ଆଇପିଏଲ-୨୦୨୨ : ହାଇଦ୍ରାବାଦକୁ ୧୭୦ ରନ ଟାର୍ଗେଟ୍ ଦେଲା ଲକ୍ଷ୍ନୌ
ପୁଣେ : ଆଇପିଏଲ-୨୦୨୨ରେ ସୋମବାର ୧୨ତମ ଲିଗ୍ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଅଧିନାୟକ କେଏଲ ରାହୁଲ ଏବଂ ଦୀପକ ହୁଡ୍ଡାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଲକ୍ଷ୍ନୌ ସୁପର ଜାୟଣ୍ଟସ ୧୨ତମ ମ୍ୟାଚ୍ରେ ୭ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରହିଛି ୧୭୦ ରନର ବିଜୟ ଲକ୍ଷ୍ୟ। ଲକ୍ଷ୍ନୌ ତରଫରୁ କେଏଲ ରାହୁଲ ୬୮ ଏବଂ ଦୀପକ ହୁଡ୍ଡା ୫୧ ରନ କରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ୨୬ ରନ ଦେଇ ୨ଟି, ଓ୍ଵାଶିଂଟନ ସୁନ୍ଦର ୨୮ ରନ ଦେଇ ୨ ଏବଂ ରୋମାରିଓ ସେଫାର୍ଡ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା।
ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୯ ରନ କରିଥିଲା । ଲକ୍ଷ୍ନୌ ଆରମ୍ଭରୁ ଶସ୍ତାରେ କ୍ବିଣ୍ଟନ ଡିକକ୍, ଏଭିନ ଲୁଇସ ଓ ମନୀଷ ପାଣ୍ଡେଙ୍କ ଓ୍ବିକେଟ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଅଧିନାୟକ କେ.ଏଲ.ରାହୁଲ ଲଢୁଆ ବ୍ୟାଟିଂ କରି ସର୍ବାଧିକ ୬୮ ରନ କରିଥିଲେ । ଦୀପକ ହୁଦାଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଦଳର ରନଗତି ପୁଣି ଧାମା ହୋଇଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ଟି.ନଟରାଜନ,ଓ୍ବାସିଂଟନ ସୁନ୍ଦର ଓ ରୋମାରିଓ ସେଫାର୍ଡ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଲକ୍ଷ୍ମୌ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି । ମାତ୍ର ହାଇଦ୍ରାବାଦ ଗୋଟିଏ ମ୍ୟାଚ ଖେଳି ପରାଜିତ ହୋଇଛି ।