ଆଇପିଏଲ-୨୦୨୨ : ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପଞ୍ଜାବ
ମୁମ୍ବାଇ : ଆଇପିଏଲ-୨୦୨୨ର ଶୁକ୍ରବାର ଅଷ୍ଟମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ । ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହେବା ପରେ ନାଇଟ୍ ରାଇଡର୍ସ ପୁଣି ଥରେ ବିଜୟକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍ସ ଅଲ୍ରାଉଣ୍ଡ ପ୍ରଦର୍ଶନ ଜାରି ରଖିବାକୁ ପ୍ରସ୍ତୁତ ରହିଛି । ମୁକାବିଲାରେ ଟସ୍ ଜିତି କେକେଆର ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଵାରେଣ୍ଟାଇନ୍ ଅବଧି ସରିବା ପରେ କାଗିସୋ ରାବଡା ପଞ୍ଜାବର ଚୂଡାନ୍ତ ଏକାଦଶକୁ ଫେରିଛନ୍ତି।
ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ପରେ ପଞ୍ଜାବ କିଙ୍ଗ୍ସର ମନୋବଳ ଦ୍ୱିଗୁଣିତ ରହିଛି । ୨୦୬ ରନ୍ର ବିଶାଳ ବିଜୟ ଲକ୍ଷ୍ୟର ପିଛା କରି ଜିତିବା ସହଜ କଥା ନୁହେଁ । ନୂଆ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଅଧିନରେ ଯୁବ ପଞ୍ଜାବ କିଙ୍ଗ୍ସ ଦଳ ଏଭଳି ଅବିଶ୍ୱସନୀୟ ପ୍ରଦର୍ଶନ କରି ସାରିଛି । ଆଜିର ମ୍ୟାଚ୍ରେ ମଧ୍ୟ ଦଳଠାରୁ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିବା ନିଶ୍ଚିତ । ଶିଖର ଧାୱନ, ଅଗ୍ରୱାଲ୍, ଲାଏମ ଲିଭିଙ୍ଗଷ୍ଟୋନ ଓ ଶାହରୁଖ ଖାନଙ୍କ ଭଳି ବିସ୍ପୋରକ ବ୍ୟାଟର ଦଳରେ ରହିଛନ୍ତି । ଓଡେନ ସ୍ମିଥ୍ଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନକୁ ନେଇ ମଧ୍ୟ ଦଳ ଉତ୍ସାହିତ ରହିଛି । ଫାଷ୍ଟ ବୋଲର କାଗିସୋ ରାବାଡାଙ୍କ କ୍ୱାରେଣ୍ଟାଇନ ଶେଷ ହୋଇଛି । ଫଳରେ ସେ ଟିମକୁ ଫେରିଛନ୍ତି।
ନାଇଟ ରାଇଡର୍ସ ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ମାତ୍ର ୧୨୮ ରନ୍ କରିବା ସତ୍ତେ୍ୱ ଦଳ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା । ପରାଜୟ ସତ୍ତେ୍ୱ ଶ୍ରେୟାସ ଆୟରଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି । ଆସନ୍ତା କାଲି ନାଇଟ୍ ରାଇଡର୍ସ ସବୁ ତ୍ରଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବ । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ । ବ୍ୟାଟିଂ ବିଭାଗକୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ବିଶେଷ କରି ଦୁଇ ଓପନର ଭେଙ୍କଟେଶ ଆୟର ଓ ଅଜିଙ୍କ୍ୟ ରାହାଣେ ସଫଳ ହେଲେ ନାଇଟ୍ ରାଇଡର୍ସର ବିଜୟ ସହଜ ହେବ ।
ପଞ୍ଜାବ କିଙ୍ଗ୍ସ :
ମୟଙ୍କ ଅଗ୍ରଓ୍ଵାଲ(ଅଧିନାୟକ), ଶିଖର ଧାଓ୍ଵନ, ଲିୟାମ ଲିଭିଙ୍ଗଷ୍ଟୋନ, ଭାନୁକା ରାଜପକ୍ଷେ(ଓ୍ଵିକେଟ୍ କିପର), ଶାହରୁଖ ଖାନ, ଓଡେନ ସ୍ମିଥ, ରାଜ ବଓ୍ଵା, ଅର୍ଶଦୀପ ସିଂହ, ହରପ୍ରୀତ ବ୍ରାର, କାଗିସୋ ରାବଡା, ରାହୁଲ ଚହର।
କୋଲକାତା ନାଇଟ୍ ରାଇଡର୍ସ :
ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ନୀତିଶ ରାଣା, ଶ୍ରେୟସ ଆୟର(ଅଧିନାୟକ), ସାମ ବିଲିଙ୍ଗ୍ସ(ଓ୍ଵିକେଟ୍ କିପର), ଆନ୍ଦ୍ରେ ରସେଲ, ସୁନିଲ ନାରିନେ, ଟିମ୍ ସାଉଦି, ଉମେଶ ଯାଦବ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ।