ଆଇପିଏଲ-୨୦୨୨ : କୋଲକାତା ବିପକ୍ଷରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର
ମୁମ୍ଵାଇ : ଆଇପିଏଲ-୨୦୨୨ରେ ବୁଧବାର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡ଼ର୍ସ (କେକଆର) ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । କେକେଆରେ ତାର ପ୍ରଥମ ମ୍ୟାଚରେ ପୂର୍ବ ବର୍ଷର ଚମ୍ପିଆନ ଚେନ୍ନାଇକୁ ହରାଇଥିବା ବେଳେ ଆରସିବି ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚ ଜିତି ଆରସିବି ପ୍ରଥମ ବିଜୟ ହାସଲ କରିବାର ଲକ୍ଷ୍ୟ ରଖିଥିବାବେଳେ କେକେଆର ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବ। ତେବେ ଏହା ପୂର୍ବରୁ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ରଲ୍ରେ ପ୍ରଥମେ ବ୍ୟାଟିଂ କରିବ ଶ୍ରେୟସ ନେତୃତ୍ଵାଧୀନ କୋଲକାତା।
ପ୍ରଥମ ମ୍ୟାଚ୍ ଜିତିଥିବା କୋଲକାତାର ମନୋବଳ ବେଶ ଉର୍ଦ୍ଧ୍ଵରେ ରହିଛି। ଦଳ ଉଦଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଓ୍ଵିକେଟ୍ରେ ପରାସ୍ତ କରିଥିଲା। ଅନ୍ୟପଟେ ବେଙ୍ଗାଲୁରୁ ନିଜର ପ୍ରଥମ ମ୍ୟାଚ୍ରେ ୨୦୫ ରନର ବିଶାଳ ସ୍କୋର କରିଥିଲେ ହେଁ ପଞ୍ଜାବ କିଙ୍ଗ୍ସ ହାତରୁ ପରାଜୟ ଭୋଗିବାକୁ ପଡିଥିଲା। ତେଣୁ ଏହି ମ୍ୟାଚ୍ ଜିତିବାକୁ ବେଙ୍ଗାଲୁରୁ ଲକ୍ଷ୍ୟ ରଖିଥିବା ବେଳେ ବିଜୟ ଅଭିଯାନ ଜାରି ରଖିବାକୁ ଚାହିଁବ କୋଲକାତା।
କୋଲକାତା ନାଇଟ୍ ରାଇଡର୍ସ :
ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ନୀତିଶ ରାଣା, ଶ୍ରେୟସ ଆୟର(ଅଧିନାୟକ), ସାମ ବିଲିଙ୍ଗ୍ସ, ସେଲଡ ନ ଜ୍ୟାକସ(ଓ୍ଵିକେଟ୍ କିପର), ଆନ୍ଦ୍ରେ ରସେଲ, ସୁନିଲ ରାରିନେ, ଟିମ୍ ସାଉଦି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।
ରୟାଲ ଚ୍ୟାଲେଞ୍ଜର୍ସ :
ଫାଫ ଡୁପ୍ଲେସିସ୍(ଅଧିନାୟକ), ଅଞ୍ଜୁ ରାଓ୍ଵତ, ବିରାଟ କୋହଲି, ଦିନେଶ କାର୍ତ୍ତିକ, ଶେରଫାନେ ରୋଦରଫୋର୍ଡ, ଶାହାବାଜ ଅହମ୍ମଦ, ଓ୍ଵାନିନ୍ଦୁ ହସରଙ୍ଗା, ଡେଭିଡ ଓ୍ଵିଲି, ହର୍ଷଲ ପଟେଲ୍ ଆକାଶ ଦୀପ, ମହମ୍ମଦ ସିରାଜ।