍ବାଧୀନ ଏହି ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍ ଓ ପର୍ପଲ କ୍ୟାପ୍ ଉପରେ କବ୍ଜା କରିଥିଲା। ଜୋସ୍ ବଟଲର୍ ସର୍ବାଧିକ ରନ୍ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଥିଲେ। ଏହାବାଦ୍ ଦଳରେ ପ୍ରଦର୍ଶନକାରୀଙ୍କ ଅଭାବ ନାହିଁ। ବିଗତ ବର୍ଷମାନଙ୍କରେ ବି ଏହି ଦଳ କେବେ ବି ଉଚ୍ଚସ୍ତରକୁ ନଯାଇପାରିଥିଲେ ମଧ୍ୟ କଦାପି ସମାଲୋଚିତ ହୋଇନାହିଁ। ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଏହାର ସ୍ପିନ ଆକ୍ରମଣକୁ ଅଧିକ ମଜବୁତ୍ କରିଛନ୍ତି।
ସନରାଇଜର୍ସ ହାଇଦ୍ରାବାଦ ଦଳ : ଗ୍ଲେନ ଫିଲିପ୍ସ (ଓ୍ବିକେଟ କିପର), ଭୁବନେଶ୍ୱର କୁମାର (ଅଧିନାୟକ), ହ୍ୟାରି ବ୍ରୁକ, ମାୟାନକ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଅବଦୁଲ ସମାଦ, ଅଭିଷେକ ଶର୍ମା, ୱାଶିଂଟନ ସୁନ୍ଦର, ଆଦିଲ ରସିଦ, ଆକିଲ ହୋସେନ, ଉମରନ ମଲିକ, ଟି ନାଟାରାଜନ, ସମରଥ ଭାୟାସ, ଅନମୋଲପ୍ରୀତ ସିଂ, ମାୟାନକ ଦାଗର , ଉପେନ୍ଦ୍ର ଯାଦବ, ମୟଙ୍କ ମାର୍କାଣ୍ଡେ, କାର୍ତ୍ତିକ ତ୍ୟାଗି, ସାନବୀର ସିଂ, ଫଜଲହକ ଫାରୁକି, ନୀତୀଶ ରେଡ୍ଡୀ, ଭାଇବ୍ରାଣ୍ଟ ଶର୍ମା ପ୍ରମୁଖ ରହିଛନ୍ତି।
ସେହିପରି ରାଜସ୍ଥାନ ରୟାଲ୍ସ ଦଳ : ସଞ୍ଜୁ ସାମସନ (ଅଧିନାୟକ, ଓ୍ବିକେଟ କିପର), ଯଶସୱୀ ଜୈସ୍ବାଲ, ଜୋସ ବଟଲର୍, ଦେବଦତ୍ତ ପାଦିକ୍କାଲ, ଶିମ୍ରନ ହେଟମିୟର, ରିୟାନ ପାରାଗ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଓବେଡ ମ୍ୟାକକୋଇ, ୟୁଜଭେନ୍ଦ୍ର ଚହଲ, ସନ୍ଦୀପ ଶର୍ମା, କୁନାଲ ସିଂ ରାଠୋର, ଅବଦୁଲ ବାସିଥ, ଡୋନାଭ ଫେରିରା, ଧ୍ରୁଭ ଜୁରେଲ, କୁଲଦୀପ ସେନ, କୁଲଦୀପ ଯାଦବ, କେଏମ ଆସିଫ, କେସି କାରିଆପ୍ପା, ଆକାଶ ଭସିଷ୍ଟ, ନବଦୀପ ସାଇନି, ମୁରୁଗାନ ଅଶ୍ୱିନ, ଆଦାମ ଜାମ୍ପା, ଜେସନ ହୋଲ୍ଡର, ଜୋ ରୁଟ ପ୍ରମୁଖ ଅଛନ୍ତି।