ଆଇପିଏଲ ୨୦୨୨ : ହାଇଦ୍ରାବାଦକୁ ୧୭୮ ରନ ଟାର୍ଗେଟ୍ ଦେଲା କୋଲକାତା
ପୁଣେ : ଆଇପିଏଲ ୨୦୨୨ର ୬୨ତମ ମ୍ୟାଚରେ ଶନିବାର ହାଇଦ୍ରାବାଦ ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା । ‘କର ବା ମର’ ମୁକାବିଲାରେ ଆନ୍ଦ୍ରେ ରସଲେଙ୍କ ବିସ୍ଫୋରକ ଇନିଂସ ବଳରେ କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୭ ରନ କରିଛି। ଆଇପିଏଲର ୬୧ତମ ମୁକାବିଲା ଜିତିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରହିଛି ୧୭୮ ରନ ବିଜୟ ଲକ୍ଷ୍ୟ। କୋଲକାତା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟ ଭୋଗିଥିଲେ ବି ଆନ୍ଦ୍ରେ ରସେଲ ଏବଂ ସାମ ବିଲିଙ୍ଗ୍ସଙ୍କ ମଧ୍ୟରେ ୬୩ ରନର ଭାଗିଦାରୀ ବଳରେ ଏହି ସ୍କୋର କରି ପାରିଛି। ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ୨୮ ବଲରୁ ୪୯ ରନ କରିଛନ୍ତି। ସାମ ବିଲିଙ୍ଗ୍ସ ୩୪ ରନ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୨୮, ନୀତିଶ ରାଣା ୨୬ ରନ କରିଛନ୍ତି। ହାଇଦ୍ରାବାଦ ତଫରୁ ଉମରାନ ମଲିକ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵ କୁମାର, ମାର୍କୋ ଜନସେନ ଏବଂ ଟି ନଟରାଜନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଠାରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇନିଂସ ଆରମ୍ଭରୁ ଭେଙ୍କଟେଶ ଆୟର ମାତ୍ର ୭ ରନରେ ଆଉଟ ହେବାପରେ ଅଜିଙ୍କ୍ୟ ରାହାଣେ ଓ ନିତିଶ ରାଣା ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହାଣେ ୨୮ ରନ କରିଥିବାବେଳେ ରାଣା ୨୬ ରନ କରିଥିଲେ । ସେହିପରି ସାମ ବିଲିଙ୍ଗସ ୩୪ ରନ କରିଥିଲେ । ତେବେ ଶେଷ ବେଳକୁ ଆସିଥିବା ଆନ୍ଦ୍ରେ ରସେଲ ୨୭ ବଲରୁ ଅପରାଜିତ ୪୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୭ ରନ କରିଥିଲା ।