ବାଜିଲା ଆଇପିଏଲ୍ ବିଗୁଲ! ମାର୍ଚ୍ଚ ୨୬ରୁ ଆରମ୍ଭ, ମେ ୨୯ରେ ଫାଇନାଲ
ନୂଆଦିଲ୍ଲୀ: ଆଇପିଏଲର ୧୫ତମ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଏବଂ ଭାରତରେ ଅନୁଷ୍ଠିତ ହେବ । ଏଥର ଏହି ଲିଗ୍ ୧୦ଟି ଟିମକୁ ନେଇ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୬ରୁ ମେ ୨୯ ଯାଏଁ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଏହାଛଡ଼ା ଷ୍ଟାଡିୟମରେ ୪୦ ପ୍ରତିଶତ ଦର୍ଶକଙ୍କୁ ମଧ୍ୟ ଅନୁମତି ଦିଆଯିବ । ଗୁରୁବାର ଅନୁଷ୍ଠିତ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥର ଦୁଇ ନୂଆ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟନ୍ସ ଆଇପିଏଲରେ ପଦାର୍ପଣ କରିବେ । ଫଳରେ ୧୫ତମ ସଂସ୍କରଣରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖେଡେ, ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ ଓ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ସହ ପୁଣେର ଗାହୁଞ୍ଜେ ଷ୍ଟାଡିୟମରେ ଖେଳାଯିବ । ଗୁରୁବାର ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀଲଙ୍କା ବିପକ୍ଷ ଭାରତର ଦ୍ୱିପାକ୍ଷିକ ସିରିଜର ୧୧ ଦିନ ପରେ ଅର୍ଥାତ୍ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଆରମ୍ଭ ହେବ। ତେବେ ଫାଇନାଲ୍ ମ୍ୟାଚର ତାରିଖ ଘୋଷଣା କରାଯାଇନାହିଁ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ମାର୍ଚ୍ଚ ୧୫ ତାରିଖରେ ଶେଷ ହେବ। ଏହା ପରେ ଭାରତୀୟ ଖେଳାଳି ମାନେ ନିଜ ନିଜର ଫ୍ରାଞ୍ଚାଇଜି ସହ ଯୋଗ ଦେବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବେ। ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ୫୫ଟି ମ୍ୟାଚ୍ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପୁନେରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଆଇପିଏଲର ଫାଇନାଲ୍ ମେ’ ୨୯ ତାରିଖରେ ଖେଳାଯିବ। ତେବେ ଫାଇନାଲ୍ ଓ ପ୍ଲେଅଫ୍ ପାଇଁ ତାରିଖ ଓ ଭେନ୍ୟୁର ଘୋଷଣା କରାଯାଇନାହିଁ। କିନ୍ତୁ ରିପୋର୍ଟ ମୁତାବକ ଏସବୁ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇପାରେ।
ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରେ ମହାରାଷ୍ଟ୍ର ସରକାରଙ୍କ କୋଭିଡ୍ ଗାଇଡ ଲାଇନ୍ ମୁତାବକ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ । ଯଦି କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହେ ବା ସଂକ୍ରମଣ ଆହୁରି ହ୍ରାସ ପାଏ ତେବେ ଶେଷ ପର୍ଯ୍ୟାୟରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବା ଉପରେ ବିଚାର କରାଯିବ । ଆଇପିଏଲ୍-୧୫ର ପ୍ଲେ ଅଫ୍ ଓ ଫାଇନାଲ ମ୍ୟାଚ୍ ଭେନ୍ୟୁ ଉପରେ ନିଷ୍ପତ୍ତି ହୋଇନାହିଁ । ତେବେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବା ସମ୍ଭାବନା ରହିଛି ।