ଆଇପିଏଲ୍-୨୦୨୨ : ଚେନ୍ନାଇକୁ ୫ ୱିକେଟ୍ରେ ହରାଇଲା ମୁମ୍ବାଇ
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୯ତମ ଲିଗ୍ ମୁକାବିଲାରେ ଗୁରୁବାର ମୁମ୍ବାଇ-ଚେନ୍ନାଇ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଅତି ନୈରାଶ୍ୟଜନକ ମ୍ୟାଚ୍ ଦେଖିବାକୁ ମିଳିଛି। ଆଇପିଏଲ୍ରେ ନିଜର ପ୍ରଭାବ ବିସ୍ତାର କରିଥିବା ଦୁଇ ଟିମ୍ ଆଜି ଅତି ଖରାପ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା।
ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ଖରାପ ପ୍ରଦର୍ଶନ କରିଥିଲା। ଦଳ ମାତ୍ର ୪୦ ରନ୍ କରି ୬ ୱିକେଟ୍ ହରାଇଥିଲା। ବଡ଼ ରନ୍ ପାଇଁ ସଂଘର୍ଷ କରୁଥିବା ଧୋନୀଙ୍କ ଟିମ୍ ଶେଷରେ ୨୦ ଓଭର ବି ଖେଳିପାରି ନଥିଲା। ୧୬ ଓଭର ଖେଳି ମାତ୍ର ୯୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ଟିମ୍। ଆଜିର ମ୍ୟାଚ୍ରେ ଧୋନୀ ଗୋଟିଏ ପଟେ ୱିକେଟ୍ ବଞ୍ଚାଇ ଖେଳୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାକୁ ଲାଗିଥିଲା। ଶେଷରେ ଷ୍ଟ୍ରାଇକ୍ ନେବା ଚକ୍କରରେ ଧୋନୀ ରନ୍ଆଉଟ ହୋଇଥିଲେ। ସେ ମୋଟ ୩୬ ରନ୍ କରିଥିବା ବେଳେ ୪ ଚୌକା ଓ ୨ ଛକ୍କା ଥିଲା ।
ଜବାବରେ ମୁମ୍ବାଇ ୧୪.୧ ବଲ୍ରେ ୫ ୱିକେଟ୍ ହରାଇ ଟାର୍ଗେଟ୍ ପୂରା କରିବା ସହିତ ୧୦୩ କରିପାରିଛି। ତେବେ ମୁମ୍ବାଇକୁ ଏହି ଟାର୍ଗେଟ ପୂରା କରିବା ପାଇଁ ୫ଟି ୱିକେଟ୍ ଦେବାକୁ ପଡ଼ିଛି। ମୁମ୍ବାଇ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୩୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ରନ୍ କରିପାରିନଥିଲେ। ଆରମ୍ଭରୁ ଦଳ ହାମ୍ବୁଡ଼େଇଥିଲା। ପାୱାର ପ୍ଲେରେ ଟିମ୍ର ୪ ୱିକେଟ ଯାଇସାରିଥିଲା। ଈଶାନ କଶନ ମାତ୍ର ୬ ରନ୍ ଓ ରୋହିତ ଶର୍ମା ୧୮ ରନ୍ କରି ଆଉଟ ହୋଇଯାଇଥିଲେ। ମୁମ୍ବାଇର ବୋଲିଂ ସାଇଟ୍ ଦେଖିଲେ ମୁକେଶ ଚୌଧୁରୀ ୪ ଓଭର କରି ୨୩ ରନ୍ ଦେଇଥିବା ବେଳେ ୩ ୱିକେଟ୍ ନେଇଥିଲେ। ସେହିପରି ସମରଜୀତ ସିଂହ ଓ ମଇନ ଅଲ୍ଲୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।