ଆଜି ହିଁ ବିନିଯୋଗ କରନ୍ତୁ ! ଏହି ସରକାରୀ ସ୍କିମରେ ମାତ୍ର ଗୋଟିଏ ଟଙ୍କା ଜମା କରି ପାଇପାରିବେ ୨ ଲକ୍ଷ ଟଙ୍କାର ବୀମା
ନୂଆଦିଲ୍ଲୀ : ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନେକ ଯୋଜନା ଚଳାଉଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମଧ୍ୟ ଏହିପରି ଏକ ପ୍ରଭାବଶାଳୀ ଯୋଜନା, ଯାହା ଅଧୀନରେ ଆପଣ ପ୍ରତି ମାସରେ ମାତ୍ର ଗୋଟିଏ ଟଙ୍କା ଜମା କରି ୨ ଲକ୍ଷ ଟଙ୍କାର ବୀମା ପାଇପାରିବେ। ଏହି ଯୋଜନା ବହୁତ କମ୍ ପ୍ରିମିୟମରେ ଜୀବନ ବୀମା ଯୋଗାଏ। ଆସନ୍ତୁ ଜାଣିବା ଏହା ବିଷୟରେ ଡିଟେଲ୍ସ।
ସୂଚନା ଯେ, କିଛି ବର୍ଷ ପୂର୍ବେ କେନ୍ଦ୍ର ସରକାର ଖୁବ୍ କମ୍ ପ୍ରିମିୟମରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆରମ୍ଭ କରିଥିଲେ। ପିଏମଏସବିୱାଇର ବାର୍ଷିକ ପ୍ରିମିୟମ୍ ମାତ୍ର ୧୨ ଟଙ୍କା। ଏହାର ପ୍ରିମିୟମ ମେ ମାସ ଶେଷରେ ଜମା ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରାଶି ୩୧ ମେ’ରେ ସ୍ୱୟଂଚାଳିତ ଭାବରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟାଯାଇଥାଏ। ତେଣୁ ମନେରଖନ୍ତୁ, ଯଦି ଆପଣ ପିଏମଏସବିୱାଇ ନେଇଛନ୍ତି ତେବେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଖାଲି ରଖନ୍ତୁ ନାହିଁ।
ପିଏମଏସବିୱାଇ ଯୋଜନାର ଲାଭ ପାଇଁ କିଛି ସର୍ତ୍ତ ଦିଆଯାଇଛି। ଏହାର ଫାଇଦା ନେବାକୁ, ଆବେଦନକାରୀଙ୍କ ବୟସ ୧୮ରୁ ୭୦ ବର୍ଷ ହୋଇଥିବା ଉଚିତ୍। ଏହି ଯୋଜନାର ବାର୍ଷିକ ପ୍ରିମିୟମ୍ ମାତ୍ର ୧୨ ଟଙ୍କା ଅର୍ଥାତ୍ ଏଥିପାଇଁ ପ୍ରତି ମାସରେ କେବଳ ଟଙ୍କାଏ ନିବେଶ କରିବାକୁ ପଡିବ। ପିଏମଏସବିୱାଇ ପଲିସିର ପ୍ରିମିୟମ ମଧ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟାଯାଇଥାଏ, ତେଣୁ ବ୍ୟାଙ୍କରେ ବାଲାନ୍ସ ରଖନ୍ତୁ। ଏହା ବ୍ୟତୀତ, ପଲିସି କିଣିବା ସମୟରେ ବ୍ୟାଙ୍କ ଆକାଉଣ୍ଟ ପିଏମଏସବିୱାଇ ସହିତ ସଂଯୁକ୍ତ ହେବ। ଏହି ଯୋଜନା ଅଧୀନରେ, ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ବୀମା କିଣିଥିବା ଗ୍ରାହକଙ୍କ ନୋମିନୀଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ।
ଏହି ଯୋଜନାର ଲାଭ ଉଠାଇବାକୁ, ଆପଣ ଯେକୌଣସି ବ୍ୟାଙ୍କ ଶାଖା ପରିଦର୍ଶନ କରି ଏହି ପିଲିସ ପାଇଁ ଆବେଦନ କରିପାରିବେ। ବ୍ୟାଙ୍କ ବନ୍ଧୁମାନେ ମଧ୍ୟ ପିଏମଏସବିୱାଇ ଯୋଜନାକୁ ଘର ଦ୍ୱାରକୁ ନେଉଛନ୍ତି। ଏଥିପାଇଁ ଆପଣ ବୀମା ଏଜେଣ୍ଟ ସହିତ ଯୋଗାଯୋଗ କରିପାରିବେ। ସରକାରୀ ବୀମା କମ୍ପାନୀ ଏବଂ ଅନେକ ଘରୋଇ ବୀମା କମ୍ପାନୀ ମଧ୍ୟ ଏହି ପଲିସି ବିକ୍ରି କରନ୍ତି।