ଆଇପିଏଲ-୨୦୨୩ : ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ
ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ୨୪ ତମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ । ସୋମବାର ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ବାଙ୍ଗାଲୋରର ଏମ. ଚିନ୍ନାସ୍ୱାମୀ ଷ୍ଟାଡ଼ିଅମରେ ଖେଳାଯିବ । ତେବେ ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ।
ମହେନ୍ଦ୍ର ସିଂ ଧୋନି ଗୋଟିଏ ପଟେ ଏବଂ ବିରାଟ କୋହଲି ଅନ୍ୟ ପଟେ ଥିବାରୁ ମ୍ୟାଚ ବେଶ ରୋମାଞ୍ଚକର ହେବାକୁ ଯାଉଛି। ଉଭୟ ଦଳ ପାଇଁ ମ୍ୟାଚ ଜିତିବା ଆବଶ୍ୟକ। କାରଣ ପଏଣ୍ଟ ଟେବୁଲରେ ସିଏସକେ ଷଷ୍ଠ ସ୍ଥାନରେ ଅଛି ଏବଂ ଆରସିବି ୭ ନମ୍ବରରେ ଅଛି। ସେଥିପାଇଁ ଏହି ଦୁଇ ଦଳ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି।
ଚେନ୍ନାଇ ସୁପର କିଙ୍ଗ୍ସ : ଋତୁରାଜ ଗାଇକ୍ୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାନେ, ମୋଇନ ଅଲି, ଅମ୍ବାତି ରାୟୁଡୁ / ଆକାଶ ସିଂ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନି (ଅଧିନାୟକ , ଓ୍ବକେଟ କିପର), ଡୱେନ ପ୍ରିଟୋରିୟସ / ମାଟିଶ ପାଥିରାନା, ମହେଶ ଥିଶାନା, ତୁଶର ଦେଶପାଣ୍ଡେ ପ୍ରମୁଖ ରହିଛନ୍ତି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ବିରାଟ କୋହଲି, ଫାଫ ଡୁ ପ୍ଲେସିସ (ଅଧିନାୟକ), ମହିପାଲ ଲୋମର, ଗ୍ଲେନ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ୱିକେଟ କିପର), ୱାନିନ୍ଦୁ ହାସରାଙ୍ଗା, ହର୍ଷଲ ପଟେଲ, ୱେନ ପାର୍ନେଲ, ମହମ୍ମଦ ସିରାଜ, ବୈଷ୍ଣବ ବିଜୟକୁମାର ରହିଛନ୍ତି।