ଆଇପିଏଲ-୨୦୨୨ : ୯୭ରନରେ ଅଲଆଉଟ୍ ହେଲା ଚେନ୍ନାଇ
ପାୱାର-ପ୍ଲେରେ ୫ ୱିକେଟ ହରାଇ ଅଲୋଡା ରେକର୍ଡ କଲା ଚେନ୍ନାଇ
ମୁମ୍ବାଇ : ଆଇପିଏଲ-୨୦୨୨ର ୫୯ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଶୋଚନୀୟ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୯୭ ରନରେ ଅଲଆଉଟ ହୋଇଯାଇଛି । ଏହା ଫଳରେ ମୁମ୍ବାଇ ଆଗରେ ୯୮ ରନର ବିଜୟ ଲକ୍ଷ୍ୟ ରହିଛି ।
ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ଓ୍ବିକେଟ ହରାଇ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗୋଟିଏ ପଟେ ଛିଡ଼ା ହୋଇ ମୁମ୍ବାଇ ବୋଲିଂ ଆକ୍ରମଣର ସଫଳ ମୁକାବିଲା କରିଚାଲିଥିଲେ । ସେ ୩୨ଟି ବଲରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ଫଳରେ ଦଳ ୧୬ ଓଭର ଖେଳି ଅଲଆଉଟ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ୩ଟି, ରିଲେ ମେରେଡିଥ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ୫୮ତମ ମ୍ୟାଚ ଦୁଇ ଚୀର ପ୍ରତିଦ୍ବନ୍ଦୀ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ମୈଦାନକୁ ଓହ୍ଲାଇଛନ୍ତି ଧୋନି ବାହିନୀ । ମାତ୍ର ମ୍ୟାଚ ଆରମ୍ଭରୁ ମୂଲ୍ୟବାନ ୱିକେଟ ହରାଇ ଚିନ୍ତାରେ ପଡିଛି ଚେନ୍ନାଇ ସୁପର କିଙ୍ଗସ । ଏହାରି ମଧ୍ୟରେ ଡିଆରଏସ ଅର୍ଥାତ୍ ଡିସିସନ ରିଭ୍ୟୁ ସିଷ୍ଟମକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଡିଆରଏସ୍ ନଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ବିଦ୍ୟୁତ କାଟ ପାଇଁ ଡିଆରଏସ୍ ନଥିବା ସୂଚନା ରହିଛି । ତେବେ ଓପନର ଡେଭନ କନୱେଙ୍କ ଆଉଟ୍ ଅମ୍ପେୟାରଙ୍କ ଭୁଲ୍ ନିଷ୍ପତ୍ତି ବୋଲି କୁହାଯାଉଛି । ବିଦ୍ୟୁତ କାଟ୍ କାରଣରୁ ଡେଭନ ରିଭ୍ୟୁ ନେଇ ପାରିନଥିଲେ । ଫଳରେ ତାଙ୍କୁ ପାଭିଲିୟନ ଫେରିବାକୁ ପଡିଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ୱିକେଟ ହରାଇଥିଲା ଚେନ୍ନାଇ । ତେବେ ଆଇପିଏଲ ମ୍ୟାଚରେ ବିଦ୍ୟୁତ କାଟ ସମସ୍ୟାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।ଏପଟେ ଗୋଟିଏ ପରେ ଗୋଟିଏ ଓ୍ବିକେଟ ହରାଇ ସିଏସକେ ୯୮ ରନରେ ଆଲ ଆଉଟ ହୋଇଛି । ତେବେ ଚଳିତ ଆଇପିଏଲରେ କୌଣସି ଦଳ ପ୍ରଥମ ଥର ପାଇଁ ପାଓ୍ୱାର-ପ୍ଲେ ମଧ୍ୟରେ 5ଟି ଓ୍ବିକେଟ ହରାଇଛି । ଚେନ୍ନାଇ ୫.୪ ଓଭରରେ ୨୯ ରନରେ ୫ଟି ଓ୍ୱିକେଟ ହରାଇଥିଲା । ଦଳୀୟ ସ୍କୋର 29 ରନ ଥିବା ବେଳେ ରାଇଡୁ 5ମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ ।